Advertisment

ଜର୍ଜ ସୋରୋସ୍‌ଙ୍କ ସମେତ ୧୯ ଜଣଙ୍କୁ ମିଳିଲା USA ସର୍ବୋଚ୍ଚ ନାଗିରକ ସମ୍ମାନ

ଜର୍ଜ ସୋରୋସ୍‌ଙ୍କ ବିରୋଧରେ ଅନେକ ଦେଶର ସରକାରକୁ ଅସ୍ଥିର କରିବା ଅଭିଯୋଗ ରହିଛି।

ଅଦ୍ୟତନ ହୋଇଛି
George Soros

George Soros

Advertisment

ବିବାଦୀୟ ବିଲେନିୟର ତଥା ବିଶିଷ୍ଟ ଉଦ୍ୟୋଗପତି ଜର୍ଜ ସୋରୋସଙ୍କୁ ମିଳିଲା ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ପ୍ରେସିଡେନ୍‌ସିଆଲ୍ ମେଡାଲ ଅଫି ଫ୍ରିଡମ ପ୍ରଦାନ କରିଛନ୍ତି।

Advertisment

ଜର୍ଜ ସୋରୋସ୍‌ ଜଣେ ବିଲେନିୟର ହେବା ସହ ବିଭିନ୍ନ ଦେଶର ସରକାରକୁ ଅସ୍ଥିର କରିବା ପାଇଁ ମଧ୍ୟ ଜଣାଶୁଣା। ଏଥିସହ ସେ ଭାରତ ସରକାରକୁ ଅସ୍ଥିର କରିବା ପାଇଁ କଂଗ୍ରେସ ଏବଂ ବିରୋଧୀଙ୍କ ସହ ଷଡଯନ୍ତ୍ର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଭାରତ ସଂସଦରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଅନେକ ଥର ଜୋରଦାର ବିତର୍କ ଓ ଉତ୍ତେଜନା ଦେଖାଦେଇଛି। କିନ୍ତୁ ବର୍ତ୍ତମାନ ରାଷ୍ଟ୍ରପତି ଜୋ ବିଡେନ ତାଙ୍କ ଦେଶର ସର୍ବୋଚ୍ଚ ପୁରସ୍କାର ଜର୍ଜ ସୋରୋସଙ୍କୁ ଦେଇଛନ୍ତି।

ସୋରୋସଙ୍କ ପୁଅ ଆଲେକ୍ସ ସୋରୋସ୍ ତାଙ୍କ ବାପାଙ୍କ ତରଫରୁ ପଦକ ଗ୍ରହଣ କରିଥିଲେ। ତାଙ୍କ ବ୍ୟତୀତ ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ହିଲାରୀ କ୍ଲିନଣ୍ଟନ, ଫୁଟବଲ ସୁପରଷ୍ଟାର୍‌ ଲିଓନଲ୍ ମେସିଙ୍କ ସମେତ ୧୯ ଜଣ ସେଲେବ୍ରିଟିଙ୍କୁ ହ୍ୱାଇଟ୍‌ ହାଉସ୍‌ରେ ଏହି ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି।

Advertisment

ବାଇଡେନ ତାଙ୍କ ଅଭିଭାଷଣରେ କହିଛନ୍ତି, 'ଆମ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରି ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ଯେଉଁମାନେ ଆମେରିକାର ସଂସ୍କୃତି ଏବଂ ଉଦ୍ଦେଶ୍ୟ ଗଠନ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଆପଣାମନେ ଯାହା କରିଛନ୍ତି ସେଥିପାଇଁ ମୁଁ ତୁମ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ।'

USA Presidential Medal Of Freedom Joe Biden Hillary Clinton George Soros
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe