Hindenburg
'ଭାରତରେ ଖୁବ୍ ଶୀଘ୍ର କିଛି ବଡ଼ ଘଟିବାକୁ ଯାଉଛି।' ଏଭଳି କିଛି ଚେତାବନୀ ଦେଇଛି ଆମେରିକାର ଶର୍ଟ ସେଲର୍ ସଂସ୍ଥା ହିଣ୍ଡେନବର୍ଗ। ଶନିବାର ସକାଳେ ସୋଶାଲ ମିଡିଆ ହ୍ୟାଣ୍ଡେଲ 'X' ରେ ପୋଷ୍ଟ କରି ଆମେରିକୀୟ କମ୍ପାନୀ ଭାରତୀୟ କମ୍ପାନୀ ସହ ଜଡ଼ିତ ଆଉ ଏକ ବଡ଼ ଖୁଲାସା କରିବାକୁ ଯାଉଥିବା ନେଇ ଇସାରା ଦେଇଛି।
ହିଣ୍ଡେନବର୍ଗ ନିଜ ପୋଷ୍ଟରେ ଲେଖିଛି ଯେ, 'Something big soon India'। ହିଣ୍ଡେନବର୍ଗର ଏହି ପୋଷ୍ଟକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ତେବେ କ’ଣ ଏବଂ କାହା ଉପରେ ବଡ଼ ଘଟଣା ଘଟିବାକୁ ଯାଉଛି ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ। ହିଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଏକ ଭାରତୀୟ କମ୍ପାନୀ ବିଷୟରେ ବଡ଼ ଖୁଲାସା କରିବାକୁ ଯାଉଥିବା କମ୍ପାନୀର ଏହି ପୋଷ୍ଟକୁ ନେଇ ସନ୍ଦେହ କରାଯାଉଛି।
ଜାନୁଆରୀ ୨୦୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଏକ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା। ​​କାରଣ ହିଣ୍ଡେନବର୍ଗ ଆଦାନୀ ଗ୍ରୁପ୍ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ସେପଟେ ହିଣ୍ଡେନବର୍ଗର ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ମାତ୍ରେ ଆଦାନୀ ଗ୍ରୁପ୍ର ସମସ୍ତ ସେୟାର ଦ୍ରୁତ ଭାବେରେ ହ୍ରାସ ପାଇବାକୁ ଲାଗିଥିଲା।
ଗୌତମ ଆଦାନୀ ବିଶ୍ୱର ୨ ନମ୍ବର ଧନୀ ତାଲିକାରୁ ୩୬ତମ ସ୍ଥାନକୁ ଖସି ଆସିଥିଲେ, କାରଣ ତାଙ୍କ ସମ୍ପତ୍ତି ଧଡାଧଡ ଭାବେ ହ୍ରାସ ଘଟିଥିବା ରେକର୍ଡ କରାଯାଇଥିଲା। ସେପଟେ ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗର ଏହି ରିପୋର୍ଟକୁ ନେଇ ରାଜନୈତିକ ହଟଚମଟ ମଧ୍ୟ ଦେଖିବାକୁ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us