Advertisment

କ୍ଲିନିକରୁ ଘରକୁ ଫେରୁଥିବା ହିନ୍ଦୁ ଡାକ୍ତରଙ୍କୁ ପାକ୍‌ରେ ଗୁଳି କରି ହତ୍ୟା

ପୁଣିଥରେ ପାକିସ୍ତାନରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଛି। କରାଚିର ଲାୟାରି ଠାରେ ହିନ୍ଦୁ ଡାକ୍ତର ବିରବଲ ଜେନାନନି ଆତତାୟୀଙ୍କ ଗୁଳିମାଡ଼ରେ ଆଖି ବୁଜିଛନ୍ତି।

Pakistan

Pakistan

Advertisment

ପୁଣିଥରେ ପାକିସ୍ତାନରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଛି। କରାଚିର ଲାୟାରି ଠାରେ ହିନ୍ଦୁ ଡାକ୍ତର ବିରବଲ ଜେନାନନି ଆତତାୟୀଙ୍କ ଗୁଳିମାଡ଼ରେ ଆଖି ବୁଜିଛନ୍ତି। ସେ ତାଙ୍କ କ୍ଲିନିକରୁ ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଛି।

Advertisment

କରାଚି ମେଟ୍ରୋପଲିଟାନ କର୍ପୋରେସନ(କେଏମସି)ର ପୂର୍ବତନ ବରିଷ୍ଠ ନିର୍ଦ୍ଦେଶକ ଓ ଆଖି ବିଶେଷଜ୍ଞ ଡାକ୍ତର ବିରବଲଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଥିବା ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ପୁଲିସ୍‌ କହିଛି ଯେ ଡାକ୍ତର ବିରବଲ ଓ ତାଙ୍କ ସହଯୋଗୀ ମହିଳା ଡାକ୍ତର ମିଳିତ ଭାବେ ରାମସ୍ୱାମୀରୁ ଗୁଲଶନ ଇ- ଇକବାଲ ଯାଉଥିଲେ। ତେବେ ଲାୟାରି ଏକ୍ସପ୍ରେସ ୱେରେ ସେମାନେ ଯାଉଥିବା ବେଳେ ଗାର୍ଡେନ ଇଣ୍ଟରଚେଞ୍ଜ ନିକଟରେ ସେମାନଙ୍କ କାରକୁ ଟାର୍ଗେଟ କରି ଗୁଳିମାଡ଼ ହୋଇଥିଲା। ଘଟଣା ସ୍ଥଳରେ ଡାକ୍ତର ବିରବଲଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ଥିବା ମହିଳା ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି।

Advertisment

ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ମୃତହାତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସିସିଟିଭି ଦୃଶ୍ୟ ଅନୁଯାୟୀ, ଗୁଳିମାଡ଼ ପରେ ଡାକ୍ତର ବିରବଲଙ୍କ କାର ଭାରସାମ୍ୟ ହରାଇ ଥିଲା ଓ ନିକଟରେ ଥିବା ଗୋଟିଏ କାନ୍ଥରେ ଖୁବ ଜୋରରେ ପିଟି ହୋଇଯାଇଥିଲା।

ଏସଏସ୍‌ପି ଆରିଫ ଅଜିଜ କହିଛନ୍ତି, ଏହା ଏକ ଟାର୍ଗେଟ କିଲିଂ। ହତ୍ୟା ପଛର କାରଣ ଏଯାଏ ସ୍ପଷ୍ଟ ହୋଇଛି। ବର୍ତ୍ତମାନ ଚିକିତ୍ସିତ ହେଉଥିବା ଡାକ୍ତର ବିରବଲଙ୍କ ସହଯୋଗୀ ମହିଳା ହିଁ ସବୁ କଥା କହିପାରିବେ। ସେ ଗୁଳିମାଡ଼ରେ ଆହତ ହୋଇଛନ୍ତି। ତାଙ୍କ ବୟାନ ପରେ ଅଧିକ ତଦନ୍ତ ହେବ ବୋଲି ସେ କହିଛନ୍ତି।

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe