ପୁଣି ବିଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ। ଖଲିସ୍ତାନୀ ସମର୍ଥକମାନେ ଆମେରିକାର କାଲିଫର୍ନିଆରେ ଥିବା ଆଉ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ଏଥିସହ ମନ୍ଦିରରେ ଲାଗିଥିବା ବୋର୍ଡ ଉପରେ ଖଲିସ୍ତାନ ଜିନ୍ଦାବାଦ ଲେଖିଛନ୍ତି। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମଧ୍ୟ ଅପଶବ୍ଦ ଲେଖିଥିବା କୁହାଯାଉଛି।
ମାତ୍ର 14 ଦିନ ମଧ୍ୟରେ କାଲିଫର୍ନିଆରେ ଏହା ଦ୍ୱିତୀୟ ଘଟଣା। କିଛିଦିନ ତଳେ ଉକ୍ତ ଅଞ୍ଚଳରେ ଥିବା ସ୍ୱାମୀନାରାୟଣ ମନ୍ଦିରରେ ଏପରି ସମାନ ଘଟଣା ଘଟିଥିଲା। ଏନେଇ ହିନ୍ଦୁ ଆମେରିକାନ ଫାଉଣ୍ଡେସନ (HAF) ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର୍ କରିବା ସହ ଚିନ୍ତା ପ୍ରକଟ କରିଛି।
#Breaking: Another Bay Area Hindu temple attacked with pro-#Khalistan graffiti.
The Vijay’s Sherawali Temple in Hayward, CA sustained a copycat defacement just two weeks after the Swaminarayan Mandir attack and one week after a theft at the Shiv Durga temple in the same area.… pic.twitter.com/wPFMNcPKJJ— Hindu American Foundation (@HinduAmerican) January 5, 2024
HAF ପୋଷ୍ଟ କରିଛି ଯେ, ଖଲିସ୍ତାନ ସମର୍ଥକମାନେ କାଲିଫର୍ନିଆର ହାବର୍ଡରେ ଥିବା ଶେରାବାଲୀ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ଏଥିସହ ମନ୍ଦିର ବୋର୍ଡରେ ଖଲିସ୍ତାନ ସମର୍ଥନରେ ସ୍ଲୋଗାନ ଲେଖିଛନ୍ତି। ଉକ୍ତ ଅଞ୍ଚଳର ସ୍ୱାମୀନାରାୟଣ ମାନ୍ଦିର ଆକ୍ରମଣର ଦୁଇ ସପ୍ତାହ ପରେ ପୁଣି ଏପରି ଘଟଣା ଘଟିଛି। HAF ଏନେଇ ଏକ ଫଟୋ ମଧ୍ୟ ପୋଷ୍ଟ କରିଛି।
ସଂସ୍ଥା X ପୋଷ୍ଟରେ କହିଛି ଯେ, ଘଟଣା ନେଇ ସେମାନେ ପୁଲିସକୁ ଯୋଗାଯୋଗ କରୁଛନ୍ତି। ହିନ୍ଦୁ ମନ୍ଦିରଗୁଡ଼ିକରେ ସୁରକ୍ଷା କ୍ୟାମେରା ଏବଂ ଆଲାରମ ସିଷ୍ଟମ ସ୍ଥାପନ କରିବାକୁ ମଧ୍ୟ ଦାବି କରିଛନ୍ତି।