Advertisment

ଇତିହାସରେ ପ୍ରଥମ: ପାକିସ୍ତାନ ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା

ଆସନ୍ତାବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ। ଏଥିପାଇଁ ଏବେ ଠାରୁ ହିଁ ରାଜନୀତିକ ଦଳଗୁଡ଼ିକ ପ୍ରଚାର ଆରମ୍ଭ କରି ଦେଇଛନ୍ତି।

author-image
Hemant Lenka
Pakistan

Pakistan

ପାକିସ୍ତାନର ନିର୍ବାଚନ ଇତିହାସରେ ଯାହା କେବେ ଘଟି ନଥିଲା, ସେକଥା ଏବେ ଘଟିବାକୁ ଯାଉଛି। ପାକିସ୍ତାନର ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ମହିଳା ଭାଗ ନେଇଛନ୍ତି। ଖାୟବର ପାଖତୁନଖ୍ୱା ବୁନେର ଜିଲ୍ଲାର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବାକୁ ନାମାଙ୍କନ ଦାଖଲ କରିଛନ୍ତି।

Advertisment

ଆସନ୍ତାବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ। ଏଥିପାଇଁ ଏବେ ଠାରୁ ହିଁ ରାଜନୀତିକ ଦଳଗୁଡ଼ିକ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଏସବୁ ଭିତରେ ସବୀରା ପରକାଶ ବୁନେର ଜିଲ୍ଲାର ପିକେ ୨୫ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ହିନ୍ଦୁ ସଂପ୍ରଦାୟର ମହିଳା ପରକାଶ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ରୁ ନିର୍ବାଚନ ଲଢ଼ିବେ। ତାଙ୍କ ବାପା ଓମ ପରକାଶ ୩୫ ବର୍ଷ ହେଲା ପିପିପିର ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରୁଛନ୍ତି। ନିକଟରେ ଓମ ପରକାଶ ଡାକ୍ତରୀ ଚାକିରିରୁ ଅବସର ନେଇଥିଲେ। ଏବେ ତାଙ୍କ ଝିଅ ପାକିସ୍ତାନ ସାଧାରଣ ନିର୍ବାଚନରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

Advertisment

କ୍ୟୁଆମି ୱତନ ପାର୍ଟି ସହ ଜଡ଼ିତ ସ୍ଥାନୀୟ ରାଜନେତା ସଲୀମ ଖାନଙ୍କ କହିବା କଥା ଯେ ପରକାଶ ବୁନେର ଜିଲ୍ଲାର ପ୍ରଥମ ମହିଳା ଭାବେ ପାକିସ୍ତାନର ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଏଠାରେ କେବେ ବି ଏମିତି ଘଟଣା ଘଟି ନଥିଲା।

ପରକାଶ ଅବ୍ବୋଟ୍ଟାବାଦ ଅନ୍ତର୍ଜାତୀୟ ମେଡିକାଲ କଲେଜରୁ ୨୦୨୨ରେ ଗ୍ରାଜ୍ୟୁଏଟ ହୋଇଛନ୍ତି। ସେ ବୁନେର ଜିଲ୍ଲାରେ ପିପିପି ମହିଳା ୱିଙ୍ଗର ସାଧାରଣ ସମ୍ପାଦକ ଭାବେ କାମ କରୁଛନ୍ତି। ମହିଳାଙ୍କ ସଶକ୍ତୀକରଣ, ସେମାନଙ୍କର ସୁରକ୍ଷା ଓ ସେମାନଙ୍କ ଅଧିକାର ପାଇଁ ସେ ଲଢ଼େଇ କରିବେ କହିଛନ୍ତି।

ପରକାଶଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ମିଳିଛି। ୫୫ ବର୍ଷ ତଳେ ବୁନେର ପାକିସ୍ତାନରେ ସାମିଲ ହୋଇଥିଲା। କିନ୍ତୁ ମହିଳାଙ୍କ ପାଇଁ କେହି ବି ଆଗକୁ ଆସୁ ନଥିଲେ। ପରକାଶ ପ୍ରଥମ ମହିଳା ଭାବେ ନିର୍ବାଚନ ଲଢ଼ିବାକୁ ଆସିଥିବାରୁ, ସ୍ଥାନୀୟ ଅଞ୍ଚଳରେ ଏହାକୁ ସ୍ୱାଗତ କରାଯାଇଛି।

ପାକିସ୍ତାନ ନିର୍ବାଚନ କମିଶନ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କିଛି ସଂଶୋଧନ କରିଛନ୍ତି। ଦେଶର ସାଧାରଣ ବର୍ଗର ଆସନ ଗୁଡ଼ିକରେ ମହିଳାଙ୍କ ପାଇଁ ୫% ସଂରକ୍ଷିତ ବ୍ୟବସ୍ଥା ଲାଗୁ ହୋଇଛି।

Pakistan Election