Advertisment

Middle East War: ୪୦ ବାଲାଷ୍ଟିକ ମିସାଇଲ ମାଡ଼ କଲା ଇରାନ, ଆମେରିକାର କତର ଏୟାର ବେସ୍‌ ଓ ଦୁବାଇ ଦୂତାବାସ ଧ୍ୱଂସ

ଇରାକର ଇର୍ବିଲ, କୁଏତରେ ଥିବା ୨ ମିଲିଟାରୀ ବେସ ଓ ଉକ୍ତ ଅଞ୍ଚଳରେ ଥିବା ୨ଟି ଆମେରିକା ଯୁଦ୍ଧ ତୋପକୁ ଟାର୍ଗେଟ କରାଯାଇଥିବା ଇରାନ ଦାବି କରିଛି। ସେହିପରି କତର ସ୍ଥିତ ଆମେରିକା ଏୟାର ବେସ୍‌କୁ ଟାର୍ଗେଟ କରି ମଧ୍ୟ ୨ଟି ମିସାଇଲ ମାଡ଼ କରାଯାଇଛି।

Iran

ଆକ୍ରମଣ ପରର ଦୃଶ୍ୟ

Advertisment

Middle East War Updates: ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ଆଜି ୫ମ ଦିନରେ ପହଞ୍ଚିଛି। ୫ମ ଦିନରେ ଇରାନ ପକ୍ଷରୁ ଆକ୍ରମଣକୁ ଆହୁରି ତୀବ୍ର କରାଯାଇଛି। ଆଜି ଇରାନ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକା ମିଲିଟାରୀ ବେସକୁ ଟାର୍ଗେଟ କରି ୪୦ଟି ବାଲାଷ୍ଟିକ ମିସାଇଲ ମାଡ଼ କରିଛି।

Advertisment

ଇରାକର ଇର୍ବିଲ, କୁଏତରେ ଥିବା ୨ ମିଲିଟାରୀ ବେସ ଓ ଉକ୍ତ ଅଞ୍ଚଳରେ ଥିବା ୨ଟି ଆମେରିକା ଯୁଦ୍ଧ ତୋପକୁ ଟାର୍ଗେଟ କରାଯାଇଥିବା ଇରାନ ଦାବି କରିଛି। 
ସେହିପରି କତର ସ୍ଥିତ ଆମେରିକା ଏୟାର ବେସ୍‌କୁ ଟାର୍ଗେଟ କରି ମଧ୍ୟ ୨ଟି ମିସାଇଲ ମାଡ଼ କରାଯାଇଛି।

ବାସ୍ତବରେ ଇରାନ ପକ୍ଷରୁ ୨ଟି ମିସାଇଲ ଦ୍ୱାରା ଇସ୍ରାଏଲକୁ ଟାର୍ଗେଟ କରାଯାଇଥିଲା। ଏହା ମଧ୍ୟରୁ ଗୋଟିଏ କତରର ଅଲ ଉଦେଇଦ ଠାରେ ଥିବା ଆମେରିକା ଏୟାର ବେସ୍‌କୁ ହିଟ କରିଛି। ମଧ୍ୟପ୍ରାଚ୍ୟରେ ଆମେରିକାର ଅନ୍ୟତମ ବଡ଼ ମିଲିଟାରୀ ବେସ୍‌ ହେଉଛି ଅଲ ଉଦେଇଦ।

Advertisment

ଗୋଟିଏ ମିସାଇଲ ଏୟାର ବେସ୍‌ରେ ମାଡ଼ ହୋଇଥିବା ବେଳେ ଆଉ ଗୋଟିଏକୁ ଏୟାର ଡିଫେନ୍ସ ଚିହ୍ନଟ କରିବା ସହ ଆକାଶ ପଥରେ ନଷ୍ଟ କରି ଦେଇଥିବା କତର ଅଧିକାରୀମାନେ ସୂଚନା ଦେଇଛନ୍ତି। ସେହିପରି ମିସାଇଲ ମାଡ଼ରେ କେହି ବି ମୃତାହତ ହୋଇ ନାହାନ୍ତି। 

ଦୁବାଇରେ ଥିବା ଆମେରିକା ଦୂତାବାସରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି। ଦୁବାଇ ସ୍ଥିତି ଏହି ପ୍ରତିଷ୍ଠାନକୁ ଇରାନ ଡ୍ରୋନ ଦ୍ୱାରା ଟାର୍ଗେଟ କରିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଦୁବାଇ ସ୍ଥିତ ଆମେରିକା ଦୂତାବାସରେ ଇରାନ ଡ୍ରୋନ ମାଡ଼ ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିସହ ଏଠାରେ ନିଆଁ ଲାଗି ଯାଇଛି।

ଅନ୍ୟପକ୍ଷରେ ପୂର୍ବ ତେହରାନରେ ଆକ୍ରମଣକୁ ଆଜି ଆହୁରି ତୀବ୍ର କରିଛି ଇସ୍ରାଏଲ। ତେହରାନରେ ଥିବା କମାଣ୍ଡ ସେଣ୍ଟକୁ ମିସାଇଲ ମାଡ଼ରେ ଧ୍ୱଂସ କରି ଇସ୍ରାଏଲ। ସେହିପରି ଇରାନର ଆଉ କିଛି ଅଞ୍ଚଳରେ ଆକ୍ରମଣକୁ ଇସ୍ରାଏଲ ଜୋରଦାର କରିଛି। ଆମେରିକା ମଧ୍ୟ ଆକ୍ରମଣରେ ପ୍ରଥମଥର ପାଇଁ ସୁଇସାଇଡ ଡ୍ରୋନକୁ ମଧ୍ୟ ବ୍ୟବହାର କରିଥିବା ଜଣାପଡ଼ିଛି।  

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe