Advertisment

ମଝି ଆକାଶରେ ଉଡ଼ିଗଲା ବିମାନର ଛାତ, ଆଉ ତା’ପରେ..

୨୪ ହଜାର ଫୁଟ ଉପରେ ଏପରି ଏକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇ ସମସ୍ତେ ଚିତ୍କାର କରିବାକୁ ଲାଗିଥିଲେ।

Flight

Flight

Advertisment

ବିମାନରେ ଥିଲେ ୮୯ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ। ବିମାନଟି ସ୍ଥଳ ଭାଗରରୁ ୨୪ ହଜାର ଫୁଟ ଉପରେ ଥିଲା। ସବୁ କିଛି ଠିକ ଠାକ ଚାଲିଥିବା ବେଳେ ହଠାତ୍‌ ବିମାନ ଛାତର କିଛି ଅଂଶ ଭାଙ୍ଗି ଯିବା ସହ ଉଡ଼ିଗଲା।

Advertisment

୨୪ ହଜାର ଫୁଟ ଉପରେ ଏପରି ଏକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇ ସମସ୍ତେ ଚିତ୍କାର କରିବାକୁ ଲାଗିଥିଲେ। ଲାଗୁଥିଲା ବିମାନ କ୍ରାଶ ହୋଇଯିବ। ଏଥିରେ ଥିବା ସମସ୍ତେ ପ୍ରାଣ ହରାଇବେ। କିନ୍ତୁ ଘଟିଥିଲା ଚମତ୍କାର ଘଟଣା। ଛାତର କିଛି ଅଂଶ ନଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରି ବିମାନଟି କିଛି ସମୟର ସଂଘର୍ଷ ପରେ ସୁରକ୍ଷିତ ଅବତରଣ କରିଥିଲା।

ଏହା ଶୁଣି ଆପଣ ଭାବୁଥିବେ ଆମେ ଆପଣଙ୍କୁ କୌଣସି ଫିଲ୍ମର କାହାଣୀ କହୁଛୁ। କିନ୍ତୁ ୧୯୯୮ ମସିହା ଏପ୍ରିଲ ୨୮ରେ ବିମାନ ସେବା ଇତିହାସରେ ଏପରି ଏକ ଲୋମହର୍ଷକାରୀ ଘଟଣା ଘଟିଥିଲା। ଆମେରିକାର ଆଲୋହା ଏୟାରଲାଇନ୍ସ ବିମାନ ୨୪୩ ଏକ ନିଶ୍ଚିତ ଦୁର୍ଘଟଣାରୁ ସେଦିନ ବର୍ତ୍ତି ଯାଇଥିଲା। ହେଲେ ଏବେ ବି ସେ ଦିନ ଘଟିଥିବା ଘଟଣା କଥା ଭାବିଲେ ଲୋମଟାଙ୍କୁରି ଉଠୁଛି।

Advertisment

ୱାଶିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୁଇ ଇଞ୍ଜିନ ବିଶିଷ୍ଟ ବୋଇଂ ୭୩୭-୨୦୦ ସେଦିନ ୮୯ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ଧରି ଉଡ଼ାଣ ଭରିଥିଲା। ବିମାନଟି ୪୦ ମିନିଟର ଉଡ଼ାଣ ପରେ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚି ଥାଆନ୍ତା। କିନ୍ତୁ ବିମାନଟି ମଝି ଆକାଶରେ ଥିବା ବେଳେ କାବିନ ପ୍ରେସର ଉଭାନ ହୋଇଯାଇଥିଲା। ବିମାନର ପଙ୍କା ବନ୍ଦ ହୋଇଯାଇଥିଲା। ଏହାପରେ ବିମାନ ଛାତିର କିଛି ଅଂଶ ପବନରେ ଭାଙ୍ଗି ଉଡ଼ି ଯାଇଥିଲା।

୨୪ ହଜାର ଫୁଟ ଉପରେ ବିମାନଟି ଥିବା ବେଳେ ଏପରି ଘଟଣା ଘଟିଥିଲା। ଏହି ସମୟରେ ବିମାନଟି ପ୍ୟାସିଫ ଓସେନ ଉପରେ ରହିଥିଲା। ଭୟଙ୍କର ପବନ ଯୋଗୁ ଯାତ୍ରୀମାନେ କେବଳ ଚିତ୍କାର କରିବା ଆରମ୍ଭ କରିଥିଲେ।

ବିମାନର ଛାତ ଉଡ଼ିବା ସମୟରେ ବିମାନ ଆଟେଣ୍ଡାଣ୍ଟ କ୍ଲାରାବେଲ ଲାନସିଂ ଲୋକଙ୍କ କଥା ବୁଝୁଥିଲେ। ତେଣୁ ଭୟଙ୍କର ପବନ ଯୋଗୁ ସେ ସିଧା ବିମାନରୁ ଉଡ଼ି ବାହାରକୁ ଚାଲି ଯାଇଥିଲେ। ଅନ୍ୟ ଯାତ୍ରୀ ଓ କ୍ରୁମାନେ ନିଜ ନିଜ ସିଟ୍‌ରେ ବସିଥିବାରୁ ବେଲ୍ଟ ପିନ୍ଧି ପକାଇଥିଲେ। ବିମାନ ଜୋରରେ ଦୋହଲିବା ସହ କ୍ରାଶ ହୋଇଯିବ ବୋଲି ସମସ୍ତେ ଆଶଙ୍କା କରିଥିଲେ।

କିନ୍ତୁ ପାଇଲଟ ଏତେ ସବୁ ସତ୍ତ୍ୱେ ଧୈର୍ଯ୍ୟ ହାରି ନଥିଲେ। ସେ ୨୪ ହଜାର ଫୁଟ ଉପରେ ଥିବା ଭଙ୍ଗା ବିମାନକୁ ଧୀରେଧୀରେ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦୁଇଟି ଇଞ୍ଜିନ ମଧ୍ୟରୁ ଗୋଟିଏରେ ନିଆଁ ଲାଗି ଯାଇଥିଲା। ତଥାପି ପାଇଲଟ ଜଣଙ୍କ ଆମେରିକାର କାହୁଲୁଇ ଏୟାରପୋର୍ଟରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।

ବିମାନର କ୍ୟାପ୍ଟେନ ପ୍ରଥମ ଅଫିସରଙ୍କ ଠାରୁ ସବୁ ଦାୟିତ୍ୱ ନେଇଥିଲେ। ଏହାପରେ ଘଟଣାର ୧୩ ମିନିଟ୍ ପରେ ଭଙ୍ଗା ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇବାକୁ ସକ୍ଷମ ହୋଇଥିଲେ।

ଭଙ୍ଗା ବିମାନ ସ୍ଥଳ ଭାଗକୁ ଆଡ଼କୁ ଆସୁଥିବା ବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳୁଥିଲା। ଏହି ସମୟରେ ଜରୁରୀ ସେବା ଯୋଗାଇ ଦେବାକୁ ଥିବା କର୍ମଚାରୀ ଓ ଅଧିକାରୀମାନେ ପୂରା ଚକିତ ହୋଇଯାଇଥିଲା। ବିମାନର ଅବସ୍ଥା ଦେଖି ସେମାନେ ଏହା ସୁରକ୍ଷିତ ଲ୍ୟାଣ୍ଡ କରିପାରିବ କି ନାହିଁ ବୋଲି ଆଶଙ୍କା ବି କରିଥିଲେ।

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିଲା। ବିମାନରେ ମୋଟ ୯୫ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୮ ଜଣ ଗୁରୁତର ଆହତ ହୋଇଥିଲେ। କେବଳ ଆଟେଣ୍ଡାଣ୍ଟ ଲାନସିଂଙ୍କ ମୃତ୍ୟୁ ଘଟିଥିଲା। ଆଜି ଯାଏ ତାଙ୍କ ଶବ ମଧ୍ୟ କାହାକୁ ମିଳିନାହିଁ। ଅନ୍ୟମାନେ ସୁରକ୍ଷିତ ଭାବେ ଅବତରଣ କରିଥିଲେ। 

ଆମେରିକା ଜାତୀୟ ପରିବହନ ସୁରକ୍ଷା ବୋର୍ଡ (ଏନଟିଏସବି) ରିପୋର୍ଟରେ କହିଥିଲା ଯେ ବିମାନଟି ଭୟଙ୍କର ଢଙ୍ଗରେ କ୍ଷତିଗ୍ରସ୍ତ ହୋଇଥିଲା। ଏହାର ବାମ ପଟ ଇଞ୍ଜିନ ମଧ୍ୟ ଖରାପ ହୋଇଯାଇଥିଲା। ବିମାନରେ ବସିବା ବେଳେ ଜଣେ ଯାତ୍ରୀ ଏହାର ଗୋଟିଏ ଡେଣା କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ପାଇଥିଲେ। କିନ୍ତୁ ସେ ଏକଥା କୌଣସି ବିମାନ କର୍ମଚାରୀ କିମ୍ବା କ୍ରୁ ସଦସ୍ୟଙ୍କୁ କହି ନଥିଲେ। ଫଳସ୍ୱରୂପ ମଝି ଆକାଶରେ ବିମାନର ଛାତ ଉଡ଼ି ଯାଇଥିଲା।

Accident Flight Service
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe