Advertisment

ପିଏଚଡି ଛାତ୍ରରୁ ସିରିଏଲ ଦୁଷ୍କର୍ମକାରୀ: ଘଟଣା ସମ୍ପର୍କରେ ଜାଣିଲେ ଦୋହଲି ଯିବ କଲିଜା

ଣେ କି ଦୁଇ ଜଣ ନୁହେଁ ୧୦ ଜଣ ଯୁବତୀଙ୍କୁ ସେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦେଇଛନ୍ତି ଯୌନ ନିର୍ଯାତନା। ସେମାନଙ୍କୁ ବିଭିନ୍ନ ଉପାୟରେ ନିଜ ପାଖକୁ ଡାକୁ ଥିଲେ। ଏହାପରେ ନିଶା ଦେଇ ସେମାନଙ୍କୁ ଯୌନ ଶୋଷଣ କରୁଥିଲେ।

Chinese National

Chinese National

Advertisment

ଗୋଟିଏ ଭଲ ପରିବାରରୁ ଆସିଥିଲେ। ଟଙ୍କାର ଅଭାବ ନଥିଲା। ଭଲ ପାଠ ବି ପଢ଼ୁଥିଲେ। ମେଧାବୀ ଛାତ୍ର ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ହେଲେ ତାଙ୍କ ମନ ଭିତରେ ଥିଲା ଯୌନ ଲାଳସା। ଏହି ଲାଳସା ତାଙ୍କୁ ସଜାଇ ଦେଇଛି ଅପରାଧୀ। ଜଣେ କି ଦୁଇ ଜଣ ନୁହେଁ ୧୦ ଜଣ ଯୁବତୀଙ୍କୁ ସେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦେଇଛନ୍ତି ଯୌନ ନିର୍ଯାତନା। ସେମାନଙ୍କୁ ବିଭିନ୍ନ ଉପାୟରେ ନିଜ ପାଖକୁ ଡାକୁ ଥିଲେ।

Advertisment

ଏହାପରେ ନିଶା ଦେଇ ସେମାନଙ୍କୁ ଯୌନ ଶୋଷଣ କରୁଥିଲେ। ଏହାର ଭିଡିଓ ମଧ୍ୟ ରେକର୍ଡିଂ କରୁଥିଲେ। ଖାଲି ସେତିକି ନୁହେଁ, ଦୁଷ୍କର୍ମ କରିବା ପରେ ସେ ଯୁବତୀଙ୍କ କିଛି କପଡ଼ା ଓ ଅଳଙ୍କାରକୁ ଛଡ଼ାଇ ନେଇ ଟ୍ରେଜେରୀରେ ରଖୁଥିଲେ। ତାଙ୍କ ଫୋନରୁ ପୁଲିସ୍‌ ୧୦ ଜଣଙ୍କ ମହିଳାଙ୍କ ସହ ସେ ୧୧ ଥର କରିଥିବା ବୀଭତ୍ସ କାଣ୍ତର ଭିଡିଓକୁ ଜବତ କରିଛି। ହେଲେ ସେ ପ୍ରାୟ ୫୦ ଜଣ ମହିଳା ଓ ଯୁବତୀଙ୍କ ସହ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ ଆଶଙ୍କା କରୁଛି।

ପିଏଚଡି ଛାତ୍ରରୁ ସିରିଏଲ ଦୁଷ୍କର୍ମକାରୀ ବନି ଥିବା ୨୮ ବର୍ଷୀୟ ଚାଇନିଜ ନାଗରିକ ଝେନ ହାଓ ଜୁଙ୍କୁ ବ୍ରିଟେନର ଗୋଟିଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ୧୦ ଜଣ ମହିଳା/ଯୁବତୀଙ୍କୁ ନିଶା ଦେବା ସହ ଦୁଷ୍କର୍ମ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳା/ଯୁବତୀଙ୍କ ମଧ୍ୟରେ ୭ ଜଣ ଚାଇନିଜ ଓ ୩ ଜଣ ବ୍ରିଟିଶ ନାଗରିକ ରହିଛନ୍ତି। ତାଙ୍କୁ ଦୁଷ୍କର୍ମ, ଅନ୍ୟକୁ ଯନ୍ତ୍ରଣାରେ ଦେଖି ଖୁସି ଅନୁଭବ କରିବା ଓ ପର୍ଣ୍ଣଗ୍ରାଫି ଭିଡିଓ ରଖିବା ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇଛି।

Advertisment

ଝେନ ହାଓ ଜୁ କିଏ?

ଚାଇନାର ମୂଳବାସିନ୍ଦା ହେଉଛନ୍ତି ଜୁ। ୨୦୧୭ରେ ସେ ଉଚ୍ଚ ଶିକ୍ଷା ପାଇଁ ବ୍ରିଟେନକୁ ଆସିଥିଲେ। ସେ ପ୍ରଥମେ କୁଇନ ବିଶ୍ୱବିଦ୍ୟାଳୟରେ ପଢ଼ିବା ପରେ ୨୦୧୯ରେ ଲଣ୍ଡନ ଚାଲି ଯାଇଥିଲେ। ସେଠାରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ୟୁନିଭର୍ସିଟି କଲେଜ ଲଣ୍ଡନ ବା ୟୁସିଏଲରେ ପିଏଚଡି କରିଥିଲେ। ଧନୀ ପରିବାରରୁ ଆସିଥିବା ଜୁ ବ୍ରିଟେନରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ସେ ପ୍ରବଳ ଟଙ୍କା ଘର ଭଡ଼ା ଦେବାରେ, ଡିଜାଇନ ପୋଷାକ ଓ କସମେଣ୍ଟି ଦ୍ରବ୍ୟରେ ଖର୍ଚ୍ଚ କରୁଥିଲେ।

କେମିତି ଘଟାଇ ଚାଲିଥିଲା ଯୌନ କେଳେଙ୍କାରୀ?

ଜୁ ତାଙ୍କ ଅପରାଧିକ କାର୍ଯ୍ୟକଳାପ ୨୦୧୯ରୁ ୨୦୨୪ ଯାଏ ଘଟାଇ ଚାଲିଥିଲେ। ଉଭୟ ଚାଇନା ଓ ବ୍ରିଟେନରେ ସେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଚାଇନାରେ ୭ ଜଣ ଓ ଲଣ୍ଡନରେ ୩ ଜଣ ତାଙ୍କ ଅପରାଧର ଶିକାର ହୋଇଛନ୍ତି। ଡେଟିଂ ଆପ ଓ ୱି ଚାଟ ଜରିଆରେ ଯୁବତୀମାନଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ। ସେମାନଙ୍କ ପାଠପଢ଼ା ଓ ଅନ୍ୟ ବାହାନା ଦେଖାଇ ନିଜ ପାଖକୁ ଡାକୁଥିଲେ। ଏହାପରେ ସେମାନଙ୍କୁ ମଦ କିମ୍ବା ଅନ୍ୟ ପାନୀୟରେ ନିଶା ମିଶାଇ ଦେଉଥିଲେ। ଏହାକୁ ପିଇବା ପରେ ଯୁବତୀମାନେ ଅର୍ଦ୍ଧ ଅଚେତ ଅବସ୍ଥାକୁ ଚାଲି ଯାଉଥିଲେ। ସେମାନେ ଏପରି ଅବସ୍ଥାରେ ଥିବା ବେଳେ ଜୁ ତାଙ୍କୁ ଦୁଷ୍କର୍ମ କରୁଥିଲେ। ଏପରି କି ଦୁଷ୍କର୍ମର ଭିଡିଓ ମଧ୍ୟ ରେକର୍ଡ କରୁଥିଲେ। ସେ ଏମିତି ନିଶାର ବ୍ୟବହାର କରୁଥିଲେ ଯେ କିଛି ଯୁବତୀ ଚେତା ଫେରିବା ପରେ ସେମାନଙ୍କ ସହ କ’ଣ ଘଟୁଛି, ସେକଥା ମଧ୍ୟ ଭୁଲି ଯାଉଥିଲେ।

ପୁଲିସ୍‌ ଜୁ ପାଖକୁ ୯ଟି ଭିଡିଓ ଜବତ କରିଛି। ଏଥିରେ ସେ ୧୦ ଜଣ ମହିଳାଙ୍କୁ ୧୧ଥର ଦୁଷ୍କର୍ମ କରିବାର ଦୃଶ୍ୟ ରହିଛି। ସେମାନଙ୍କ ମଧ୍ୟରୁ ପୁଲିସ୍‌ ୨ ଜଣଙ୍କୁ ଚିହ୍ନଟ କରିପାରିଛି। ବାକି ୮ ଜଣଙ୍କ ପତ୍ତା ମିଳିନି। ଦୁଷ୍କର୍ମ ପରେ ଜୁ ପୀଡ଼ିତାଙ୍କ କିଛି କପଡ଼ା ଓ ଅଳଙ୍କାର ବଳପୂର୍ବକ ନିଜ ପାଖରେ ରଖୁଥିଲା।

ଜୁ ବିରୋଧରେ ଥିବା ପ୍ରମାଣ

ସରକାରୀ ଓକିଲ ଶୁଣାଣି ବେଳେ ଭୟଙ୍କର ନିର୍ଯାତନାର ଭିଡିଓକୁ କୋର୍ଟରେ ଉପସ୍ଥାପନ କରିଥିଲେ। ଏଥିରେ ଅଚେତ ଓ ଅର୍ଦ୍ଧ ଅଚେତ ଅବସ୍ଥାରେ ଥିବା ଯୁବତୀଙ୍କ ସହ କେଉଁ ଭଳି କାଣ୍ଡ ଘଟାଉଥିଲେ, ତା’ର ଦୃଶ୍ୟ ରହିଛି। ଟ୍ରାଏଲ ବେଳେ ଜୁରିମାନଙ୍କୁ ବିଚଳିତ କରିବା ଭଳି ୯ଟି ଦୁଷ୍କର୍ମ ଭିଡିଓ ଦେଖାଯାଇଥିଲା। ଏହାକୁ ଦେଖି କୋର୍ଟରୁମ ପୂରା ଭାବବିହ୍ୱଳ ହୋଇପଡ଼ିଥିଲା। ଜଜ ରୋସିନା କଟେଜ ଅଭିଯୁକ୍ତ ଜୋଙ୍କୁ ବିପଦପୂର୍ଣ୍ଣ ଓ ଭୟଙ୍କର ବୋଲି କହିଛନ୍ତି। ତାଙ୍କୁ ସେ କରିଥିବା ନିର୍ଯାତନା ପାଇଁ ଭୟଙ୍କର ଦଣ୍ଡ ମିଳିବ। ଜୁନ ୧୯ରେ ରାୟ ଶୁଣାଯିବ।

China UK News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe