Advertisment

High Court: ନକଲି ଆଇନ ଡିଗ୍ରୀ ଦେଇ ହାଇକୋର୍ଟରେ ବିଚାରପତି, ୫ ବର୍ଷ ଧରି କରୁଥିଲେ କାମ

ନକଲି ଆଇନ ଡିଗ୍ରୀ ଦ୍ୱାରା ସେ ବିଚାରପତି ପଦ ଦଖଲ କରିଥିଲେ। ଏହାପରେ ୫ ବର୍ଷ ଧରି ହାଇକୋର୍ଟରେ ବିଚାରପତି ଭାବେ କାମ କରୁଥିଲେ ହେଁ ଏକଥା କାହାକୁ ବି ଜଣା ନଥିଲା। ହାଇକୋର୍ଟର ଯେଉଁ ବେଞ୍ଚରେ ସେ ୫ ବର୍ଷ ଧରି କାମ କରୁଥିଲେ ସେଠାରେ ତାଙ୍କ ଆଇନ ଡିଗ୍ରୀକୁ ଅମାନ୍ୟ ଘୋଷିତ କରାଯାଇଛି।

author-image
Hemant Lenka
Judge

ବିଦା ହୋଇଥିବା ବିଚାରପତି

ପାକିସ୍ତାନର ଜଣେ ବିଚାରପତି ଇସଲାମାବାଦ ହାଇକୋର୍ଟ(High Court)ରେ କାମ କରିବା ସହ ବିଭିନ୍ନ ପ୍ରକାରର ରାୟ ଦେଇ ଚାଲିଥିଲେ। ମାସେ କି ବର୍ଷେ ନୁହେଁ, ସେ ପୂରା ୫ ବର୍ଷ ବିଚାରପତି ଭାବେ କାମ କରି ଚାଲିଥିଲେ। ହେଲେ ବାସ୍ତବରେ ରାୟ ଦେବାକୁ ସେହି ଜଜଙ୍କ ପାଖରେ ନଥିଲା ଯୋଗ୍ୟତା।

Advertisment

ନକଲି ଆଇନ ଡିଗ୍ରୀ ଦ୍ୱାରା ସେ ବିଚାରପତି ପଦ ଦଖଲ କରିଥିଲେ। ଏହାପରେ ୫ ବର୍ଷ ଧରି ହାଇକୋର୍ଟରେ ବିଚାରପତି ଭାବେ କାମ କରୁଥିଲେ ହେଁ ଏକଥା କାହାକୁ ବି ଜଣା ନଥିଲା। ଇସଲାମାବାଦ ହାଇକୋର୍ଟର ଯେଉଁ ବେଞ୍ଚରେ ସେ ୫ ବର୍ଷ ଧରି କାମ କରୁଥିଲେ ସେଠାରେ ତାଙ୍କ ଆଇନ ଡିଗ୍ରୀକୁ ଅମାନ୍ୟ ଘୋଷିତ କରାଯାଇଛି। ଅର୍ଥାତ ହାଇକୋର୍ଟରେ ବିଚାରପତି ଭାବେ ତାଙ୍କ ନିଯୁକ୍ତି ସଂପୂର୍ଣ୍ଣ ଭାବେ ବେଆଇନ ଥିଲା। 

ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଇସଲାମାବାଦ ହାଇକୋର୍ଟ ସୋମବାର ୧୧୬ ପୃଷ୍ଠାର ବିସ୍ତୃତ ରାୟ ଜାରି କରିଛନ୍ତି। ଏଥିରେ ହାଇକୋର୍ଟର ବିଚାରପତି ଜଷ୍ଟିସ ତାରିକ ମହମ୍ମଦ ଜାହାଙ୍ଗିରୀଙ୍କୁ ତାଙ୍କ ପଦରୁ ହଟାଇ ଯାଇଥିବା କଥା କୁହାଯାଇଛି। ୨୦୨୦ ଡିସେମ୍ବର ମାସରେ ଜାହାଙ୍ଗିରୀଙ୍କୁ ହାଇକୋର୍ଟରେ ନିଯୁକ୍ତି ମିଳିଥିଲା। କିନ୍ତୁ ଗତବର୍ଷ ସେପ୍ଟେମ୍ବର ମାସରୁ ବିଚାରପତି ଭାବେ କାର୍ଯ୍ୟ କରିବାକୁ ବାରଣ କରାଯାଇଥିଲା। 

