Advertisment

ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ଗତ କିଛି ଦିନ ହେବ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି।

author-image
Tapas Behera
temple was vandalised

temple was vandalised

ଗତ କିଛି ଦିନ ହେବ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଶନିବାର ଅଷ୍ଟ୍ରେଲିଆର ବ୍ରିସବେନରେ ଏଭଳି ମାମଲା ସାମ୍ନାକୁ ଆସିଛି। ବ୍ରିସବେନସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଖଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜା କରିଛନ୍ତି। ଖଲିସ୍ତାନୀ ସମର୍ଥକମାନେ ବ୍ରିସବେନସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରକୁ ବିଦ୍ରୁପ କରାଯିବାରେ ଏହା ହେଉଛି ଚତୁର୍ଥ ଘଟଣା। ଆଜି ସକାଳେ ଲୋକେ ପୂଜାର୍ଚ୍ଚନା କରିବା ଲାଗି ମନ୍ଦିରକୁ ଆସିଥିବା ବେଳେ ମନ୍ଦିରରେ ଭଙ୍ଗାରୁଜା ଦେଖିବାକୁ ମିଳି ଥିଲା। ପୂର୍ବରୁ ବ୍ରିଜ୍‌ବେନ୍‌ସ୍ଥିତ ଗାୟତ୍ରୀ ମନ୍ଦିରକୁ ମଧ୍ୟ ପାକିସ୍ତାନର ଲାହୋର୍‌ରେ ଥିବା ଖଲିସ୍ତାନୀ ଆତଙ୍କବାଦୀମାନେ ଫୋନ୍‌ କରି ଧମକ ଦେଇଥିଲେ। ହିନ୍ଦୁ ମାନବ ଅଧିକାରର ନିର୍ଦେଶକ ସାରା ଏଲ୍‌ ଗେଟ୍‌ସ୍‌ କହିଛନ୍ତି ଯେ, ଅଷ୍ଟ୍ରେଲୀୟ ହିନ୍ଦୁମାନଙ୍କୁ ଭୟଭୀତ କରିବା ଲାଗି ଶିଖ୍‌ ଫର୍‌ ଜଷ୍ଟିସ୍‌ର ଏହା ହେଉଛି ଏକ ତିକ୍ତତା ସୃଷ୍ଟିକାରୀ ଯୋଜନା।

Advertisment

ପୂର୍ବରୁ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ସମାଲୋଚନା କରି ଭାରତୀୟ ହାଇ କମିଶନ ଏକ ବିବୃତ୍ତି ଜାରି କରିଥିଲେ। ସେ ଅଷ୍ଟ୍ରେଲିଆରେ ଖାଲିସ୍ତାନ ସମର୍ଥକଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ହାଇ କମିଶନ କହିଛନ୍ତି ଯେ ‘ମେଲବର୍ଣ୍ଣର ତିନୋଟି ହିନ୍ଦୁ ମନ୍ଦିରର ଭଙ୍ଗାରୁଜାକୁ ଆମେ ଦୃଢ ନିନ୍ଦା କରୁଛୁ। ଶାନ୍ତିପୂର୍ଣ୍ଣ ତଥା ବହୁ ଧର୍ମୀୟ ଭାରତୀୟ ଅଷ୍ଟ୍ରେଲିୟା ସମାଜରେ ଘୃଣା ଏବଂ ବିଭାଜନ ବୁଣିବାର ଏହା ଏକ ପ୍ରୟାସ।

ହାଇ କମିଶନ କହିଥିଲେ ଯେ ‘ଏଠାରେ ସୂଚନା ରହିଛି ଯେ ଖାଲିସ୍ତାନ ସମର୍ଥକ ଉପାଦାନଗୁଡ଼ିକ ଅଷ୍ଟ୍ରେଲିଆରେ ସେମାନଙ୍କର କାର୍ୟ୍ୟକଳାପ ବୃଦ୍ଧି କରୁଛନ୍ତି । ସେମାନଙ୍କୁ ଘୋଷିତ ଆତଙ୍କବାଦୀ ସଂଗଠନ ଯେପରିକି ଶିଖ ଫର ଜଷ୍ଟିସ ଏବଂ ଅଷ୍ଟ୍ରେଲିଆ ବାହାରେ ଏଜେନ୍ସିମାନେ ସାହାଯ୍ୟ କରୁଛନ୍ତି। ହାଇ କମିଶନ କହିଛନ୍ତି ଯେ, ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ତଥା ସେମାନଙ୍କ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବାକୁ ଅଷ୍ଟ୍ରେଲିଆ ସରକାରଙ୍କୁ ଅନୁରୋଧ କରାଯାଇଛି ଏବଂ ଭାରତର ସାର୍ବଭୌମତ୍ୱ, ଅଷ୍ଟ୍ରେଲିୟା ମାଟିରେ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା କାର୍ଯ୍ୟକଳାପକୁ ଅନୁମତି ନଦେବାକୁ କୁହାଯାଇଛି।

Advertisment
INDvsAUS