Advertisment

ଇସ୍ରାଏଲ ଉପରେ ହେଜବୁଲ୍ଲାର ରକେଟ ବର୍ଷା

ହେଜବୁଲ୍ଲା ବ୍ୟବହାର କରୁଥିବା ପେଜର ଓ ୱାକିଟକି ବିସ୍ଫୋରଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଥିଲେ। ଏହାର ବଦଲା ନେବାକୁ ହେଜବୁଲ୍ଲାର ମୁଖ୍ୟ ହାସନ ନରସଲ୍ଲା ଆହ୍ୱାନ ଦେବାର ଦିନକ ପରେ ଏପରି ରେକଟ ମାଡ଼ ହୋଇଛି।

Israel

Israel

Advertisment

ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଯୋଗୁ ଅଶାନ୍ତ ହୋଇ ପଡ଼ିଛି ମଧ୍ୟପ୍ରାଚ୍ୟ। ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଳା ସଂଗଠନ ପକ୍ଷରୁ ଉତ୍ତର ଇସ୍ରାଏଲରେ ଆଜି ରକେଟ ବର୍ଷା କରାଯାଇଛି। ହେଜବୁଲ୍ଲା ୧୪୦ଟି ରେକର୍ଡ ମାଡ଼ କରି ଆତଙ୍କ ସୃଷ୍ଟି କରିଛି।

Advertisment

ହେଜବୁଲ୍ଲା ବ୍ୟବହାର କରୁଥିବା ପେଜର ଓ ୱାକିଟକି ବିସ୍ଫୋରଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଥିଲେ। ଏହାର ବଦଲା ନେବାକୁ ହେଜବୁଲ୍ଲାର ମୁଖ୍ୟ ହାସନ ନରସଲ୍ଲା ଆହ୍ୱାନ ଦେବାର ଦିନକ ପରେ ଏପରି ରେକଟ ମାଡ଼ ହୋଇଛି।

ଇସ୍ରାଏଲ ସେନା ରକେଟ ମାଡ଼ କଥାକୁ ସ୍ୱୀକାର କରିଛି। ଶୁକ୍ରବାର ମଧ୍ୟାହ୍ନ ସମୟରେ ଲେବାନନ ସୀମାନ୍ତକୁ ଲାଗିଥିବା ଉତ୍ତର ଇସ୍ରାଏଲର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ହେଜବୁଲ୍ଲା ରକେଟ ମାଡ଼ କରିଥିଲା। କିନ୍ତୁ ଇସ୍ରାଏଲ ସେନା ଅଧିକାଂଶ ରକେଟକୁ ଆକାଶ ମାର୍ଗରେ ହିଁ ଧ୍ୱଂସ କରିଦେଇଥିବା କହିଛି।

Advertisment

ହେଜବୁଲ୍ଲା କହିଛି ଯେ ବିଭିନ୍ନ ସ୍ଥାନକୁ କାତୟୁଶା ରକେଟ ଦ୍ୱାରା ଟାର୍ଗେଟ କରାଯାଇଛି। ଇସ୍ରାଏଲର ଏକାଧିକ ଏୟାର ଡିଫେନ୍ସ ବେସ ସମେତ ଗୋଟିଏ ମୁଖ୍ୟାଳୟରେ ପ୍ରଥମଥର ରକେଟ ମାଡ଼ ହୋଇଛି। ଦକ୍ଷିଣ ଲେବାନନରେ ଥିବା ଗାଁ ଓ ଘରଗୁଡ଼ିକୁ ଇସ୍ରାଏଲ ଟାର୍ଗେଟ କରିଥିବା ଏହାର ଜବାବରେ ରକେଟ ମାଡ଼ କରାଯାଇଥିବା ହେଜବୁଲ୍ଲା କହିଛି।

ଅକ୍ଟୋବର ୮ରୁ ଇସ୍ରାଏଲ ଗାଜାରେ ଆକ୍ରମଣ କରିବା ଦିନ ଠାରୁ ହେଜବୁଲ୍ଲା ସହ ତିକ୍ତତା ଆରମ୍ଭ ହୋଇଛି। ଏବେ ତିକ୍ତତା ଚରମସୀମାରେ ପହଞ୍ଚିଛି।

Hezbollah Israel Rocket Attacks Hezbollah Strikes Israel Israel Declares War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe