Advertisment

ହିଜବୁଲ୍ହା ପ୍ରସ୍ତୁତ, ସମୟ ଆସିଲେ ହମାସ ସହ ଯୋଗଦେବୁ: ନଇମ କ୍ୱାସମ

ସମୟ ଆସିଲେ ପାଲେଷ୍ଟାଇନ ସହଯୋଗୀ ହମାସ ସହ ଯୋଗଦେବୁ ବୋଲି ହିଜବୁଲ୍ଲା ଉପମୁଖ୍ୟ ନଇମ କ୍ୱାସମ କହିଛନ୍ତି।

Representative Image

Representative Image

Advertisment

ହମାସ ଆତଙ୍କୀ ସଂଗଠନ ସପକ୍ଷରେ ବାହାରିଲା ଲେବାନନର ଇରାନ ସମର୍ଥିତ ହିଜବୁଲ୍ଲା ମୁଭମେଣ୍ଟ। ସମୟ ଆସିଲେ ପାଲେଷ୍ଟାଇନ ସହଯୋଗୀ ହମାସ ସହ ଯୋଗଦେବୁ ବୋଲି ହିଜବୁଲ୍ଲା ଉପମୁଖ୍ୟ ନଇମ କ୍ୱାସମ କହିଛନ୍ତି। ସେ କହିଛନ୍ତି, ହିଜବୁହ୍ଲା ଭାବରେ ଆମେ ଏହି ମୁକାବିଲାରେ ହମାସକୁ ସମର୍ଥନ କରୁଛୁ ଏବଂ ଦରକାର ପଡିଲେ ହମାସକୁ ସହଯୋଗ ମଧ୍ୟ କରିବୁ।

Advertisment

ସେ କହିଛନ୍ତି ଯେ, ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯେତେବେଳେ ସମୟ ଆସିବ ଆମେ ହମାସର ସାଥ୍ ଦେବୁ। ସେପଟେ, ଏହି ମନ୍ତବ୍ୟ ପରେ ଇରାନର ବୈଦେଶିକ ମନ୍ତ୍ରୀ ଯୁଦ୍ଧରୁ ନିଜକୁ ଦୂରେଇ ରଖିବାକୁ ହିଜବୁହ୍ଲା ମୁଭମେଣ୍ଟକୁ ଚେତାବନୀ ଦେଇଛନ୍ତି। 

ଗତ କିଛି ଦିନ ହେବ ଲେବାନନରେ ହିଜବୁଲ ଏବଂ ପାଲେଷ୍ଟାଇନ ସହଯୋଗୀ ଦଳ ଉପରେ ଆକ୍ରମଣ କରୁଛି ଇସ୍ରାଏଲ। ଲେବାନନ ମିଲିସିଆ ହିଜବୁଲ୍ହା ସହ ସଙ୍ଘର୍ଷ ସମୟରେ ଇସ୍ରାଏଲ ରକେର୍ଟ ମାଡରେ ଜଣେ ରଏଟର୍ସ ସାମ୍ୱାଦିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 6 ଜଣ ସାମ୍ୱାଦିକ ଆହତ ହୋଇଛନ୍ତି।

Advertisment

ପାଲେଷ୍ଟାଇନ ଓ ଇସ୍ରାଏଲର ଏହି ଯୁଦ୍ଧରେ ଏଯାବତ ଉଭୟ ପକ୍ଷର ପ୍ରାୟ 3,200 ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲର ଶତାଧିକ ଲୋକଙ୍କୁ ପଣବନ୍ଦୀ କରି ରଖିଛନ୍ତି ହମାସ ସଦସ୍ୟ। ଇସ୍ରାଏଲର ଛୋଟ ଛୋଟ ପିଲାମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଉଛି। ଗତକାଲି ଇସ୍ରାଏଲ ସେନା ହମାସ ଶିବିରରେ ପ୍ରବେଶ କରି 250 ବନ୍ଧକଙ୍କୁ ଉଦ୍ଧାର କରିବା ସହ 60 ଆତଙ୍କୀଙ୍କୁ ନିପାତ କରିଥିବା ଇସ୍ରାଏଲ ସେନା ସୋଶାଲ ମିଡିଆରେ ପୋଷ୍ଟ କରିଥିଲା। 

Israel Hamas Israel-Palestine Conflict Palestine War Israel-Palestine War Hezbollah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe