Dhaka
ବାଂଲାଦେଶ ଦୁଷ୍କର୍ମ ଘଟଣାର ଛାତିଥରା କାହାଣୀ ସମ୍ପର୍କରେ ନିଜେ ପୀଡ଼ିତା ଓ ତାଙ୍କ ଭାଇ ସମସ୍ତଙ୍କୁ ଜଣାଇଛନ୍ତି। ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ହିନ୍ଦୁ ମହିଳା ଜଣଙ୍କ କୁମିଲ୍ଲା ଠାରେ ଥିବା ବାପାଙ୍କ ଘରେ ନିଜର ଦୁଇ ପିଲାଙ୍କୁ ନେଇ ରହିଥିଲେ। ଏହି ସମୟରେ ତାଙ୍କ ଘରର କବାଟ ବାଡ଼େଇଥିଲା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଫଜର ଅଲୀ।
ଏତେ ରାତିରେ ଫଜର କବାଟ ବାଡ଼ଉଥିବା ବେଳେ ଘରେ କେହି ନଥିଲେ। ତେଣୁ ମହିଳା ଜଣଙ୍କ କବାଟ ଖୋଲି ନଥିଲେ। ହେଲେ ଫଜର ଅଲୀ କବାଟ ଭାଙ୍ଗି ଭିତରକୁ ପଶିଥିଲା ଓ ମହିଳାଙ୍କ କପଡ଼ା ଖୋଲି ଦେଇଥିଲା। ସେହି ଅବସ୍ଥାରେ ସେ ତାଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲା ବୋଲି ପୀଡ଼ିତା ଓ ତାଙ୍କ ଭାଇ ଅଭିଯୋଗ କରିଛନ୍ତି।
ସେମାନଙ୍କ କହିବା କଥା ଯେ ଏପରି ବର୍ବରକାଣ୍ଡ ଘଟାଇବାର କାରଣ ହେଲା ଯେ ପୀଡ଼ିତା ଜଣଙ୍କ ନିଜ ପରିବାର ପାଇଁ ଫଜଲ ଠାରୁ ୩୫ ହଜାର ଟଙ୍କାର ଋଣ ନେଇଥିଲେ। ଋଣ ପରିଶୋଧର ତାରିଖ ଅତିକ୍ରମ କରି ଯିବାରୁ ଫଜଲ ଗୁରୁବାର ରାତିରେ ମହିଳାଙ୍କ ଘରେ ପହଞ୍ଚିଥିଲା। ଘରେ ପୀଡ଼ିତାଙ୍କ ବାପା, ମା’ କିମ୍ବା ଭାଇ ନଥିଲେ ହେଁ ଫଜର କବାଟ ବାଡ଼େଇ ନିଜର ଟଙ୍କା ଆଦାୟ କରିବାକୁ ଚାହିଁଥିଲା।
ଫଜଲ ଭୟଙ୍କର କାଣ୍ଡ ଘଟାଇବାରୁ ମହିଳା ଜଣଙ୍କ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ସେଠାକୁ ଧାଇଁ ଆସିଥିଲେ। ସେମାନେ ଫଜର ଓ ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଉଭୟଙ୍କୁ ମାଡ଼ ମାରିଥିଲେ ଓ ମହିଳାଙ୍କ ଭିଡିଓ ରେକର୍ଡ କରିଥିଲେ। ଘରେ କେହି ନଥିବା ବେଳେ ମହିଳା ଜଣଙ୍କ ଫଜର ସହ ଅନୈତିକ ସମ୍ପର୍କ ରଖିଥିବା ଭାବି ପଡ଼ୋଶୀମାନେ ଏପରି କାଣ୍ଡ ଘଟାଇଥିଲେ।
କିନ୍ତୁ ଫଜର ବଳପୂର୍ବକ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଜାଣିବା ପରେ ସେମାନେ ନିଜର ଆଭିମୁଖ୍ୟ ବଦଳାଇ ଦେଇଥିଲେ। ସେମାନେ ଫଜରକୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ବେଳକୁ ସେ ସେଠାରୁ ଖସି ଚାଲି ଯାଇଥିଲା।
ସ୍ଥାନୀୟ ଲୋକଙ୍କ ମାଡ଼ରେ ସାମାନ୍ୟ ଆହତ ହୋଇଥିବା ଫଜର କୁମିଲ୍ଲା ହସ୍ପିଟାଲରେ ନିଜର ଚିକିତ୍ସା କରାଇଥିଲା। ହେଲେ ପୁଲିସ୍ ତାକୁ ଖୋଜୁ ଥିବା ଜାଣି ସେ ଫେରାର ହୋଇ ଯାଇଥିଲା। ପୁଲିସ୍ ତାକୁ ଢାକାରୁ ଗିରଫ କରିଛି।
ସ୍ଥାନୀୟ ଲୋକଙ୍କ କହିବା କଥା ଫଜଲ ସ୍ଥାନୀୟ ଅଞ୍ଚଳରେ ନିଶା ଓ ଜୁଆ ଖେଳର ବେପାର କରୁଥିଲା। ସ୍ଥାନୀୟ ଅଞ୍ଚଳରେ ତା’ର ବେଶ ଦବଦବା ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dhaka_1751285268.jpg)