Advertisment

ସୁନାମୀ ପରେ ଅନ୍ଧାରରେ ୩୦ ହଜାର ଘର, ହେଲ୍ପ ଲାଇନ୍‌ ନମ୍ବର ଜାରି

୯୦ ମିନିଟ୍‌ରେ ପ୍ରାୟ ୨୧ ଥର ଭୂମିକମ୍ପ ଝଟ୍‌କାରେ ଦୋହଲିଛି ଜାପାନ।

author-image
Madhupriya Mistry
earthquake hit japan

earthquake hit japan

ନୂଆବର୍ଷରେ ଜାପାନରେ ବଡ଼ ଧରଣର ଭୂମିକମ୍ପ ହୋଇଛି। ଏଥିରେ ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ବାରମ୍ବାର ଭୂମିକମ୍ପରେ ଦୋହଲିବା ପରେ ଜାପାନରେ ସୁନାମୀ ଆସିଛି। ଇଶିକାୱାରେ ସମୁଦ୍ରରେ ୫ ଫୁଟ ଉଚ୍ଚର ସୁନାମୀ ଲହଡ଼ି ମାଡ଼ ହୋଇଛି। ଏହାକୁ ନେଇ ଲୋକେ ଭୟଭିତ ହୋଇପଡିଛନ୍ତି। ଜାପାନ ଉପକୂଳରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେପଟେ ଭୂମିକମ୍ପ ଯୋଗୁ ୩୩ ହଜାର ଲୋକେ ଏବେ ଅନ୍ଧାରରେ ଅଛନ୍ତି। ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି।

Advertisment

ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ଦୂତାବାସ ଦ୍ୱାରା ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଯୋଗାଯୋଗ ପାଇଁ ଭାରତୀୟ ଦୂତାବାସ ଏକ ଇ-ମେଲ ଠିକଣା ମଧ୍ୟ ଜାରି କରିଛି। ୟାକୁବ ଟପ୍ନୋ, ଅଜୟ ସେଠୀ ଏବଂ ଡି.ଏନ ବର୍ନୱାଲଙ୍କ ବ୍ୟତୀତ ଏସ୍‌ ଭଟ୍ଟାଚାର୍ଯ୍ୟ ଏବଂ ବିବେକ ରାଠିଙ୍କ ନମ୍ବର ଜାରି କରାଯାଇଛି।

ରିପୋର୍ଟ ମୁତାବକ, ଭୂମିକମ୍ପ ପରେ ଜାପାନର ଇସିକାଓ୍ୱାର ଓ୍ୱାଜିମା ଓ କାନାଓ୍ୱାଜା ସହର, ଟୋୟୋମା ଆଦିରେ ସୁନାମିର ପ୍ରଥମ ଲହର ପହଞ୍ଚିଛି। ଇସିକାଓ୍ୱାରେ ୧.୨ ମିଟରର ସୁନାମି ଆସିଛି। ଏହା ୫ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ସତର୍କତା ଜାରି କରାଯାଇଛି। ସେହିପରି ଟୟୋମାରେ ୮୦ ସେଣ୍ଟିମିଟରର ସୁନାମୀ ଲହର ଆସିଛି। ଏଠାରେ ମଧ୍ୟ ୩ ମିଟର ଉଚ୍ଚତାର ସୁନାମୀ ଆସିପାରେ ବୋଲି ସତର୍କତା ଜାରି କରାଯାଇଛି। କାନାଓ୍ୱାଜା ଓ ଓକୁସିରି ଦ୍ୱୀପରେ ୭୦ ସେଣ୍ଟିମିଟର ଉଚ୍ଚତାର ଲହଡି ଆସିଛି। କାସିଓ୍ୱାଜାକି ଓ ତବିସିମା ଉପକୂଳରେ ବି ସୁନାମୀ ଲହର ଆସିଥିବା ରିପୋର୍ଟ ହୋଇଛି। ସୁନାମୀର ଲହରଗୁଡ଼ିକ ବାରମ୍ବାର ଆସିବ ଓ ବେଳକୁ ବେଳ ସେଗୁଡ଼ିକର ଉଚ୍ଚତା ବଢ଼ିପାରେ ବୋଲି ସତର୍କତା ଜାରି କରାଯାଇଛି।

Advertisment

ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଜାପାନର ଇସିକାଓ୍ୱାରେ ୭.୬ ତୀବ୍ରତାର ଭୂମିକମ୍ପ ଆସିଛି। ଏକ ରିପୋର୍ଟ ମୁତାବକ ୯୦ ମିନିଟ୍‌ରେ ପ୍ରାୟ ୨୧ ଥର ଭୂମିକମ୍ପ ଝଟ୍‌କାରେ ଦୋହଲିଛି ଜାପାନ। ଏଥିପରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

Earthquake Japan Tsunami