Advertisment

ଇସ୍ରାଏଲର ବୋମା ମାଡ଼ ଜାରି, ହେଜବୁଲ୍ଲା ମୁଖ୍ୟଙ୍କ ଝିଅ ନିହତ

ଶୁକ୍ରବାର ରାତିରୁ ଏଠାରେ ଆରମ୍ଭ ହୋଇଥିବା ଆକ୍ରମଣ ଆଜି ମଧ୍ୟ ଦେଖିବାକୁ ମିଳିଛି। ପୂରା ଅଞ୍ଚଳ ଧୂଆଁ ମୟ ହୋଇଯାଇଥିବା ବେଳେ ଘର ଗୁଡ଼ିକ ମାଟିରେ ମିଶି ଯାଇଛି। ଏଥିପାଇଁ ଏଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଛି।

Hezbollah Chief's Daughter

Hezbollah Chief's Daughter

Advertisment

ବିଦ୍ରୋହୀ ସଂଗଠନ ହେଜବୁଲ୍ଲା ବିରୋଧରେ ଇସ୍ରାଏଲ ଅପରେସନ ଜାରି ରଖିଛି। ଆଜି ମଧ୍ୟ ହେଜବୁଲ୍ଲାର ଗଡ଼ କୁହାଯାଉଥିବା ଲେବାନନର ରାଜଧାନୀ ବେରୁଟର ଦକ୍ଷିଣ ପ୍ରାନ୍ତରେ ଇସ୍ରାଏଲ ସେନା ଘନଘନ ବୋମା ମାଡ଼ କରିଛନ୍ତି।

Advertisment

ଶୁକ୍ରବାର ରାତିରୁ ଏଠାରେ ଆରମ୍ଭ ହୋଇଥିବା ଆକ୍ରମଣ ଆଜି ମଧ୍ୟ ଦେଖିବାକୁ ମିଳିଛି। ପୂରା ଅଞ୍ଚଳ ଧୂଆଁ ମୟ ହୋଇଯାଇଥିବା ବେଳେ ଘର ଗୁଡ଼ିକ ମାଟିରେ ମିଶି ଯାଇଛି। ଏଥିପାଇଁ ଏଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଛି।

ଶୁକ୍ରବାର ଇସ୍ରାଏଲ ହେଜବୁଲ୍ଲାର ମୁଖ୍ୟାଳୟକୁ ଟାର୍ଗେଟ କରିଥିଲା। ଏଥିରେ ସଂଗଠନ ଶେଖ ହାସନ ନସ୍ରଲ୍ଲା ପ୍ରାଣ ହରାଇଥିବା ଇସ୍ରାଏଲ ଦାବି କରିଛି। କିନ୍ତୁ ତାଙ୍କ ମୃତ୍ୟୁ ନେଇ ହେଜବୁଲ୍ଲା କିଛିବନାହିଁ। ଏସବୁ ଭିତରେ ଇସ୍ରାଏଲରର ଚ୍ୟାନେଲ ୧୨ରେ ବଡ଼ ଖବର ପ୍ରକାଶ ପାଇଛି।

Advertisment

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲାର ମୁଖ୍ୟ ନସ୍ରଲ୍ଲାଙ୍କ ଝିଅ ଜୈନାବ ମଧ୍ୟ ପ୍ରାଣ ହରାଇଛନ୍ତି। ଦକ୍ଷିଣ ବେରୁଟରେ ଇସ୍ରାଏଲ ଏକାଧିକ କୋଠାକୁ ଟାର୍ଗେଟ କରିଥିଲା। ଏହା ମଧ୍ୟରୁ ଗୋଟିଏ କୋଠାରେ ଜୈନାବ ରହୁଥିଲେ। ବୋମା ମାଡ଼ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଏ ସମ୍ପର୍କରେ ହେଜବୁଲ୍ଲା କିମ୍ବା ଲେବାନନ ମିଡିଆ ପକ୍ଷରୁ କିଛି ବି କୁହାଯାଇ ନାହିଁ।

ଇସ୍ରାଏଲର କହିବା କଥା ଏୟାର ଷ୍ଟ୍ରାଇକରେ ନସ୍ରଲ୍ଲା ସହ ଦକ୍ଷିଣ ଲେବାନନରେ ହେଜବୁଲ୍ଲାର ମିସାଇଲ ୟୁନିଟ କମାଣ୍ଡ ମହମ୍ମଦ ଅଲୀ ଇସ୍ମାଲର ମଧ୍ୟ ମୃତ୍ୟୁ ହୋଇଛି। ସେହିପରି ଇରାନ ସମର୍ଥିତ ହେଜବୁଲ୍ଲାର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତି। କିନ୍ତୁ ଏ ସମ୍ପର୍କରେ ହେଜବୁଲ୍ଲା କିଛି ବି କହିନାହିଁ।

Hezbollah Hezbollah Chief Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe