Advertisment

India-US Trade Deal: ତେଲ କିଣା ବନ୍ଦ ନେଇ ଭାରତ ଠାରୁ କିଛି ଶୁଣିନୁ: ଟ୍ରମ୍ପଙ୍କ ଡିଲ ବୟାନକୁ ନେଇ ଏମିତି କହିଲା ରୁଷ

ରୁଷ ବଦଳରେ ଆମେରିକା ଠାରୁ ଅଧିକ ପରିମାଣର ତେଲ କିଣିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜି ହୋଇଛନ୍ତି। ଏଥିଯୋଗୁ ଭାରତ ଉପରେ ଜୋରିମାନା ଆକାରରେ ଲାଗୁ ହେଉଥିବା ୨୫% ଟାରିଫକୁ ହଟାଇ ଦିଆଯାଇଛି।

PM-Modi1

ପୁଟିନ ଓ ମୋଦି (ଫାଇଲ ଫଟୋ)

Advertisment

ଭାରତ ସହ ବାଣିଜ୍ୟ ଡିଲ ସମ୍ପର୍କରେ ଘୋଷଣା କରିବା ବେଳେ ଆମେରିକା(USA) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଥିଲେ। ଡିଲ ଅନୁସାରେ ଭାରତ ଆଉ ରୁଷ ଠାରୁ ତେଲ କିଣିବ ନାହିଁ। ରୁଷ ବଦଳରେ ଆମେରିକା ଠାରୁ ଅଧିକ ପରିମାଣର ତେଲ କିଣିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜି ହୋଇଛନ୍ତି।

Advertisment

ଏଥିଯୋଗୁ ଭାରତ ଉପରେ ଜୋରିମାନା ଆକାରରେ ଲାଗୁ ହେଉଥିବା ୨୫% ଟାରିଫକୁ ହଟାଇ ଦିଆଯାଇଛି। ସେହିପରି ପାରସ୍ପରିକ ଟାରିଫକୁ ମଧ୍ୟ ୧୮କୁ ଖସା ଯାଇଛି ବୋଲି ଟ୍ରମ୍ପ ଓ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଥିଲା। 

ଏବେ ରୁଷ(Russia) ଏହା ଉପରେ ପ୍ରତିକ୍ରିୟା ଦେଇଛି। ତେଲ କିଣା ବନ୍ଦ ନେଇ ଭାରତ ଠାରୁ ବିଧିବଦ୍ଧ ଭାବେ ରୁଷ କୌଣସି ସୂଚନା ପାଇ ନାହିଁ। ରୁଷ ସବୁବେଳେ ଭାରତ ସହ ରଣନୀତିକ ଭାଗିଦାରୀକୁ ଅଧିକ ମଜବୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମସ୍କୋ ପକ୍ଷରୁ କୁହାଯାଇଛି। ରୁଷ ଠାରୁ ଭାରତ ତେଲ ନ କରିବାକୁ ରାଜି ହୋଇଥିବା ଟ୍ରମ୍ପ ଦାବି କରିଥିଲେ ହେଁ ଏଯାଏ ନୂଆଦିଲ୍ଲୀ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। 

Advertisment

ତଥାପି ଟ୍ରମ୍ପଙ୍କ ବୟାନ ପରେ କ୍ରେମଲିନ ମୁଖପାତ୍ର ଡମିଟ୍ରୀ ପେସ୍କୋଭଙ୍କ କହିବା କଥା ଯେ ରୁଷ ବେଶ ଯତ୍ନର ସହ ଟ୍ରମ୍ପଙ୍କ ଭାରତ ସହ ସମ୍ପର୍କ ବୟାନର ସମୀକ୍ଷା କରୁଛି। କ’ଣ ରୁଷ ଠାରୁ ଭାରତ ଠାରୁ ତେଲ ନ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶ୍ନରେ ସେ କହିଛନ୍ତି, “ଏଯାଏ ଆମେ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀର କୌଣସି ବିବୃତି ଶୁଣି ନାହୁଁ। ଆମେ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ମାନ କରୁଛୁ।

କିନ୍ତୁ ରୁଷ-ଭାରତ(India) ମଧ୍ୟରେ ଅତ୍ୟାଧୁନିକ ରଣନୀତିଗତ ବୁଝାମଣାକୁ ମଧ୍ୟ ସେତିକି ମହତ୍ତ୍ୱ ଦେଇଥାଉ। ଆମେ ଭାରତ ସହ ନିଜର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜୁବତ କରିବେ ପାଇଁ କାମ କରି ଚାଲିବୁ। ଏହା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।” 

୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ଭାରତ ପକ୍ଷରୁ ମସ୍କୋ ଠାରୁ ଶସ୍ତାରେ ଅଶୋଧିତ ତେଲ କିଣା ଯାଉଛି। ଭାରତ ଶସ୍ତାରେ ରୁଷ ଠାରୁ ତେଲ କିଣୁଥିବାରୁ ମସ୍କୋ ସେନା ୟୁକ୍ରେନ ଉପରେ ହମଲା କରିବାକୁ ଆର୍ଥିକ ସହାୟତା ପାଉଥିବା ପଶ୍ଚିମ ଦେଶଗୁଡ଼ିକ ଅଭିଯୋଗ କରି ଚାଲିଛନ୍ତି। ଏଥିଯୋଗୁ ସେମାନେ ଆମେରିକା ସହ ଭାରତର ତେଲ କିଣା ନୀତିକୁ ବିରୋଧ କରି ଚାଲିଛନ୍ତି।

ବିରୋଧ ସତ୍ତ୍ୱେ ଭାରତ ପକ୍ଷରୁ ରୁଷ ଠାରୁ ତେଲ କିଣା ବନ୍ଦ ହୋଇ ନାହିଁ। ଏବେ ଆମେରିକା ସହ ବାଣିଜ୍ୟ ଡିଲ ପରେ ଟ୍ରମ୍ପ ରୁଷ ଠାରୁ ତେଲ ନ କିଣିବାକୁ ଭାରତ ରାଜି ହୋଇଥିବା କହିଛନ୍ତି। ତଥାପି ଭାରତ ସରକାର ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। 

India USA Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe