Advertisment

ଟ୍ରମ୍ପଙ୍କ ୫୦% ଶୁଳ୍କ ଧମକ ବିରୋଧରେ କେମିତି ଲଢ଼େଇ କରିବ ଚାଇନା?

ଚାଇନା ଉପରେ ୩୪% ପାଲଟା ବା ରେସିପୋକାଲ ଶୁଳ୍କ ଲଗାଇଥିବା ଟ୍ରମ୍ପ ବେଜିଂକୁ ଆଉ ୫୦% ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ଦେଇଛନ୍ତି।

Trump

Trump

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନୂଆ ଶୁଳ୍କ ନୀତି ଘୋଷଣା କରିବା ଠାରୁ ପୂରା ବିଶ୍ୱରେ ହାହାକାର ସ୍ଥିତି ଦେଖାଦେଇଛି। ଏସିଆ ଠାରୁ ଆରମ୍ଭ କରି ୟୁରୋପ ଯାଏ ସବୁ ଆଡ଼େ ଶେୟାର ବଜାର ନିମ୍ନଗାମୀ ହୋଇଛି। ସ୍ଥିତି ଆଗକୁ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ କେବଳ ବଡ଼ ବଡ଼ିଆଙ୍କୁ ଶେୟାର ବଜାର କ୍ରାଶ ଯୋଗୁ କ୍ଷତି ହୋଇଥିବା ଟ୍ରମ୍ପ ସଫେଇ ଦେଇଛି। ହେଲେ ଭାରତୀୟ ଶେୟାର ବଜାରରେ ସାଧାରଣ ଲୋକ ମଧ୍ୟ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ନିବେଶ କରିଥିଲେ। ଗତକାଲି ମାତ୍ର ୫ ମିନିଟରେ ୨୦ ଲକ୍ଷ କୋଟି ସ୍ୱାହା ହେବା ପରେ ସମସ୍ତେ ଚିନ୍ତାରେ। ହେଲେ ଏହାର ଜବାବ ଭାରତ ସରକାର ନା ଟ୍ରମ୍ପଙ୍କ ପାଖରେ ରହିଛି।

Advertisment

ଏସବୁ ଭିତରେ ଟ୍ରମ୍ପଙ୍କ ଆଉ ଏକ ଧମକ ନୂଆ ବିବାଦ ସୃଷ୍ଟି କରିଛି। ଚାଇନା ଉପରେ ୩୪% ପାଲଟା ବା ରେସିପୋକାଲ ଶୁଳ୍କ ଲଗାଇଥିବା ଟ୍ରମ୍ପ ବେଜିଂକୁ ଆଉ ୫୦% ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ଦେଇଛନ୍ତି। ଟ୍ରମ୍ପଙ୍କ ୩୪% ପାଲଟା ଶୁଳ୍କର ଜବାବ ଦେବାକୁ ଚାଇନା ମଧ୍ୟ ଯେସାକୁ ତେସା ନୀତି ଆପଣାଇଛି। ଚାଇନା ମଧ୍ୟ ଆମେରିକା ବସ୍ତୁ ଉପରେ ୩୪% ଟିକସ ଲଗାଇବ ବୋଲି ଘୋଷଣା କରିଛି।

ଏହାକୁ ଶୁଣିବା ପରେ ଟ୍ରମ୍ପ ପୁଣି ଥରେ ଅତିରିକ୍ତ ଶୁଳ୍କର ଧମକ ଦେଇଛନ୍ତି। ଏଥିସହ ଚାଇନାକୁ ନିଜ ନିଷ୍ପତ୍ତି ଉପରେ ପୁଣି ବିଚାର କରିବାକୁ ଟ୍ରମ୍ପ ପ୍ରଶାସନ ୨୪ ଘଣ୍ଟାର ମହଲତ ଦେଇଛି। ଯଦି ଚାଇନା ପକ୍ଷରୁ ଆମେରିକା ବସ୍ତୁ ଉପରେ ଅତିରିକ୍ତ ଶୁଳ୍କ ଲଗାଯିବ, ତା’ହେଲେ ଟ୍ରମ୍ପ ପୁଣି ୫୦% ଟିକସ ଲଗାଇବେ ବୋଲି କହିଛନ୍ତି। ଏହାକୁ ଚାଇନା ବ୍ଲାକମେଲର ନାମ ଦେଇଛି।

