୪୪ କୋଟି ଦେଲେ ମିଳିବ ଆମେରିକା ନାଗରିକତା! ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ କେମିତି ଗ୍ରୀନ କାର୍ଡ ଠାରୁ ଭିନ୍ନ?

ମ୍ପଙ୍କ କଠୋର ପ୍ରବାସୀ ନୀତିକୁ ନେଇ ଭୟରେ ଥିବା ଲୋକଙ୍କ ପାଇଁ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ଯଦି ଆପଣଙ୍କ ପାଖରେ ପ୍ରଚୁର ଟଙ୍କା ରହିଛି, ତା’ହେଲେ ଆପଣଙ୍କ ଆମେରିକା ସ୍ୱପ୍ନ ପୂରଣ ହୋଇପାରିବ।

Green Card

representational image

Hemant Lenka
  • Published: Wednesday, 26 February 2025
  • Updated: 26 February 2025, 03:04 PM IST

Sports

Latest News

ଆମେରିକାର ନାଗରିକତା ହାସଲ କରିବା ଯେକୌଣସି ବିଦେଶୀ ଲୋକଙ୍କ ପାଇଁ ସ୍ୱପ୍ନ ଠାରୁ କମ ନୁହେଁ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ବିଦେଶୀ ଲୋକଙ୍କୁ ନାଗରିକତା ମିଳିବା କଷ୍ଟକର ହୋଇ ପଡ଼ିଛି। ସେହିପରି ଟ୍ରମ୍ପଙ୍କ କଠୋର ପ୍ରବାସୀ ନୀତି ଯୋଗୁ ବାହାର ଦେଶର ଲୋକଙ୍କୁ ଆମେରିକା ସ୍ୱପ୍ନ ଭାଙ୍ଗିବାରେ ଲାଗିଛି। ଆମେରିକାରେ ରହିବାକୁ ଲକ୍ଷ୍ୟ ରଖି ବେଆଇନ ଭାବେ ପ୍ରବେଶ କରିଥିବା ଲୋକଙ୍କୁ ଟ୍ରମ୍ପ ପ୍ରଶାସନ ଖୋଜିଖୋଜି ବାହାର କରୁଛି। ଏହାପରେ ସେମାନଙ୍କୁ ହାତ ଗୋଡ଼ ବାନ୍ଧି ନିଜ ନିଜ ଦେଶକୁ ପଠାଇ ଦେଉଛି।

ତେବେ ଟ୍ରମ୍ପଙ୍କ କଠୋର ପ୍ରବାସୀ ନୀତିକୁ ନେଇ ଭୟରେ ଥିବା ଲୋକଙ୍କ ପାଇଁ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ଯଦି ଆପଣଙ୍କ ପାଖରେ ପ୍ରଚୁର ଟଙ୍କା ରହିଛି, ତା’ହେଲେ ଆପଣଙ୍କ ଆମେରିକା ସ୍ୱପ୍ନ ପୂରଣ ହୋଇପାରିବ। ଆମେରିକା ସ୍ୱପ୍ନ ପୂରଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ରାଷ୍ଟ୍ରପତି ଟ୍ରମ୍ପ ଧନୀ ପ୍ରବାସୀଙ୍କ ପାଇଁ ଗୋଟିଏ ବଡ଼ ଭିସା କାର୍ଯ୍ୟକ୍ରମ ଲଞ୍ଚ କରିବାକୁ ଯାଉଛନ୍ତି।

Also Read

ଏହି କାର୍ଯ୍ୟକ୍ରମ ଅଧୀନରେ ବିଦେଶୀ ଲୋକମାନେ ଆମେରିକାର ନାଗରିକତା ପାଇ ପାରିବେ ଓ ସେମାନଙ୍କୁ ଗୋଲ୍ଡ କାର୍ଡ ମଧ୍ୟ ମିଳିବ। ସ୍ଥାୟୀ ନାଗରିକତା ପାଇଁ ଆବଶ୍ୟକ ହେଉଥିବା ଗୋଲ୍ଡ କାର୍ଡ ପାଇଁ ଟ୍ରମ୍ପ ୫ ମିଲିୟନ ଡଲାର ବା ୫୦ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରାରେ ୪୪ କୋଟି ଟଙ୍କା ନେବେ। ଏହାର ଅର୍ଥ ୪୪ କୋଟି ଟଙ୍କା ଦେଲେ ଆମେରିକାରେ ଆପଣଙ୍କୁ ସ୍ଥାୟୀ ନାଗରିକତା ମିଳିପାରିବ।

