/odisha-reporter/media/media_files/2026/01/06/sarat-2026-01-06-13-10-21.jpg)
ରାଣା ପ୍ରତାପ ଓ ଶରତ (ଫାଇଲ ଫଟୋ)
ବାଂଲାଦେଶ(Bangladesh)ରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ପୁଣି ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ବାଂଲାଦେଶରେ କରାଯାଇଛି ହତ୍ୟା। ମୃତକ ଜଣଙ୍କ ହେଲେ ୪୦ ବର୍ଷୀୟ ଶରତ ମଣି ଚକ୍ରବର୍ତ୍ତୀ। ସେ ଗୋଟିଏ ଗ୍ରୋସରୀ ଦୋକାନ କରିଥିଲେ। ସୋମବାର ରାତି ପ୍ରାୟ ୧୦ଟା ବେଳେ ଶରତ ମଣିଙ୍କୁ ନରସିଂଡି ଜିଲ୍ଲାରେ କିଛି ଲୋକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
୨୪ ଘଣ୍ଟା ମଧ୍ୟରେ ବାଂଲାଦେଶରେ ଏପରି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି। ଶରତଙ୍କ ପୂର୍ବରୁ ୪୫ ବର୍ଷୀୟ ରାଣା ପ୍ରତାପଙ୍କୁ ଜୟଶୋର ଜିଲ୍ଲାରେ ହତ୍ୟା କରାଯାଇଥିଲା। ରାଣା ପ୍ରତାପ ଗୋଟିଏ ଫ୍ୟାକ୍ଟ୍ରୀ ମାଲିକ ସହ ସ୍ଥାନୀୟ ଖବରକାଗଜର କାମଚଳା ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ କିଛି ଲୋକ ମିଳିତ ଭାବେ ଆକ୍ରମଣ କରିବା ସହ ତାଙ୍କ ମୁଣ୍ଡକୁ ଗୁଳି ମାଡ଼ କରିଥିଲେ। ଏହାପରେ ସେମାନେ ରାଣା ପ୍ରତାପଙ୍କ ଗଳା ମଧ୍ୟ କାଟି ଦେଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ପୂର୍ବ ଶତ୍ରୁତାରୁ ରାଣା ପ୍ରତାପଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତାଙ୍କ ନାଁରେ ଏକାଧିକ ଗମ୍ଭୀର ମାମଲା ରହିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
ରାଣା ପ୍ରତାପ ହେଉଛନ୍ତି ଜଣେ ସ୍କୁଲ ଶିକ୍ଷକଙ୍କ ପୁଅ। ୨ ବର୍ଷ ହେଲାଣି ସେ କୋପାଲିଆ ବଜାରରେ ଗୋଟିଏ ବରଫ କଳ ଚଳାଉଥିଲେ। ସୋମବାର ସନ୍ଧ୍ୟାରେ କିଛି ଲୋକ ତାଙ୍କୁ ଫୋନ କରି ଫ୍ୟାକ୍ଟ୍ରୀ ବାହାରକୁ ଡାକିଥିଲଲେ।
ସେ ବାହାରକୁ ଆସିବା କ୍ଷଣୀ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ତାଙ୍କ ୭ ରାଉଣ୍ତ ଗୁଳି ଚଳାଇଥିବା ବେଳେ ୩ଟି ତାଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିଳମ୍ବିତ ରାତିରେ ଶରତ ମଣିଙ୍କୁ ହତ୍ୟା କରାଯାଇଛି। ସେହିପରି ରବିବାର ଜଣେ ହିନ୍ଦୁ ବିଧବାଙ୍କୁ ଦୁଇ ଜଣ ବ୍ୟକ୍ତି ଘର ଭିତରେ ପଶି ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଗଛରେ ବାନ୍ଧି ତାଙ୍କ ଚୁଟି କାଟି ଦେଇଥିଲେ। ଏହାର ଭିଡିଓ ମଧ୍ୟ ସେମାନେ ରେକର୍ଡ କରି ଭାଇରାଲ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