Advertisment

ଯଦି ଚାଇନାର ଯେସାକୁ ତେସା ନୀତି ଆପଣାଇଲା ଓ ଟ୍ରମ୍ପ ତାଙ୍କ ଧମକରେ କାଏମ ରହିଲେ, ତା’ହେଲେ ଚାଇନିଜ ଦ୍ରବ୍ୟ ଗୁଡ଼ିକ ଉପରେ ୧୦୪% ଶୁଳ୍କ ଆଦାୟ କରିବ ଆମେରିକା। ତା’ହେଲେ ଧୀରେଧୀରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଭୟଙ୍କର ରୂପ ନେବ। ବିଶ୍ୱ ଅର୍ଥନୀତି କରୋନା ବେଳେ ଯେଉଁ ସ୍ଥିତିରେ ପହଞ୍ଚିଥିଲା, ଏବେ ପୁଣି ସେମିତି କିଛି ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛି।

ଟ୍ରମ୍ପଙ୍କ ଧମକ ପରେ ଚାଇନା ମଧ୍ୟ ଏହାର ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି। ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ “ଚାଇନା ବିରୋଧରେ ଆମେରିକାର ଶୁଳ୍କ ବୃଦ୍ଧି ଧମକ ଭୁଲ ମଧ୍ୟରେ ସବୁଠାରୁ ବଡ଼ ଭୁଲ। ଏହା ପୁଣିଥରେ ଆମେରିକାର ବ୍ଲକମେଲିଂ ପ୍ରକୃତିର ପର୍ଦ୍ଦାଫାସ କରିଛି। ଯଦି ଆମେରିକା ନିଜ ରାସ୍ତାରେ ଯିବ, ତା’ହେଲେ ଚାଇନା ଶେଷ ଯାଏ ଲଢ଼େଇ କରିବ। ଆମେରିକା ସହ ଆମେ ଆଲୋଚନା ପାଇଁ ପ୍ରସ୍ତୁତ। କିନ୍ତୁ ସମସ୍ତେ ମନେ ରଖିବା ଦରକାର ବାଣିଜ୍ୟ ଯୁଦ୍ଧରେ କେହି ବି ବିଜେତା ହୋଇପାରିବେ ନାହିଁ।”

ସେହିପରି ଟ୍ରମ୍ପଙ୍କ ଟାରିଫ ନୀତିକୁ କାଉଣ୍ଟର କରିବା ପାଇଁ ଚାଇନା ପକ୍ଷରୁ ହଲିଉଡକୁ ବେଜିଂରେ ବ୍ୟାନ କରିବାକୁ ଯୋଜନା କରାଯାଉଛି। ଚାଇନିଜ ବଜାରରେ ହଲିଉଡ ସିନେମାର ବେଶ ଚାହିଦା ରହିଛି। ଚାଇନିଜ ମାର୍କେଟରୁ ହଲିଉଡ ବାବଦରେ ଆମେରିକାକୁ ବିପୁଳ ଅର୍ଥ ମିଳେ। କିନ୍ତୁ ଏବେ ଟ୍ରମ୍ପଙ୍କ ଟାରିଫ ନୀତିକୁ ବିରୋଧ କରି ଚାଇନା ଏହାପରେ ବ୍ୟାନ ଲଗାଇବ ବୋଲି ଜଣାପଡ଼ିଛି। 