ଟ୍ରମ୍ପ ଭିସା କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଥିଲେ ହେଁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ନାହାନ୍ତି। କେବଳ ସେ ୫ ମିଲିୟନ ଡଲାର ଦେଲେ ଜଣଙ୍କୁ ଆମେରିକାରେ ରହିବା ପାଇଁ ଗୋଲ୍ଡ କାର୍ଡ ମିଳିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସେ ବିସ୍ତୃତ ସୂଚନା ଖୁବଶୀଘ୍ର ଜାରି କରିବେ ବୋଲି ଜଣାପଡ଼ିଛି। ଟ୍ରମ୍ପ କହିଛନ୍ତି, ଭିସା କାର୍ଯ୍ୟକ୍ରମ ଜରିଆରେ ସରକାର ଭବିଷ୍ୟତରେ ୧ ମିଲିୟନ ବା ୧୦ ଲକ୍ଷ ଗୋଲ୍ଡ କାର୍ଡ ବିକ୍ରି କରିବାର ଲକ୍ଷ୍ୟ ରଖିଛନ୍ତି। ଏହି କାର୍ଡ ପାଇଁ ଜଣଙ୍କୁ ୫ ମିଲିୟନ ଡଲାର ଦେବାକୁ ପଡ଼ିବ। ଗୋଲ୍ଡ କାର୍ଡ ଆମେରିକାରେ ପ୍ରଚଳିତ ଇବି-୫ ଇମିଗ୍ରାଣ୍ଟ ଇନଭେଷ୍ଟର ଭିସାର ସ୍ଥାନ ନେବ। ଗୋଲ୍ଡ କାର୍ଡକୁ କିଣି ଧନୀ ଲୋକମାନେ ଆମେରିକାକୁ ଆସି ପାରିବେ। ଏହା ଦ୍ୱାରା ଆମେରିକାରେ ନିବେଶ ଓ ନିଯୁକ୍ତି ବଢ଼ିବ।

ଗ୍ରୀନ କାର୍ଡ ଠାରୁ ଏହା କିପରି ଭିନ୍ନ?

ଏବେ ଇବି-୫ ଇମିଗ୍ରାଣ୍ଟ ଇନଭେଷ୍ଟର କାର୍ଯ୍ୟକ୍ରମ ବିଦେଶୀ ଲୋକଙ୍କୁ ଗ୍ରୀନ କାର୍ଡ ପ୍ରଦାନ କରୁଛି। ଯେଉଁ ବିଦେଶୀମାନେ ଆମେରିକାରେ ନିବେଶ କରିଛନ୍ତି କିମ୍ବା ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି କିମ୍ବା ଚାକିରିକୁ ନିଶ୍ଚିତ କରିଛନ୍ତି, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରୀନ କାର୍ଡ ମିଳୁଛି। ଟ୍ରମ୍ପ ଏହି କାର୍ଯ୍ୟକ୍ରମକୁ ନୂଆ ଗୋର୍ଲ୍ଡ କାର୍ଡ ଦ୍ୱାରା ବଦଳାଇବାକୁ ଚାହୁଁଛନ୍ତି। ଏହା ଗ୍ରୀନ କାର୍ଡ ଭଳି ସ୍ଥାୟୀ ନାଗରିକତା ଅଧିକାର ପ୍ରଦାନ କରିବ। କିନ୍ତୁ ଏଥିରେ ଧନୀ ଲୋକମାନଙ୍କୁ ସିଧାସଳଖ କାର୍ଡ କିଣିବାର ସୁଯୋଗ ମିଳିବ। ଗ୍ରୀନ କାର୍ଡର ସୁବିଧା ସହ ଗୋଲ୍ଡ କାର୍ଡ ଆମେରିକାର ନାଗରିକତା ହାସଲ କରିବାରେ ମାଧ୍ୟମ ସାଜିବ।

ଇବି-୫ ଭିସା ପାଇଁ ଦେବାକୁ ପଡ଼ୁଛି ୧ ମିଲିୟନ ଡଲାର

ବର୍ତ୍ତମାନ ଆମେରିକାର ନାଗରିକତା ପାଇଁ ଇବି-୫ ଭିସା ସବୁଠାରୁ ସହଜ ବିକଳ୍ପ। ଏଥିପାଇଁ ୧ ମିଲିୟନ ଡଲାର ବା ୮.୭୫ କୋଟି ଦେବାକୁ ପଡ଼ିଥାଏ। ଟ୍ରମ୍ପ କହିଛନ୍ତି, ଗୋଲ୍ଡ କାର୍ଡ ଦ୍ୱାରା ଦେଶର ଋଣକୁ ଶୀଘ୍ର ପରିଶୋଧ କରାଯାଇ ପାରିବ।

ଇବି-୫ ଭିସା କ’ଣ?

୧- ଆମେରିକା ଭିସା ପାଇବା ପାଇଁ ଏବେ ଇବି-୫ ଭିସା ସହଜ ବିକଳ୍ପ।

୨- ଏଥିପାଇଁ ୧ ମିଲିୟନ ଡଲାର ବା ୮.୭୫ କୋଟି ଦେବାକୁ ପଡ଼ିଥାଏ।

୩- ଏହି ଭିସା ଜରିଆରେ ଜଣେ ଆମେରିକାର ସ୍ଥାୟୀ ନାଗରିକ ହୋଇପାରିବେ।

୪- ଏହା ଅଧୀନରେ ଆମେରିକା ବ୍ୟବସାୟରେ ନିବେଶ କରୁଥିବା ବିଦେଶୀଙ୍କୁ ଗ୍ରୀନ କାର୍ଡ ମିଳିଥାଏ।

୫- ଗ୍ରୀନ କାର୍ଡ ଧାରୀଙ୍କୁ ସ୍ଥାୟୀ ନାଗରିକତାର ମାନ୍ୟତା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଏ।

୬- ଇବି-୫ ଭିସାର ପ୍ରଚଳନ ୧୯୯୦ରୁ ଆମେରିକାରେ ଚାଲିଛି।

୭- ବିଦେଶୀ ନିବେଶକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିଲା

ଗ୍ରୀନ କାର୍ଡ ଓ ଗୋଲ୍ଡ କାର୍ଡ ମଧ୍ୟରେ ଫରକ କ’ଣ?

ଇବି-୫ ଭିସା ଜରିଆରେ ଜଣଙ୍କୁ ମାତ୍ର ୧ ମିଲୟନ ଡଲାର ଦେବାକୁ ପଡ଼ୁଥିଲା। ହେଲେ ଏବେ ଗୋଲ୍ଡ କାର୍ଡ ପାଇଁ ୫ ମିଲିୟନ ଡଲାର ଦେବାକୁ ପଡ଼ିବ ବା ନିବେଶ କରିବାକୁ ପଡ଼ିବ। ଏହି ଭିସା ସେହି ଧନୀ ପ୍ରବାସୀମାନେ ହାସଲ କରିପାରିବେ, ଯେଉଁମାନେ ଅଧିକ ନିବେଶ କରିବାକୁ ସକ୍ଷମ ହେବେ।

ରୁଷର ଧନୀ ଲୋକ ମଧ୍ୟ ନେଇ ପାରିବେ ଗୋଲ୍ଡ କାର୍ଡ

ଟ୍ରମ୍ପ ଗୋଲ୍ଡ କାର୍ଡର ଘୋଷଣା କରି କହିଛନ୍ତି ଯେ ଏହି ଭିସା ଆପଣଙ୍କୁ ଗ୍ରୀନ କାର୍ଡ ପାଇବାକୁ ସୁଯୋଗ ଦେବ। ଆମେରିକାର ନାଗରିକ ହେବାକୁ ଏହା ଗୋଟିଏ ରାସ୍ତା। ଏହି କାର୍ଡକୁ କିଣି ଧନୀ ଲୋକମାନେ ଆମେରିକାକୁ ଆସିବେ। ରୁଷର ଧନୀ ଲୋକମାନେ ମଧ୍ୟ ଏହାକୁ କିଣି ପାରିବେ। ରୁଷର କିଛି ନିବେଶକାରୀ ଭଲ ଲୋକ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି। ତେବେ ଗୋଲ୍ଡ କାର୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ଦୁଇ ସପ୍ତାହ ମଧ୍ୟରେ ଜାରି କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story