Advertisment

Hinduja Group: ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଗୋପୀଚାନ୍ଦଙ୍କ ଦେହାନ୍ତ

୪ ହିନ୍ଦୁଜା ବ୍ରଦର୍ସଙ୍କ ମଧ୍ୟରେ ଗୋପୀଚାନ୍ଦ ହେଉଛନ୍ତି ଦ୍ୱିତୀୟ। ତାଙ୍କ ବଡ଼ ଭାଇ ଶ୍ରୀଚାନ୍ଦ ହିନ୍ଦୁଜା ୨୦୨୩ରେ ଆଖି ବୁଜିଥିଲେ। ଏହାପରେ ହିନ୍ଦୁଜା ଗ୍ରୁପର ସବୁ କଥା ଗୋପୀଚାନ୍ଦ ବୁଝୁଥିଲେ। ହିନ୍ଦୁଜା ପରିବାର ଆଉ ୨ ଭାଇ ହେଲେ ପ୍ରକାଶ ହିନ୍ଦୁଜା ଓ ଅଶୋକ ହିନ୍ଦୁଜା।

author-image
Hemant Lenka
Hunduja

ଗୋପୀଚାନ୍ଦ ହିନ୍ଦୁଜା (ଫାଇଲ ଫଟୋ)

ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଗୋପୀଚାନ୍ଦ ପି ହିନ୍ଦୁଜା ଆଉ ନାହାନ୍ତି। ଆଜି ଲଣ୍ଡନ ସ୍ଥିତ ଗୋଟିଏ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ବେଶ କିଛି ସପ୍ତାହ ହେଲା ଅସୁସ୍ଥତା କାରଣରୁ ଗୋପୀଚାନ୍ଦ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

Advertisment

ବ୍ରିଟେନର ଅନ୍ୟତମ ଧନଣ ବ୍ୟକ୍ତି ଗୋପୀଚାନ୍ଦଙ୍କ ଚିକିତ୍ସା ଗୋଟିଏ ସ୍ୱତନ୍ତ୍ର ଡାକ୍ତରୀ ଟିମ କରୁଥିଲା। ସେମାନଙ୍କ ସବୁ ପ୍ରୟାସ ସତ୍ତ୍ୱେ ଗୋପୀଚାନ୍ଦ ହିନ୍ଦୁଜା ସବୁ ଦିନ ପାଇଁ ପରପାରିକୁ ଚାଲି ଯାଇଛନ୍ତି। ଗୋପୀଚାନ୍ଦ ପତ୍ନୀ ସୁନିତା, ଦୁଇ ପୁଅ ସଞ୍ଜୟ ଓ ଧୀରଜ ଏବଂ ଝିଅ ରୀତିଙ୍କ ସହ ଲଣ୍ଡନରେ ରହୁଥିଲେ। 

୪ ହିନ୍ଦୁଜା ବ୍ରଦର୍ସଙ୍କ ମଧ୍ୟରେ ଗୋପୀଚାନ୍ଦ ହେଉଛନ୍ତି ଦ୍ୱିତୀୟ। ତାଙ୍କ ବଡ଼ ଭାଇ ଶ୍ରୀଚାନ୍ଦ ହିନ୍ଦୁଜା ୨୦୨୩ରେ ଆଖି ବୁଜିଥିଲେ। ଏହାପରେ ହିନ୍ଦୁଜା ଗ୍ରୁପର ସବୁ କଥା ଗୋପୀଚାନ୍ଦ ବୁଝୁଥିଲେ। ହିନ୍ଦୁଜା ପରିବାର ଆଉ ୨ ଭାଇ ହେଲେ ପ୍ରକାଶ ହିନ୍ଦୁଜା ଓ ଅଶୋକ ହିନ୍ଦୁଜା। 

Advertisment

ବ୍ୟବସାୟ କ୍ଷେତ୍ରରେ ଗୋପୀଚାନ୍ଦ ଜେପି ଭାବେ ବେଶ ପରିଚିତ ଥିଲେ। ଭାରତର ସ୍ୱାଧୀନତା ପୂର୍ବରୁ ପାରମ୍ପରିକ ବ୍ୟବସାୟିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଜେପି।  ସେ ୧୯୫୯ରେ ପରିବାରର ବ୍ୟବସାୟରେ ସାମିଲ ହୋଇଥିଲେ। ତାଙ୍କ ଉଦ୍ୟମରେ ହିନ୍ଦୁଜା ଗ୍ରୁପ ଗୋଟିଏ ଇଣ୍ଡୋ-ମଧ୍ୟପ୍ରାଚ୍ୟ ଟ୍ରେଡିଂ ଅପରେସନରୁ ଗୋଟିଏ ବହୁ କ୍ଷେତ୍ରୀୟ କମ୍ପାନୀ ବିଶିଷ୍ଟ ବ୍ୟବସାୟରେ ପରିଣତ ହୋଇଥିଲା। ଏବେ ୩୦ଟି ଦେଶରେ ହିନ୍ଦୁଜାର ବ୍ୟବସାୟ ଚାଲିଛି। 

ବମ୍ବେର ଜୟ ହିନ୍ଦ କଲେଜରୁ ଗ୍ରାଜ୍ୟୁଏଟ ହୋଇଥିବା ଗୋପିଚାନ୍ଦଙ୍କୁ ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟ ଓ ରିଚମଣ୍ଡ କଲେଜରୁ ଡକ୍ଟର ଉପାଧି ମିଳିଥିଲା। 

ଅଟୋମୋଟିଭ, ବ୍ୟାଙ୍କିଂ, ଫାଇନାନ୍ସ, ଆଇଟି, ସ୍ୱାସ୍ଥ୍ୟ, ରିୟଲ ଇଷ୍ଟେଟ, ବିଜୁଳି ଓ ମିଡିଆ ଏବଂ ଏଣ୍ଟରଟେନମେଣ୍ଟ ଭଳି ୧୧ଟି କ୍ଷେତ୍ରରେ ହିନ୍ଦୁଜା ଗ୍ରୁପର ବ୍ୟବସାୟ ରହିଛି। Ashok Leyland, IndusInd Bank ଓ NXTDIGITAL Limited ହିନ୍ଦୁଜା ଗ୍ରୁପର ସବୁଠାରୁ ପ୍ରସିଦ୍ଧ ବ୍ରାଣ୍ଡ। 

ଗୋପୀଚାନ୍ଦ ହିନ୍ଦୁଜାଙ୍କ ପରିବାର(Hinduja Family)କୁ ଲଣ୍ଡନର ସବୁଠାରୁ ଧନୀ ବୋଲି ସଣ୍ଡେ ଟାଇମ୍ସର ୨୦୨୫ ସଂସ୍କରଣରେ ପ୍ରକାଶ ପାଇଥିଲା। ପରିବାରର ମୋଟ ସମ୍ପତ୍ତି ୩୨.୩ ବିଲିୟନ ପାଉଣ୍ଡ ବୋଲି ଏହି ରିପୋର୍ଟରେ କୁହାଯାଇଥିଲା। 

Hinduja Family