Advertisment

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା କମାଣ୍ଡର ଇବ୍ରାହିମ ମୃତ

ସଂଗଠନର ରାଡୱାନ ୟୁନିଟର କମାଣ୍ଡର ଇବ୍ରାହିମ ଅକିଲ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୨ ଜଣ ସାଧାରଣ ଲୋକ ମଧ୍ୟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛି ଓ ୧୭ ଜଣ ଆହତ ହୋଇଛନ୍ତି।

Ibrahim Aqil

Ibrahim Aqil

Advertisment

ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଲା ସଂଗଠନର ଏକାଧିକ ଠିକଣା ଉପରେ ଘନଘନ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ଶୁକ୍ରବାର ଲେବାନନର ରାଜଧାନୀ ବେରୁଟରେ ଇସ୍ରାଏଲ କରିଥିବା ଆକ୍ରମଣରେ ହେଜବୁଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏୟାର ଷ୍ଟ୍ରାଇକରେ ସଂଗଠନର ଜଣେ ଟପ୍‌ କମାଣ୍ତରର ମୃତ୍ୟୁ ହୋଇଛି।

Advertisment

ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କେହି ବି ମୁହଁ ଖୋଲି ନାହାନ୍ତି। କିନ୍ତୁ ଗୋଟିଏ ସୂତ୍ରରେ କୁହାଯାଇଛି ଯେ ଇସ୍ରାଏଲ ପକ୍ଷରୁ ହେଜବୁଲ୍ଲାର ଗଡ଼ ଭାବେ ପରିଚିତ ଦକ୍ଷିଣ ବେରୁଟରେ ଆକ୍ରମଣ କରାଯାଇଛି। ଏଥିରେ ସଂଗଠନର ରାଡୱାନ ୟୁନିଟର କମାଣ୍ଡର ଇବ୍ରାହିମ ଅକିଲ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୨ ଜଣ ସାଧାରଣ ଲୋକ ମଧ୍ୟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛି ଓ ୧୭ ଜଣ ଆହତ ହୋଇଛନ୍ତି।

ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଦେଶର ସେନା ଯବାନ ବେରୁଟରେ ଥିବା ହେଜବୁଲ୍ଲାର ବିଭିନ୍ନ ଠିକଣାକୁ ଟାର୍ଗେଟ କରାଯାଇଛି। ଏଥିରେ କୌଣସି ସାଧାରଣ ଲୋକଙ୍କ କ୍ଷୟକ୍ଷତି ହୋଇନାହିଁ। ହେଜବୁଲ୍ଲାର ଗଡ଼ ଏୟାର ଷ୍ଟ୍ରାଇକରେ ଛିନଛତ୍ର ହୋଇଯାଇଛି ବୋଲି ଇସ୍ରାଏଲ କହିଛି।

Advertisment

ଅନ୍ୟପକ୍ଷରେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖାବାକୁ ମିଳିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ବେରୁଟରେ ଥିବା ଏକାଧିକ ଘର ଭୁଶୁଡ଼ି ପଡ଼ିଛି। ଗୋଟିଏ ଆପାର୍ଟମେଣ୍ଟ ଛିନଛତ୍ର ହୋଇଯାଇଥିବା ବେଳେ ସାଧାରଣ ଲୋକ ଭୟରେ ଦୌଡ଼ୁ ଥିବା ଦେଖିବାକୁ ମିଳୁଛି।

Hezbollah Hezbollah Strikes Israel Ibrahim Aqil
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe