Advertisment

ସ୍ତ୍ରୀକୁ ମାରି ଖଣ୍ଡ ଖଣ୍ଡ କାଟି ଫ୍ରିଜରେ ରଖିଥିଲା ସ୍ୱାମୀ, ସୁପ୍ କରି ପିଉଥିଲେ ଶାଶୁ-ଶ୍ୱଶୂର

ଛାନଭିନ୍ ବେଳେ ଅଭିଯୁକ୍ତର ଘରୁ ଦୁଇଟି ସୁପ୍ ବାଉଲ ମିଳିଛି।

Abby Choi

Abby Choi

Advertisment

ଜଘନ୍ୟ ହତ୍ୟାକାଣ୍ଡ। ଶୁଣିଲେ ଟାଙ୍କୁରି ଉଠିବ ଲୋ । ମଣିଷ ଯେ ଏପରି ନୃଶଂସ ପାଲଟି ଯିବ, ସେ କଥା କେହି ଭାବି ନଥିବେ। ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା ପୂର୍ବତନ ସ୍ୱାମୀ। ଆଉ ବୋହୂ ହାଡରୁ ସୁପ କରି ପିଉଥିଲେ ଶାଶୁ-ଶ୍ୱଶୂର। 

Advertisment

ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର ଘଟିଛି ପୁନରାବୃତ୍ତି। ଜଣେ ଫେମସ ୨୮ ବର୍ଷୀୟା ମଡେଲକୁ ହତ୍ୟା କରିଛି ତା’ ପୂର୍ବତନ ସ୍ୱାମୀ। କେବଳ ସେତିକି ନୁହେଁ ହତ୍ୟା ପରେ ସ୍ତ୍ରୀର ମର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜ୍‌ରେ ରଖିଥିଲା ଏହି ନର ରାକ୍ଷାସ । ଏଭଳି ଏକ ଛାତିଥରା ଘଟଣା ଘଟିଛି ହଂକଂରେ। 

ହଂକଂର ମଡେଲ ଆବି ଚୋଇ। ତାଙ୍କୁ ତାଙ୍କ ପୂର୍ବତନ ସ୍ୱାମୀ ଓ ଶାଶୁ-ଶ୍ୱଶୂର ମିଶି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ମଡେଲର ମର ଶରୀରକୁ ଖଣ୍ଡ ଖଣ୍ଡ କାଟି ଫ୍ରିଜରେ ରଖିବା ସହ ବୋହୁର ହାଡରୁ ଶାଶୁ ଶ୍ୱଶୁର ସୁପ କରି ମଧ୍ୟ ପିଇଥିବା କଥା ସାମ୍ନାକୁ ଆସିିଛି। ଏହି ଘଟଣାରେ ପୁଲିସ ପୂର୍ବତନ ସ୍ୱାମୀଙ୍କ ସମେତ ଶାଶୁ-ଶ୍ୱଶୂରଙ୍କୁ ଗିରଫ କରିଛି।

Advertisment

ସୂଚନା ମୁତାବକ, ପୁଲିସ ଅଭିଯୁକ୍ତର ଘରେ ଥିବ ଫ୍ରିଜରୁ ମଡେଲର ପାଦ ଖଣ୍ଡ ପାଇଛି। ତେବେ ମୁଣ୍ଡ ସମେତ ଶରୀରର ଅନେକ ଅଂଶ ଏବେ ବି ଗାଏବ ରହିଛି। ଛାନଭିନ୍ ବେଳେ ଅଭିଯୁକ୍ତର ଘରୁ ଦୁଇଟି ସୁପ୍ ବାଉଲ ମିଳିଛି। ଏଥିରେ ମାନବ ଅଙ୍ଗ ବ୍ୟବହାର କରାଯାଇଥିବା ପୁଲିସ କହିଛି। କେବଳ ସେତିକି ନୁହେଁ ମର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପାଇଁ ବ୍ୟବହାର କରାଯାଇଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପୁଲିସ ଜବତ କରିଛି। 

ମଡେଲ ଆବି ଚୋଇଙ୍କ ତାଙ୍କ ପୂର୍ବତନ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ସହ ବହୁ ଦିନ ଧରି ଆର୍ଥିକ ବିବାଦ ଲାଗି ରହିଥିଲା। ଏହାକୁ ନେଇ ତାଙ୍କୁ ହତ୍ୟା କରିବା ପାଇଁ ପୂର୍ବତନ ସ୍ୱାମୀଙ୍କ ଘର ଲୋକେ ଯୋଜନା କରିଥିଲେ। ଏହି ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ପୁଲିସ ଏବେ ମଡେଲଙ୍କ କଟା ମୁଣ୍ଡ ଖୋଜୁଛି। କୁହାଯାଉଛି ଯେ, ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ମଡେଲଙ୍କ ପୂର୍ବତନ ଶ୍ୱଶୂର ଥିଲେ। ଆବି ଚୋଇ ଜଣେ ମଡେଲ ହେବା ସହ ହଂକଂର ଜଣାଶୁଣା ଇନ୍‌ଫ୍ଲୁଏନ୍‌ସର ମଧ୍ୟ ଥିଲେ। 

Murder Hong Kong
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe