Advertisment

ଇରାନ୍‌ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ମିଳୁନି ପତ୍ତା

ଦୁର୍ଘଟଣାକୁ ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ରାଷ୍ଟ୍ରପତି ଓ ତାଙ୍କ ହେଲିକପ୍ଟର ସମ୍ବନ୍ଧରେ କୌଣସି ସୂଚନା ମିଳିପାରିନାହିଁ।

author-image
Madhupriya Mistry
ebrahim-raisi

ebrahim-raisi

ଦୁର୍ଘଟଣାଗ୍ରସ୍ତ ହେଲା ଇରାନ୍‌ ରାଷ୍ଟ୍ରପତିଙ୍କ ହେଲିକପ୍ଟର। ଦୁର୍ଘଟଣାର ୧୭ ଘଣ୍ଟା ପରେ ବି ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମିଳୁନି ପତ୍ତା। ଦୁର୍ଘଟଣା ପରେ ଇରାନ ରାଷ୍ଟ୍ରପତିଙ୍କ ସହ ଯୋଗଯୋଗ ହୋଇପାରିନାହିଁ। ଆଜରବାଇଜାନ୍‌ ସୀମାନ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଏଯାଏଁ ଠାବ କରିବା ସମ୍ଭବ ହୋଇପାରିନାହିଁ।

Advertisment

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ରଇସି ପୂର୍ବ ଆଜରବୈଜାନ ଅଂଚଳରେ ଯାତ୍ରା କରୁଥିଲେ। ରାଷ୍ଟ୍ରପତିଙ୍କ ହେଲିକପ୍ଟର ସମେତ ମୋଟ ତିନୋଟି ହେଲିକପ୍ଟର ଥିଲା। ତେବେ ଦୁଇଟି ହେଲିକପ୍ଟର ସୁରକ୍ଷିତ ଭାବେ ଫେରି ଆସିଥିବା ବେଳେ ଇରାନର ରାଜଧାନୀରୁ ପାଖାପାଖି ୬୦୦ କିଲୋମିଟର ଦୂର ଉତ୍ତର ପଶ୍ଚିମର ଜୋଲଫା ସହରରେ ହଠାତ୍ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାକୁ ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ରାଷ୍ଟ୍ରପତି ଓ ତାଙ୍କ ହେଲିକପ୍ଟର ସମ୍ବନ୍ଧରେ କୌଣସି ସୂଚନା ମିଳିପାରିନାହିଁ। ପ୍ରବଳ ତୁଷାରପାତ ଯୋଗୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେପଟେ ଅଧିକାରୀ ଓ ସେନା ଦୁର୍ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅଭିଯାନ ଜାରି ରଖିଛନ୍ତି। ଉଦ୍ଧା କାର୍ଯ୍ୟରେ ୪୦ଟି ଟିମ୍‌ ନିୟୋଜିତ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଇବ୍ରାହିମ ରଇସିଙ୍କ କୌଣସି ପତ୍ତା ମିଳିପାରି ନାହିଁ।

Advertisment

ହେଲିକପ୍ଟର ଖୋଜିବା ପାଇଁ ଇରାନ ସଶସ୍ତ୍ର ବାହିନୀର ମୁଖ୍ୟ ମହମ୍ମଦ ବାଗେରି ସେନା, ଇସଲାମିକ୍ ରିଭୋଲ୍ୟୁସନ୍ ଗାର୍ଡ କର୍ପସ (ଆଇଆରଜିସି) ଏବଂ ଆଇନ ଶୃଙ୍ଖଳା ବାହିନୀର ସମସ୍ତ ଉପକରଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ତୁର୍କୀ ନିଜର ନାଇଟ୍‌ ଭିଜନ ହେଲିକପ୍ଟର ରେସ୍କ୍ୟୁ ଟିମ୍‌ ଓ ୩ଟି ଗାଡି ଇରାନ୍‌କୁ ପଠାଇଛି।

ରିପୋର୍ଟ ସୂଚନାନୁସାରେ, ଆଜରବୈଜାନ୍‌ ଓ ଇରାନ୍‌ ସୀମାନ୍ତ ଆରସ ନଦୀରେ ଏକ ଜଳଭଣ୍ଡାର ଲୋକାର୍ପଣ କାର୍ଯ୍ୟକ୍ରମ ଥିଲା। ଏହି ପ୍ରକଳ୍ପକୁ ଉଭୟଦେଶ ମିଳିତ ଭାବେ ନିର୍ମାଣ କରିଛନ୍ତି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆଜରବାଇଜାନ୍‌ର ରାଷ୍ଟ୍ରପତି ଇଲ୍‌ହାମ୍‌ ଅଲିୟେଭ୍‌ ଓ ଇରାନର ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଇବ୍ରାହିମ୍‌ ଗତକାଲି ସକାଳେ ପହଞ୍ଚିଥିଲେ।

ସେଠାରୁ ଫେରିବା ସମୟରେ ଆଜରବୈଜାନ୍‌ର ଜୋଲ୍‌ଫା ସହର ନିକଟରେ ହେଲିକପ୍ଟରଟି ହଠାତ୍‌ ଭାରସାମ୍ୟ ହରାଇଥିଲା। ଚାଳକ କୌଣସି ମତେ ହେଲିକପ୍‌ଟରଟିକୁ ଅବତରଣ କରାଇବାକୁ ଚେଷ୍ଟା କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ରାଷ୍ଟ୍ରପତିଙ୍କ ସହ ବିଦେଶ ମନ୍ତ୍ରୀ ହୁସେନ୍‌ ଅମିର ଅବ୍‌ଦୁଲ୍ଲାଇନ୍‌ ମଧ୍ୟ ଥିଲେ। ଆଜରବୈଜାନର ଦୁଇ ଜଣ ବରିଷ୍ଠ ନେତା ମଧ୍ୟ ଥିବା କୁହାଯାଉଛି। ତେବେ ଯାତ୍ରା ସମୟରେ ପାଣିପାଗରେ ହଠାତ୍‌ ପରିବର୍ତ୍ତନ ସହ ପ୍ରବଳ ବର୍ଷା ଓ କୁହୁଡ଼ି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Iran President Helicopter Crash Ebrahim Raisi