Advertisment

ଶତାୟୁ ନୋବେଲ ଶାନ୍ତି ବିଜେତାଙ୍କ ପରଲୋକ

ଆମେରିକାର ଜଣାଶୁଣା ପୂର୍ବତନ ବୈଦେଶିକ ସଚିବ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ହେନେରୀ କିସିଞ୍ଜରଙ୍କ ପରଲୋକ।

ଅଦ୍ୟତନ ହୋଇଛି
Henry Kissinger

Henry Kissinger

Advertisment

ଆମେରିକାର ଜଣାଶୁଣା ପୂର୍ବତନ ବୈଦେଶିକ ସଚିବ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ହେନରୀ କିସିଞ୍ଜରଙ୍କ ପରଲୋକ। ୧୦୦ ବର୍ଷ ବୟସରେ କିସିଞ୍ଜରଙ୍କ ପରଲୋକ ହୋଇଥିବା ସୂଚନା। କିସିଞ୍ଜର ଆସୋସିଏଟ୍ସ ଏନେଇ ସୂଚନା ଦେଇଛି। କନେକ୍ଟିକଟର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। 

Advertisment

ଦୁଇ ରାଷ୍ଟ୍ରପତିଙ୍କ ଶାସନ କାଳରେ ପାୱାରହାଉସର କୂଟନୀତିଜ୍ଞ ଭାବେ କାମ କରିଥିଲେ କିସିଞ୍ଜର। ଶହେ ବର୍ଷ ବୟସରେ ମଧ୍ୟ ଖୁବ୍ ଶକ୍ରୀୟ ଥିଲେ। ହ୍ୱାଇଟହାଉସରେ ଆୟୋଜିତ ସଭାଗୁଡ଼ିକରେ ଯୋଗ ଦେଉଥିଲେ। ଏଥିସହ ନିକଟରେ ତାଙ୍କର ଏକ ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା।  

ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ଏବଂ ଜେରାଲ୍ଡ ଫୋର୍ଡଙ୍କ କାର୍ଯ୍ୟକାଳ ମଧ୍ୟରେ କିସିଞ୍ଜର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ବୈଦେଶିକ ସଚିବ ଭାବରେ କାର୍ଯ୍ୟ କରିଥିଲେ। ସେ ଚଳିତ ବର୍ଷ ୨୭ ମଇରେ ତାଙ୍କର ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ଆଧୁନିକ ଆମେରିକୀୟ ଇତିହାସରେ ହେନେରୀ କିସିଞ୍ଜର ଏକ ପରିଚିତ ଚେହେରା। ଭିଏତନାମ ଯୁଦ୍ଧ ଏବଂ ଆମେରିକୀୟ ସୈନ୍ୟ ପ୍ରତ୍ୟାହାରରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Advertisment

କିନ୍ତୁ ୧୯୭୧ରେ ଭାରତ-ପାକିସ୍ଥାନ ଯୁଦ୍ଧ ସମୟରେ ତାଙ୍କର ଭୂମିକା ଅତ୍ୟନ୍ତ ବିବାଦୀୟ ଥିଲା। ୧୯୭୩ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ କିସିଞ୍ଜର।

୧୯୨୩ ମସିହାରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ କିସିଞ୍ଜର। ସେ 1938ରେ ଆମେରିକାକୁ ଆସିଥିଲେ। ପରେ, ୧୯୪୩ ମସିହାରେ, ଆମେରିକୀୟ ନାଗରିକ ହୋଇଥିଲେ ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଆମେରିକୀୟ ସେନାରେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ସେ କାଉଣ୍ଟର ଇଣ୍ଟେଲିଜେନ୍ସ କୋରରେ ମଧ୍ୟ କାର୍ଯ୍ୟ କରିଥିଲେ।

Henry Kissinger American Diplomat Nobel Winner Henry Kissinger Dies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe