ଲେବାନନରେ ୨୪ ଘଣ୍ଟାରେ ଆଉ ଏକ ବିସ୍ଫୋରଣ ହୋଇଛି। ପେଜର୍ ପରେ ଓ୍ୱକି-ଟକିରେ ହୋଇଛି ବ୍ଲାଷ୍ଟା। ଏଥିରେ ବର୍ତ୍ତମାନ ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୪୫୦ରୁ ଅଧିକ ଆହତ ହୋଇଛନ୍ତି। ଲେବାନନରେ ଥିବା ହେଜବୁଲ୍ଲାର ଗଡ଼ରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।
ଲେବନାନର ବେରୁଟରେ ଏହି ବିସ୍ଫୋରଣ ଘଟିଛି। ଆମେରିକା ଓ ୟୁରୋପୀୟ ଦେଶ ଦ୍ୱାରା ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ହେଜବୁଲ୍ଲାର ସଦସ୍ୟମାନେ ବ୍ୟବହାର କରୁଥିବା ୱାକି-ଟକିରେ ବିସ୍ଫୋରଣ ହୋଇଛି। ଗତକାଲି ପେଜର ବିସ୍ଫୋରଣରେ ମରିଥିବା କିଛି ଲୋକଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ୱାକି-ଟକି ବିସ୍ଫୋରଣ ହୋଇଥିଲା। ହିଜବୁଲ୍ଲା ପକ୍ଷରୁ ଏହି ଅନ୍ତିମ ସଂସ୍କାର କରାଯାଉଥିଲା।
ମିଳିଥିବା ସୂଚନା ମୁତାବକ, ଗତ ୫ରୁ ୬ ମାସ ତଳେ ପେଜର୍ ଯେଉଁ ସମୟରେ କିଣା ଯାଇଥିଲା ସେହି ସମୟରେ ଏହି ୱାକି-ଟକି ବି ଆସିଥିଲା। ପୂର୍ବରୁ ପେଜର୍ ବିସ୍ଫୋରଣରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାରରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବାଛି ବାଛି ହିଜବୁଲ୍ ସଂଗଠନ ଓ ଏହା ସହ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ୍ କରାଯାଉଛି। ଏହାପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା କୁହାଯାଉଛି।
୫ ମାସ ତଳେ ହେଜବୁଲ୍ଲା ୱାକି-ଟକିଜ୍ କିଣିଥିଲା। ସେତେବେଳେ ପେଜର ମଧ୍ୟ କିଣିଥିଲା। ତେବେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ କୌଶଳକ୍ରମେ ନିର୍ମାଣ ସମୟରେ ହିଁ ପେଜରଗୁଡ଼ିକରେ ୩ ଗ୍ରାମ ଲେଖାଏଁ ବିସ୍ଫୋରକ ଭର୍ତ୍ତି କରି ଦେଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।