Advertisment

କରାଚି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଦେଇଥିବା ମୂଳ ରେକର୍ଡ ଆଧାରରେ ହାଇକୋର୍ଟ ଜାହାଙ୍ଗିରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୋର୍ଟ ନିଜ ରାୟରେ କହିଛନ୍ତି ଯେ ଜାହାଙ୍ଗିରୀଙ୍କ ଶିକ୍ଷାଗତ ଦସ୍ତାବିଜଗୁଡ଼ିକରେ ବ୍ୟାପକ ଜାଲିଆତି ହୋଇଛି। ଏଥିରେ ଦଣ୍ଡବିଧାନରୁ ବର୍ତ୍ତିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଜାହାଙ୍ଗିରୀ ୧୯୮୮ରେ ଗୋଟିଏ ନକଲି ପଞ୍ଜିକରଣ ନମ୍ବର ଆଧାରରେ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ କପି କରିବା ବେଳେ ଧରା ପଡ଼ିଥିଲେ। ୧୯୯୮୯ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କ ୩ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଦଣ୍ଡବିଧାନକୁ ଗ୍ରହଣ କରିବା ବଦଳରେ ଜାହାଙ୍ଗିରୀ ଜାଲିଆତି କରିବା ଆରମ୍ଭ କରିଥିଲେ।

ପରବର୍ତ୍ତୀ ବର୍ଷ ସେ ପୁଣି ଥରେ ତାରିକ ଜାହାଙ୍ଗିରୀ ନାଁରେ ପରୀକ୍ଷା ଦେଇଥିଲେ। ଏହି ସମୟରେ ସେ ଇମତିଆଜ ଅହମଦ ନାମକ ଆଉ ଜଣେ ଛାତ୍ରଙ୍କୁ ମିଳିଥିବା ପଞ୍ଜିକରଣ ନମ୍ବରକୁ ବ୍ୟବହାର କରିଥିଲେ। 

ସରକାରୀ ଇସଲାମିଆ ଆଇନ କଲେଜର ପ୍ରିନ୍ସିପାଲ ମଧ୍ୟ କୋର୍ଟଙ୍କୁ କହିଛନ୍ତି ଯେ ଜାହାଙ୍ଗିରୀ କେବେ ହେଲେ ତାଙ୍କ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନଥିଲେ। ତଥାପି ଏହି କଲେଜ ନାଁରେ ସେ ଆଇନଗତ ଡିଗ୍ରୀ ହାସଲ କରିଥିଲେ। ଜାଲିଆତି ଅଭିଯୋଗ ପରେ ଜାହାଙ୍ଗିରୀଙ୍କୁ ବାରମ୍ବାର ଅର୍ଜିନାଲ ଦସ୍ତାବିଜ ଓ ଲିଖିତ ଜବାବ ରଖିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ଉତ୍ତର ଦେଇ ନଥିଲେ। 

ଉତ୍ତର ଦେବା ବଦଳରେ ସେ ସିନ୍ଧ ହାଉକୋର୍ଟରେ ପଡ଼ି ରହିଥିବା ଆବେଦନର ଉଦାହରଣ ଦେଇଥିଲେ। ପୂର୍ଣ୍ଣ ବେଞ୍ଚର ନିଯୁକ୍ତି, ମୁଖ୍ୟ ବିଚାରପତିଙ୍କୁ ଶୁଣାଣିରୁ ଅଲଗା କରିବା ଓ ଅନିର୍ଦ୍ଦିଷ୍ଟ କାଳ ଯାଏ ଶୁଣାଣି ରଖିବାକୁ ଆବେଦନ କରିଥିଲେ। ସେ ଆଦୌ ନିଜର ଆଇନଗତ ପ୍ରମାଣପତ୍ର ସମ୍ପର୍କରେ କିଛି ବି କହି ନଥିଲେ। କେବଳ ସମୟ ଗଡ଼ାଇ ଚାଲିଥିଲେ ବୋଲି ହାଇକୋର୍ଟ କହିଛନ୍ତି। 

High Court