Advertisment

ଇସ୍ରାଏଲ ରକେଟ ମାଡ଼ରେ ହେଜବୁଲ୍ଲାର ଟପ୍ କମାଣ୍ଡର ମୃତ

ହମାସର ଶକ୍ତିକୁ ଦୁର୍ବଳ କରିବା ପରେ ଏବେ ଇସ୍ରାଏଲର ଟାର୍ଗେଟରେ ରହିଛି ଲେବାବନର ସମର୍ଥିତ ହେଜବୁଲ୍ଲା ସଂଗଠନ।

author-image
Debibandita Barick
Rocket Attack

Rocket Attack

ପାଲେଷ୍ଟାଇନ ସମର୍ଥିତ ହମାସ ଓ ଇସ୍ରାଏଲ ଯୁଦ୍ଧ ଧୀରେ ଧୀରେ ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଏହି ବିବାଦ ଏବେ ଇସ୍ରାଏଲ ଏବଂ ଲେବାବନ ମଧ୍ୟରେ ଘନୀଭୂତ ହୋଇଛି। ହମାସର ଶକ୍ତିକୁ ଦୁର୍ବଳ କରିବା ପରେ ଏବେ ଇସ୍ରାଏଲର ଟାର୍ଗେଟରେ ରହିଛି ଲେବାବନର ସମର୍ଥିତ ହେଜବୁଲ୍ଲା ସଂଗଠନ।

Advertisment

ନିକଟରେ ହେଜବୁଲ୍ଲାକୁ ଟାର୍ଗେଟ କରି ଲେବାନନ ଉପରେ ଶହ ଶହ ରକେଟ ମାଡ଼ କରିଥିଲା ଇସ୍ରାଏଲ। ଏଥିରେ ପାଖାପାଖି 600 ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ହେଜବୁଲ୍ଲାର ଡ୍ରୋନ୍ କମାଣ୍ଡରର ମୃତ୍ୟୁ ହୋଇଛି। 

ଗୁରୁବାର ବେରୁଟରେ ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ଟପ୍ କମାଣ୍ଡର ମହମ୍ମଦ ହୁସେନ ସୁରୋରର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

Advertisment

ସେପଟେ, ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଙ୍ଘର ସାଧାରଣ ସଭାରେ ନେତାନ୍ୟାହୁ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ହେଜବୁଲ୍ଲାର ସମସ୍ତ ଶକ୍ତି ଶେଷ ନ କରିବା ପର୍ଯ୍ୟନ୍ତ ଆମେ ଚୁପ୍ ବସିରହିବୁ ନାହିଁ। ଆମେ ଆମ ଗୋଲରେ ନ ପହଞ୍ଚିବା ଯାଏ ଅସ୍ତ୍ରବିରତି କରିବାକୁ ନାହିଁ ବୋଲି ନେତାନ୍ୟାହୁ କହିଛନ୍ତି। 

Hezbollah Benjamin Netanyahu Lebanon Israel Air Strike