ଚାଇନାର ରଣନୀତି

ଟ୍ରମ୍ପ ଟାରିଫ ଧମକ ଦେଉଥିବାରୁ ଚାଇନା ସରକାର ଏହାକୁ ଆମେରିକାର ଏକତରଫା ଗୁଣ୍ଡାଗର୍ଦ୍ଦି ବୋଲି କହିଛନ୍ତି। ତଥାପି ଟ୍ରମ୍ପଙ୍କ ଧମକରେ ଚାଇନା ପଛଘୁଞ୍ଚା ଦେଇ ନାହିଁ। ବେଜିଂ ପକ୍ଷରୁ ପୂରା ବିଶ୍ୱକୁ ଜଣାଇ ଦିଆଯାଇଛି ଯେ ଚାଇନା ଗୋଟିଏ ବଡ଼ଧରଣର ବାଣିଜ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ। ଚାଇନାର କ୍ଷମତାସୀନ ଚାଇନିଜ କମ୍ୟୁନିଷ୍ଟ ପାର୍ଟି କହିଛି ଯେ ଆମେରିକାର ଟାରିଫ ନିଷ୍ପତ୍ତି ଚାଇନା ଉପରେ ପ୍ରଭାବ ପକାଇବ। କିନ୍ତୁ ଆକାଶ ଛିଡ଼ି ପଡ଼ିବ ନାହିଁ। ୨୦୧୭ରୁ ଆମେରିକା ପ୍ରଥମଥର ପାଇଁ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଥିଲେ। ଆମେରିକା ଯେଉଁ ପ୍ରକାରର ଲଢ଼େଇ କିମ୍ବା ନୀତି ଆପଣାଇଲେ ମଧ୍ୟ ଆମେ ନିୟମିତ ଭାବେ ବିକାଶ ଦିଗରେ ଆଗେଇ ଚାଲିବୁ। ଏହାକୁ ଦୃଢ଼ ଭାବେ ମୁକାବିଲା କରିବୁ। ଆପଣ ଆମ ଉପରେ ଯେତେ ଚାପ ପକାଇବ, ଆମେ ସେତେ ମଜବୁତ ହେବୁ।

ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ

ମଙ୍ଗଳବାର ଟ୍ରମ୍ପ କହିଥିଲେ ଯେ ଚାଇନାରୁ ଆମେରିକାକୁ ଆସୁଥିବା ଦ୍ରବ୍ୟଗୁଡ଼ିକ ଉପରେ ସେ ଅତରିକ୍ତ ୫୦% ଆମଦାନୀ ଶୁଳ୍କ ଲଗାଇବେ। ଗତ ସପ୍ତାହରେ ଚାଇନା ପକ୍ଷରୁ ଆମେରିକା ଦ୍ରବ୍ୟଗୁଡ଼ିକ ଉପରେ ୩୪% ଶୁଳ୍କ ଲାଗୁ ପାଇଁ ହୋଇଥିବା ନିଷ୍ପତ୍ତିକୁ ଯଦି ବେଜିଂ ନ ବଦଳାଇବ, ତା’ହେଲେ ବୁଧବାର ଠାରୁ ୫୦% ଅତିରିକ୍ତ ଶୁଳ୍କ ଆଦାୟ କରାଯିବ ବୋଲି ଟ୍ରମ୍ପ ଧମକ ଦେଇଥିଲେ।

ଏହାପୂର୍ବରୁ ଟ୍ରମ୍ପ ବିଭିନ୍ନ ରାଷ୍ଟ୍ର ବିରୋଧରେ ପାଲଟା ଶୁଳ୍କ ଲାଗୁ କରିଥିଲେ। ଏହିକ୍ରମରେ ଚାଇନା ଉପରେ ୩୪% ପାଲଟା ଶୁଳ୍କ ଲାଗିଥିଲା। ଏହି ଘୋଷଣା ପରେ ଚାଇନିଜ ଦ୍ରବ୍ୟଗୁଡ଼ିକ ଉପରେ ଲାଗୁଥିବା ଶୁଳ୍କର ପରିମାଣ ୫୪%ରେ ପହଞ୍ଚିଥିଲା। ଏହାର ଜବାବ ଦେବାକୁ ଚାଇନିଜ ସରକାର ଗତ ସପ୍ତାହରେ ଯେସାକୁ ତେସା ନୀତି ଆପଣାଇଥିଲେ। ଆମେରିକା ଦ୍ରବ୍ୟଗୁଡ଼ିକ ଉପରେ ୩୪% ଟିକସ ଲାଗିବ ବୋଲି ଚାଇନା ପକ୍ଷରୁ କୁହାଯାଇଥିଲା। ଏହାପରେ ଟ୍ରମ୍ପ ପୁଣି ୫୦% ଟିକସର ଧମକ ଦେଇଛନ୍ତି।

USA China Donald Trump Xi Jinping
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe