Advertisment

ତ୍ରିପୁରାରେ ଭିସା ଅଫିସ ବନ୍ଦ କରିବା ପରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କଲା ବାଂଲାଦେଶ

ବାଂଲାଦେଶର ସମନ ପାଇ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମା ଢାକା ସ୍ଥିତ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିଲେ।

Dhaka

Dhaka

Advertisment

ସୁରକ୍ଷା ଜନିତ ତ୍ରୁଟି ପରେ ବାଂଲାଦେଶ ପକ୍ଷରୁ ତ୍ରିପୁରାରେ ଥିବା ନିଜର ଭିସା ଅଫିସକୁ ବନ୍ଦ କରି ଦିଆଯାଇଛି। ଭିସା ଅଫିସ ବନ୍ଦ କରିବାର କିଛି ଘଣ୍ଟା ପରେ ବାଂଲାଦେଶ ସରକାର ଢାକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ବଢ଼ୁଥିବାରୁ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି।

Advertisment

ଏସବୁ ଭିତରେ ବାଂଲାଦେଶର ସମନ ପାଇ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମା ଢାକା ସ୍ଥିତ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ଏହାପରେ ବାଂଲାଦେଶ ଅଧିକାରୀ ତ୍ରିପୁରାରେ ହୋଇଥିବା ସୁରକ୍ଷା ତ୍ରୁଟି ସମ୍ପର୍କରେ ତାଙ୍କ ଆଗରେ ବିଧିବଦ୍ଧ ଭାବେ ଆପତ୍ତି ଉପସ୍ଥାପନ କରିଥିଲେ।

ଶ୍ରୀ ବର୍ମା ମଧ୍ୟ ଏକଥା ଶୁଣିବା ପରେ ସୁରକ୍ଷା ତ୍ରୁଟି କେମିତି ହୋଇଥିଲା ଓ ଏହା ପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବାଂଲାଦେଶର ଅଧିକାରୀଙ୍କୁ ଜଣାଇଥିଲେ।

Advertisment

ବାଂଲାଦେଶରେ ଏବେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ଇସ୍କନ ମହନ୍ତ ଚିନ୍ମୟ ଦାସଙ୍କୁ ମଧ୍ୟ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ଏହା ବିରୋଧରେ ସୋମବାର ଅଗରତାଲାରେ ଥିବା ବାଂଲାଦେଶ ଭିସା ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହି ସମୟରେ ପ୍ରାୟ ୫୦ ଜଣ ବିକ୍ଷୋଭକାରୀ ବଳପୂର୍ବକ ବାଂଲାଦେଶ ମିଶନ ଭିତରେ ପଶି ଯାଇଥିଲେ। ସେମାନେ ଭଙ୍ଗାରୁଜା ମଧ୍ୟ କରିଥିଲେ। ତେବେ ବିକ୍ଷୋଭକାରୀ ଧସେଇ ପଶିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ। କୂଟନୀତିକ ଓ କନସୁଲାର ସମ୍ପତ୍ତିକୁ କୌଣସି ବି ପରିସ୍ଥିତିରେ କେହି ଟାର୍ଗେଟ କରିପାରିବେ ନାହିଁ ବୋଲି ଭାରତ ସରକାର କହିଥିଲେ।

ତଥାପି ବାଂଲାଦେଶ ସରକାର ସୁରକ୍ଷାର ଆଳ ଦେଖାଇ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଅଗରତାଲାରେ ଥିବା ଭିସା ଅଫିସକୁ ବନ୍ଦ କରିଦେଇଛନ୍ତି।

India Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe