Advertisment

ବାଂଲାଦେଶ ହିଂସା ପଛରେ ପାକିସ୍ତାନର ହାତ, ୩ ବର୍ଷ ହେଲା ISI ଚଲାଇଥିଲା ଚାଲ୍

ଇସଲାମୀ ଛାତ୍ର ଶିବିର ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIର ହାତ ରହିଛି।

ଅଦ୍ୟତନ ହୋଇଛି
Bangladesh Violence

Bangladesh Violence

Advertisment

ବାଂଲାଦେଶ ହିଂସା ପଛରେ ରହିଛି ପାକିସ୍ତାନର ହାତ। ଦେଶରେ ହିଂସା, ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ, ବ୍ୟାପକ କ୍ଷୟକ୍ଷତି ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସରକାର ଭୁଶୁଡ଼ିବା ପଛରେ ଜମାତ-ଇ-ଇସଲାମୀ ବାଂଲାଦେଶର ଛାତ୍ର ସଂଗଠନ ଇସଲାମୀ ଛାତ୍ର ଶିବିର (ICS)ର ହାତ ଥିବା ସୂତ୍ରରୁ ପ୍ରକାଶ ପାଇଛି। 

Advertisment

ଏହି ଛାତ୍ର ସଂଗଠନ ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି  ISI କାମ କରୁଥିବା ବିଶ୍ୱାସ କରାଯାଉଛି। ଜମାତ-ଇ-ଇସଲାମୀ ହେଉଛି ପାକିସ୍ତାନ ସ୍ଥିତ ଏକ ରାଜନୈତିକ ଦଳ, ଯାହା ୧୯୪୧ରେ ଗଠନ ହୋଇଥିଲା। ଏହି ରାଜନୈତିକ ଦଳର ଛାତ୍ର ସଂଗଠନ ଇସଲାମୀ ଛାତ୍ର ଶିବିର ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣକୁ ମୁଦ୍ଦା କରି ବ୍ୟାପକ ହିଂସା ଘଟାଇଛି। 

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ ବାଂଲାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅନେକ ଇସଲାମୀ ଛାତ୍ର ଶିବିର ସଦସ୍ୟ ସାମିଲ ହୋଇଥିଲେ। ଏହିଠାରୁ ହିଁ ଛାତ୍ରମାନଙ୍କୁ ହିଂସା ପ୍ରତି ପ୍ରବର୍ତ୍ତା ଯାଇଛି।  

Advertisment

କେବଳ ଏତିକି ନୁହେଁ, ଏହି ସଂଗଠନ ବିଶ୍ୱବିଦ୍ୟାଳୟ ନିର୍ବାଚନରେ ମଧ୍ୟ ପ୍ରମୁଖ ଭୂମିକା ନିଭାଇଥିଲା। ଦେଶର ନାମୀଦାମୀ ୟୁନିଭରସିଟି ନିର୍ବାଚନରେ ଜିତିଥିବା ଛାତ୍ର ସଂଗଠନ ପଛରେ ICSର ସମର୍ଥନ ରହିଥିଲା। 

ଯେଉଁ ସବୁ ବିଶ୍ୱବିଦ୍ୟାଳୟରେ ଇସଲାମୀ ଛତ୍ର ଶିବିରର ମୁଖ୍ୟ କେନ୍ଦ୍ର ଥିଲା, ସେଗୁଡ଼ିକ ହେଉଛି ଢାକା, ଚିଟ୍ଟାଗଙ୍ଗ, ଜାହାଙ୍ଗୀର, ସିଲହଟ ଏବଂ ରାଜଶାହୀ ୟୁନିଭରସିଟି। ଏହି ସଂଗଠନର ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ଗଭୀର ସମ୍ପର୍କ ଥିବା ଜଣାପଡିଛି ଏବଂ ସଂଗଠନର ଅନେକ ସଦସ୍ୟ ମଧ୍ୟ ପାକିସ୍ତାନ ଯାଇଥିବା କୁହାଯାଉଛି।

ଜାତୀୟ ଗଣମାଧ୍ୟମରେ ଏନେଇ ଆହୁରି ଚାଞ୍ଚଲ୍ୟକର ଖୁଲାସା କରାଯାଇଛି। ଆନ୍ଦୋଳରେ କେବଳ ଯେ ଛାତ୍ରମାନେ ସାମିଲ ହୋଇଥିଲେ ତାହା ନୁହେଁ, ସୋଶାଲ ମିଡିଆ ଜରିଆରେ ଏଥିରେ ISI ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ସେମାନେ ବାଂଲାଦେଶ ଛାତ୍ରଙ୍କର ନକଲି ଡିପି ଲଗାଇ ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ସୋଶାଲ ମିଡିଆରେ ହିଂସା ପାଇଁ ପ୍ରବର୍ତ୍ତାଇ ଥିଲେ।

ମୋଟ ଉପରେ କହିବାକୁ ଗଲେ, ଇସଲାମୀ ଛାତ୍ର ଶିବିର ଛାତ୍ରମାନେ ଆଇଏସଆଇର ଫାଶରେ ପଡ଼ିଥିଲେ ଏବଂ ଆନ୍ଦୋଳନକୁ ହିଂସାତ୍ମକ ରୂପ ଦେଇଥିଲା।

ରିପୋର୍ଟ ଅନୁସାରେ, ଛାତ୍ର ରାଜନୀତି ବ୍ୟତୀତ ଏହି ସଂଗଠନ ମଦ୍ରାସା କାର୍ଯ୍ୟକଳାପରେ ମଧ୍ୟ ଅଂଶଗ୍ରହଣ କରିଥାଏ। ନିକଟରେ ଭାରତରେ ଗିରଫ ହୋଇଥିବା ଜେଏମବି ସଦସ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇସଲାମୀ ଛାତ୍ର ଶିବିରର ସଦସ୍ୟ। ଏହି ସଂଗଠନର ମୁଖ୍ୟ ନେତାମାନେ ହେଉଛନ୍ତି ନୁରୁଲ ଇସଲାମ, ବୁଲବୁଲ ମହମ୍ମଦ, ନଜରୁଲ ଇସଲାମ ଏବଂ କମଲ ଅହମ୍ମଦ ସିକଦାର।

ଶେଖ୍ ହସିନା ଦେଶରେ କ୍ରମାଗତ ଚତୁର୍ଥ ତଥା ମୋଟରେ ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ବାଂଲାଦେଶରେ ଚଳିତ ବର୍ଷ ‘ଇଣ୍ଡିଆ ଆଉଟ୍’ କ୍ୟାମ୍ପେନ ଆରମ୍ଭ ହୋଇଥିଲା। ଏହା ମଧ୍ୟ ଇସଲାମୀ ଛାତ୍ର ଶିବିର ଦ୍ୱାରା ପ୍ରବର୍ତ୍ତିତ ହୋଇଥିଲା ବୋଲି ବିଶ୍ୱାସ କରାଯାଉଛି। ସେହିପରି ମାଳଦ୍ୱୀପରେ କରା ଯାଇଥିବା ଏହି କ୍ୟାମ୍ପେନ ପଛରେ ମଧ୍ୟ ପାକିସ୍ତାନ ଏବଂ ISIର ଷଡ଼ଯନ୍ତ୍ର ରହିଛି ବୋଲି ଜାତୀୟ ସ୍ତରୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ISI Bangladesh Violence Bangladesh Protest Reason
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe