Advertisment

ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଟାର୍ଗେଟ; ଲେଖିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନାରା

ମାତ୍ର 14 ଦିନ ମଧ୍ୟରେ କାଲିଫର୍ନିଆରେ ଏହା ଦ୍ୱିତୀୟ ଘଟଣା।

author-image
Debibandita Barick
Hindu Temple Board

Hindu Temple Board

ପୁଣି ବିଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ। ଖଲିସ୍ତାନୀ ସମର୍ଥକମାନେ ଆମେରିକାର କାଲିଫର୍ନିଆରେ ଥିବା ଆଉ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ଏଥିସହ ମନ୍ଦିରରେ ଲାଗିଥିବା ବୋର୍ଡ ଉପରେ ଖଲିସ୍ତାନ ଜିନ୍ଦାବାଦ ଲେଖିଛନ୍ତି। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମଧ୍ୟ ଅପଶବ୍ଦ ଲେଖିଥିବା କୁହାଯାଉଛି।

Advertisment

ମାତ୍ର 14 ଦିନ ମଧ୍ୟରେ କାଲିଫର୍ନିଆରେ ଏହା ଦ୍ୱିତୀୟ ଘଟଣା। କିଛିଦିନ ତଳେ ଉକ୍ତ ଅଞ୍ଚଳରେ ଥିବା ସ୍ୱାମୀନାରାୟଣ ମନ୍ଦିରରେ ଏପରି ସମାନ ଘଟଣା ଘଟିଥିଲା। ଏନେଇ ହିନ୍ଦୁ ଆମେରିକାନ ଫାଉଣ୍ଡେସନ (HAF) ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର୍ କରିବା ସହ ଚିନ୍ତା ପ୍ରକଟ କରିଛି।

Advertisment

HAF ପୋଷ୍ଟ କରିଛି ଯେ, ଖଲିସ୍ତାନ ସମର୍ଥକମାନେ କାଲିଫର୍ନିଆର ହାବର୍ଡରେ ଥିବା ଶେରାବାଲୀ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ଏଥିସହ ମନ୍ଦିର ବୋର୍ଡରେ ଖଲିସ୍ତାନ ସମର୍ଥନରେ ସ୍ଲୋଗାନ ଲେଖିଛନ୍ତି। ଉକ୍ତ ଅଞ୍ଚଳର ସ୍ୱାମୀନାରାୟଣ ମାନ୍ଦିର ଆକ୍ରମଣର ଦୁଇ ସପ୍ତାହ ପରେ ପୁଣି ଏପରି ଘଟଣା ଘଟିଛି। HAF ଏନେଇ ଏକ ଫଟୋ ମଧ୍ୟ ପୋଷ୍ଟ କରିଛି।

ସଂସ୍ଥା X ପୋଷ୍ଟରେ କହିଛି ଯେ, ଘଟଣା ନେଇ ସେମାନେ ପୁଲିସକୁ ଯୋଗାଯୋଗ କରୁଛନ୍ତି। ହିନ୍ଦୁ ମନ୍ଦିରଗୁଡ଼ିକରେ ସୁରକ୍ଷା କ୍ୟାମେରା ଏବଂ ଆଲାରମ ସିଷ୍ଟମ ସ୍ଥାପନ କରିବାକୁ ମଧ୍ୟ ଦାବି କରିଛନ୍ତି।

US Hindu Temple California Hindu Temple California Khalistan