ପେଜର୍‌ ପରେ ଓ୍ୱକି-ଟକି ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

୪୫୦ରୁ ଅଧିକ ଆହତ ହୋଇଛନ୍ତି।

ଘଟଣାସ୍ଥଳର ଦୃଶ୍ୟ

  • Published: Thursday, 19 September 2024
  • , Updated: 19 September 2024, 08:25 AM IST

ଲେବାନନରେ ୨୪ ଘଣ୍ଟାରେ ଆଉ ଏକ ବିସ୍ଫୋରଣ ହୋଇଛି। ପେଜର୍‌ ପରେ ଓ୍ୱକି-ଟକିରେ ହୋଇଛି ବ୍ଲାଷ୍ଟା। ଏଥିରେ ବର୍ତ୍ତମାନ ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୪୫୦ରୁ ଅଧିକ ଆହତ ହୋଇଛନ୍ତି। ଲେବାନନରେ ଥିବା ହେଜବୁଲ୍ଲାର ଗଡ଼ରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ଲେବନାନର ବେରୁଟରେ ଏହି ବିସ୍ଫୋରଣ ଘଟିଛି। ଆମେରିକା ଓ ୟୁରୋପୀୟ ଦେଶ ଦ୍ୱାରା ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ହେଜବୁଲ୍ଲାର ସଦସ୍ୟମାନେ ବ୍ୟବହାର କରୁଥିବା ୱାକି-ଟକିରେ ବିସ୍ଫୋରଣ ହୋଇଛି। ଗତକାଲି ପେଜର ବିସ୍ଫୋରଣରେ ମରିଥିବା କିଛି ଲୋକଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ୱାକି-ଟକି ବିସ୍ଫୋରଣ ହୋଇଥିଲା। ହିଜବୁଲ୍ଲା ପକ୍ଷରୁ ଏହି ଅନ୍ତିମ ସଂସ୍କାର କରାଯାଉଥିଲା।

ମିଳିଥିବା ସୂଚନା ମୁତାବକ, ଗତ ୫ରୁ ୬ ମାସ ତଳେ ପେଜର୍ ଯେଉଁ ସମୟରେ କିଣା ଯାଇଥିଲା ସେହି ସମୟରେ ଏହି ୱାକି-ଟକି ବି ଆସିଥିଲା। ପୂର୍ବରୁ ପେଜର୍ ବିସ୍ଫୋରଣରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାରରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବାଛି ବାଛି ହିଜବୁଲ୍ ସଂଗଠନ ଓ ଏହା ସହ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ୍‌ କରାଯାଉଛି। ଏହାପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା କୁହାଯାଉଛି।

୫ ମାସ ତଳେ ହେଜବୁଲ୍ଲା ୱାକି-ଟକିଜ୍ କିଣିଥିଲା। ସେତେବେଳେ ପେଜର ମଧ୍ୟ କିଣିଥିଲା। ତେବେ ଇସ୍ରାଏଲର ଗୁଇନ୍ଦା  ସଂସ୍ଥା ମୋସାଦ କୌଶଳକ୍ରମେ ନିର୍ମାଣ ସମୟରେ ହିଁ ପେଜରଗୁଡ଼ିକରେ ୩ ଗ୍ରାମ ଲେଖାଏଁ ବିସ୍ଫୋରକ ଭର୍ତ୍ତି କରି ଦେଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

 

Related story