Advertisment

ବାଂଲାଦେଶରେ ହିନ୍ଦୁଙ୍କ ବିରୁଦ୍ଧରେ 'ଲଭ୍ ଟ୍ରାପ' ପ୍ରୋପାଗାଣ୍ଡା, ଇସ୍ତଫା ଦେବାକୁ କରାଯାଉଛି ବାଧ୍ୟ

ବାଂଲାଦେଶରେ ଆନ୍ଦୋଳନ ସମୟରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଥିଲା, ଏବେ ପୁଣି ସେମାନଙ୍କ ଉପରେ ଜୁଲମ୍ କରାଯାଉଛି।

Protesters

Protesters

Advertisment

ବାଂଲାଦେଶରେ ସଂରକ୍ଷଣକୁ ନେଇ ସୃଷ୍ଟି ହୋଇଥିବା ହିଂସା ଧୀରେ ଧୀରେ ସାମ୍ପ୍ରଦାୟିକ ଆକ୍ରୋଶର ପରିଣତ ହୋଇଛି। ଆନ୍ଦୋଳନ ସମୟରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଥିଲା, ଏବେ ପୁଣି ସେମାନଙ୍କ ଉପରେ ଜୁଲମ୍ କରାଯାଉଛି। ହିନ୍ଦୁ ସମ୍ପ୍ରଦାୟଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯିବା ସହ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି।

Advertisment

ବାଂଲାଦେଶର କେତେକ ପ୍ରମୁଖ ବିଶ୍ୱବିଦ୍ୟାଳୟର ହିନ୍ଦୁ ଶିକ୍ଷକ ଓ ପ୍ରଫେସରମାନଙ୍କୁ ଇସ୍ତଫା ଦେବାକୁ ଚାପ ପକାଯାଉଥିବା ଅଭିଯୋଗ ହୋଇଛି। ଚିତ୍ତଗୋଙ୍ଗ ୟୁନିଭରସିଟିର ଇତିହାସ ବିଭାଗର ପ୍ରଫେସର ରୋଣ୍ଟୁ ଦାସ ଏପରି କିଛି ଅଭିଯୋଗ ଆଣିଛନ୍ତି।

ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯିବା ସହ ଇସ୍ତଫା ନ ଦେଲେ ହତ୍ୟା ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ ଏନେଇ ସୋଶାଲ ମିଡିଆରେ ଇସ୍ତଫା ପତ୍ର ଶେଆର କରି ବାଂଲାଦେଶରେ ଭେଦଭାବର ସମ୍ମୁଖୀନ ହେଉଥିବା କହିଛନ୍ତି। 

Advertisment

କେବଳ ଶିକ୍ଷା ବିଭାଗ ନୁହେଁ, ପୁଲିସ ବିଭାଗରେ ମଧ୍ୟ ହିନ୍ଦୁଙ୍କୁ ଚାକିରିରୁ ବାହାର କରାଯାଇଛି। ସମ୍ପ୍ରତି, ଶାରଦା ପୁଲିସ ଏକାଡେମୀରେ ତାଲିମ ଶେଷ କରିଥିବା 252 ଜଣ ସବ୍-ଇନ୍ସପେକ୍ଟରଙ୍କୁ ଅନିୟମିତତା ଏବଂ ଦାୟିତ୍ୱରେ ଅବହେଳା ଦର୍ଶାଇ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ 91 ଜଣ ହିନ୍ଦୁ ଅଛନ୍ତି। 

ଏଥିସହ, ଶରଦା ପୁଲିସ ଏକାଡେମୀରେ 60ରୁ ଅଧିକ ASP ମାନ୍ୟତା ପ୍ରାପ୍ତ ଅଧିକାରୀଙ୍କୁ ଅକ୍ଟୋବର 20 ପାସ୍ ଆଉଟ୍ ପରେଡରୁ ବାହାର କରି ଦିଆଯାଇଥିଲା। ଏହାପରେ ତାଙ୍କୁ ବିଳମ୍ବରେ ସରକାରୀ କାର୍ଯ୍ୟରେ ସାମିଲ ହେବାର ସୁଯୋଗ ଦିଆଯାଇଥିଲା। ଏସବୁ ଭେଦଭାବ ଜାଣିଶୁଣି କରାଯାଉଥିବା ହିନ୍ଦୁମାନେ ଅଭିଯୋଗ କରିଛନ୍ତି।

ଜଣେ ହିନ୍ଦୁ ପ୍ରଶିକ୍ଷକ ଅସିତ ଦୁଃଖ ପ୍ରକାଶ କରି କହିଛନ୍ତି, "ମୁଁ କୌଣସି ଭେଦଭାବ ନ କରି ବି ବାଂଲାଦେଶରେ ଭେଦଭାବର ଶିକାର ହୋଇଛି। ଭଗବାନ ସବୁ ବିଚାର କରିବେ, ସେ ସବୁ ଦେଖୁଛନ୍ତି। ଇତିହାସ କାହାକୁ କ୍ଷମା କରିନାହିଁ, ଭଗବାନ ସାକ୍ଷୀ ଅଛନ୍ତି।"

ହିନ୍ଦୁ ସମ୍ପ୍ରଦାୟ ଦାବି କରିଛି ଯେ, ଶତ୍ରୁତାର ବାତାବରଣ ସୃଷ୍ଟି ହେଉଛି, ଯାହା ସେମାନଙ୍କୁ ଚାକିରି ଏବଂ ଅନ୍ୟାନ୍ୟ ସୁଯୋଗରୁ ବଞ୍ଚିତ କରାଯାଉଛି। ଶେଖ୍ ହସିନାଙ୍କ ସରକାର ଭାଙ୍ଗିବା ପରେ ଏପରି କରାଯାଉଥିବା ଅଭିଯୋଗ ହେଉଛି।

କେବଳ ଏତିକି ନୁହେଁ, ଭାରତୀୟଙ୍କ ବିରୁଦ୍ଧରେ ଏକ ଭିନ୍ନ ଧାରଣା ମଧ୍ୟ ସୃଷ୍ଟି କରାଯାଉଛି। ଭାରତୀୟଙ୍କ ବିରୁଦ୍ଧରେ 'ଲଭ୍ ଟ୍ରାପ'ର ଅଭିଯୋଗ ଅଣାଯାଉଛି। ହିନ୍ଦୁମାନେ ମୁସଲିମ ମହିଳାମାନଙ୍କୁ 'ଲଭ୍ ଟ୍ରାପ'ରେ ଫସାଉଛନ୍ତି, ତେଣୁ ସେମାନଙ୍କଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ପୋଷ୍ଟର ମାଧ୍ୟମରେ ମୁସଲିମ ମହିଳାମାନଙ୍କୁ ସତର୍କ କରାଯାଉଛି।

Bangladesh Hindu Love Trap Propaganda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe