Advertisment

Middle East War: ଇସ୍ରାଏଲ ଓ ଆମେରିକା ମିଶି କେମିତି ମାରିଦେଲେ ଇରାନର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଖାମେନେଇଙ୍କୁ ?

ଖାମେନେଇଙ୍କୁ ଖତମ କରିବାକୁ ଆମେରିକା ସହ ମିଶି ଇସ୍ରାଏଲ ରଚିଥିଲା ମାଷ୍ଟର ପ୍ଲାନ୍ । ଯୋଜନା ଏମିତି ଥିଲା ବଞ୍ଚିବାର କୌଣସି ବାଟ ନଥିଲା।ଦୀର୍ଘଦିନ ହେବ ଖାମେନେଇଙ୍କ ଗତିବିଧି ଉପରେ ନଜର ରଖିଥିଲା ଇସ୍ରାଏଲ ଇଣ୍ଟେଲିଜେନ୍ସ ମୋସାଦ୍ ।

author-image
Biswajit Baral
Iran

ଆମେରିକା ସହ ଆଖିରେ ଆଖି ମିଶାଇ କଥା କହୁଥିଲେ। ଇସ୍ରାଏଲକୁ ମିସାଇଲର ଜବାବ ମିସାଇଲରେ ଦେଉଥିଲେ । ମିଡିଲ୍ ଇଷ୍ଟରେ ନିଜକୁ ଭାବୁଥିଲେ ସୁପର ପାୱାର୍ । ସୁରକ୍ଷା ଏମିତି ଥିଲା ପିମ୍ପୁଡ଼ି ତାଙ୍କ ପାଖକୁ ପହଞ୍ଚିବା ବି କଷ୍ଟକର । ହେଲେ ଇସ୍ରାଏଲ ଓ ଆମେରିକା ମିଶି କେମିତି ମାରିଦେଲେ ଇରାନର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଖାମେନେଇଙ୍କୁ ? ଇରାନର ଡିଫେନ୍ସ ସିଷ୍ଟମ କରୁଥିଲା କ’ଣ ? 

Advertisment

ଖାମେନେଇଙ୍କୁ ଖତମ କରିବାକୁ ଆମେରିକା ସହ ମିଶି ଇସ୍ରାଏଲ ରଚିଥିଲା ମାଷ୍ଟର ପ୍ଲାନ୍ । ଯୋଜନା ଏମିତି ଥିଲା ବଞ୍ଚିବାର କୌଣସି ବାଟ ନଥିଲା।ଦୀର୍ଘଦିନ ହେବ ଖାମେନେଇଙ୍କ ଗତିବିଧି ଉପରେ ନଜର ରଖିଥିଲା ଇସ୍ରାଏଲ ଇଣ୍ଟେଲିଜେନ୍ସ ମୋସାଦ୍ । ଯୁଦ୍ଧ ସ୍ଥିତି ଭିତରେ ଟପ୍ ଲିଡରଙ୍କ ସହ ମିଟିଂ କରୁଥିବା ଜାଣିବାକୁ ପାଇଥିଲା ଗୁଇନ୍ଦା ସଂସ୍ଥା। ଏହାପରେ ଆରମ୍ଭ ହୋଇଥିଲା ଆଟାକ୍। ଇସ୍ରାଏଲର ଫାଇଟର ଜେଟ୍‌ରୁ ଖାମେନେଇଙ୍କ ବାସଭବନ କମ୍ପ୍ଲେକ୍ସରେ ପଡ଼ିଥିଲା ୩୦ ଶକ୍ତିଶାଳୀ ବୋମା। ନିମିଷକରେ ପୂରା ଧ୍ୱଂସସ୍ତୁପ ପରିଣତ ହୋଇଯାଇଥିଲା ଖାମେନେଇଙ୍କ ଘର ।

ଖାମେନେଇଙ୍କ ଉପରେ ସେତିକି ବେଳେ ହମଲା କରାଗଲା ଯେତେବେଳେ ସମସ୍ତ ବଡ଼ନେତା ଗୋଟିଏ ସ୍ଥାନରେ ଏକାଠି ଥିଲେ । ଏହି ଆକ୍ରମଣ ପାଇଁ ବ୍ୟବହାର ହୋଇଥିଲା GBU-28 ପରି ଅତି ଶକ୍ତିଶାଳୀ ବୋମା। 

Advertisment

GBU-28 ଏକ ବଙ୍କର ବଷ୍ଟର ବୋମା ବା ବଙ୍କରକୁ ଭେଦ କରି ଏହାକୁ ନଷ୍ଟ କରିପାରୁଥିବା ବୋମା । ଏହାର ଓଜନ ୨ ହଜାର ୨୬୮ କିଲୋଗ୍ରାମ। ଏହାର ଲମ୍ବ ପ୍ରାୟ ୧୯ ଫୁଟ୍। ଏଥିରେ ୨୮୬ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ରହିପାରେ। ଏହି ବୋମା ଲେଜରର ମାର୍ଗଦର୍ଶନରେ ପରିଚାଳିତ ହୁଏ। ଏହାର ସବୁଠାରୁ ବଡ଼ ହେଉଛି ବିଶେଷତ୍ୱ ହେଉଛି ଏହା ୨୦-୩୦ ଫୁଟ୍‌ ମଜବୁତ୍ କଂକ୍ରିଟ୍‌କୁ ଭେଦ କରିପାରେ।  ଗାଜା ଓ ଲେବାନନର ବଙ୍କରଗୁଡ଼ିକ ଉପରେ ଇସ୍ରାଏଲ ଏହାର ବ୍ୟବହାର କରିଥିଲା। 

ଏବେ ଆସନ୍ତୁ ଜାଣିବା କେମିତି ହୋଇଥିଲା ‘ଖାମେନେଇ ଖତମ ଅପରେସନ’। ଖାମେନେଇଙ୍କ ବାସଭବନ କଂପ୍ଲେକ୍ସ ଅତିସୁରକ୍ଷିତ ଓ ମଜବୁତ ଥିବାରୁ GBU-28 ପରି ପେନେଟ୍ରେଟିଙ୍ଗ ବୋମାର ବ୍ୟବହାର କରାଯାଇଥିଲା। ଏହି ଅଭିଯାନରେ ଇସ୍ରାଏଲର F-15 ଓ ଅନ୍ୟ ବୋମାବର୍ଷୀ ବିମାନଗୁଡ଼ିକୁ ସାମିଲ କରାଯାଇଥିଲାI ପ୍ରତି ବିମାନ ଗୋଟିଏ କିମ୍ବା୨ଟି GBU-28 ବୋମା ନେଇ ଥିଲେ ବୋଲି କୁହାଯାଉଛି।  ଖାମେନେଇଙ୍କ ବାସଭବନ କଂପ୍ଲେକ୍ସ କେବଳ ଏକ ବିଶାଳ କୋଠା ନଥିଲା ସେଠାରେ ଭୂଗର୍ଭସ୍ଥ ସୁରକ୍ଷିତ କକ୍ଷ ମଧ୍ୟ ଥିଲା, ଯେଉଁଠାରେ ଟିମ୍ ଖାମେନେଇ ସୁରକ୍ଷିତ ରହିପାରୁଥିଲେ। ତେଣୁ ସାଧାରଣ ବୋମାରେ କିଛି ହୋଇନଥା’ନ୍ତା। ସେଥିପାଇଁ GBU-28 ପରି ପେନେଟ୍ରେଟିଙ୍ଗ ବୋମାର ବ୍ୟବହାର କରାଯାଇ ଧ୍ୱଂସଲୀଳା ରଚିଥିଲା ଇସ୍ରାଏଲ।