Advertisment

ହୋଟେଲରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ; ଜୀଅନ୍ତା ଜଳିଗଲେ ୮

ସୋମବାର ବିଦ୍ରୋହୀମାନେ ଜେସୋରରେ ଏକ ହୋଟେଲରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ୮ ଜଣ ଜୀଅନ୍ତା ଜଳି ଯାଇଛନ୍ତି। ଏଥିସହ ୮୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Fire In Hotel

Fire In Hotel

Advertisment

ଶେଖ ହସିନା ଶାସନ ଗାଦି ଛାଡ଼ିବା ପରେ ବି ବାଂଲାଦେଶରେ ଥମୁନି ହିଂସା। ଆଜି ବି ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ଭଙ୍ଗାରୁଜା ସହ ପୋଡ଼ାଜଳା ଜାରି ରଖିଛନ୍ତି। ଏହା ମଧ୍ୟରେ ଗତକାଲି ଶେଖ ହସିନାଙ୍କ ଦଳର ଜଣେ ନେତାଙ୍କ ହୋଟେଲରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ । ଏଥିରେ ୮ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୮୪ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୋମବାର ଅପରାହ୍ନରେ ବିଦ୍ରୋହୀମାନେ ଜେସୋରରେ ଏକ ହୋଟେଲରେ ନିଆଁ ଲଗାଇ ଦେଇଥିଲେ। ଏହି ଅଗ୍ନିକାଣ୍ଡ ଯୋଗୁ ୮ ଜଣ ଜୀଅନ୍ତା ଜଳି ଯାଇଥିଲେ। ଏଥିସହ ୮୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଓ ଗୁରୁତରଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିବା ଜଣାଯାଇଛି। ଏହି ହୋଟେଲଟି ଆୱାମୀ ଲିଗ୍‌ ନେତା ଶାହୀନ ଚକଲାଦାରଙ୍କର ବୋଲି ଜଣାଯାଇଛି।

ଏହାବାଦ ବିକ୍ଷୋଭକାରୀମାନେ ବାଂଲାଦେଶ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମସରଫ ମୁର୍ତଜାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ବାଂଲାଦେଶରେ ହୋଇଥିବା ନରସଂହାର ଓ ଛାତ୍ରଙ୍କ ସମୂହ ଗିରଫଦାରୀ'କୁ ନେଇ ଆୱାମୀ ଲିଗ୍ ପାର୍ଟିର ସାଂସଦ ମୁର୍ତଜା ଚୁପ୍‌ ରହିଥିବାରୁ ବିକ୍ଷୋଭକାରୀମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି

Advertisment

 ଢ଼ାକାରେ ବାଂଲାଦେଶର ମୁଖ୍ୟ ବିଚାରପତିଙ୍କ ଘରେ ମଧ୍ୟ ବିକ୍ଷୋଭକାରୀମାନେ ପଶି ଲୁଟ୍‌ପାଟ କରିଛନ୍ତି। ଅନ୍ୟପଟେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ସରକାରୀ ବାସଭବନ 'ବଙ୍ଗବନ୍ଧୁ ଭବନ'କୁ ମଧ୍ୟ ଭଙ୍ଗାରୁଜା କରି ଜାଳି ଦେଇଛନ୍ତି। ଏହା ଢ଼ାକାର ଧାନମଣ୍ଡିରେ ଅବସ୍ଥିତ ଏକ ଐତିହାସିକ କୋଠା, ଯାହାକୁ ଶେଖ ମୁଜିବୁର ରହମାନ ତାଙ୍କ ବ୍ୟକ୍ତିଗତ ବାସସ୍ଥାନ ଭାବରେ ବ୍ୟବହାର କରିଥିଲେ।

ବାଂଲାଦେଶର ଶାସନ ବ୍ୟବସ୍ଥାକୁ ଏବେ ସେନା ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରୁଥିଲେ ବି ଦେଶରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏପରିକି ବାଂଲାଦେଶ ସୀମା ସୁରକ୍ଷା କର୍ମୀଙ୍କୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ବାଂଲାଦେଶର ରାସ୍ତାରେ କେବଳ ସେନା କର୍ମଚାରୀ ନିୟୋଜିତ ଅଛନ୍ତି, କିନ୍ତୁ ସେମାନଙ୍କ ସଂଖ୍ୟା ମଧ୍ୟ ଖୁବ୍‌ କମ୍, ଫଳରେ ବିକ୍ଷୋଭକାରୀମାନେ ନିଜ ଉପଦ୍ରବ ଚଳାଇଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି।

ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭଙ୍ଗ ଘୋଷଣା କରିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ। ସ୍ଥଳ ସେନା, ବାୟୁସେନା, ନୌସେନା ମୁଖ୍ୟଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ନେତା ଓ କିଛି ନାଗରିକ ସମାଜ ସଦସ୍ୟଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନିଷ୍ପତ୍ତି ନେଇଥିଲେ।

Bangladesh Violence Bangladesh Unrest Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe