Advertisment

Middle East War: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଇରାନରେ ମୃତ୍ୟୁସଂଖ୍ୟା ୧୨୦୦ ପାର୍‌, ଆଉ କେଉଁ ଦେଶରେ କେତେ ଲୋକଙ୍କ ଜୀବନ ଗଲାଣି?

ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଥିବା ଆମେରିକା ସୈନ୍ୟ ଠିକଣାକୁ ଇରାନ କ୍ରମାଗତ ଭାବେ ଟାର୍ଗେଟ କରି ଆସୁଛି। ବାହାରିନ ଠାରୁ ଅଜରବୈଜାନ ଓ ଇରାକ ଠାରୁ ସାଉଦି ଆରବ କେହି ବି ଇରାନ ଆକ୍ରୋଶରୁ ବର୍ତ୍ତି ନାହାନ୍ତି।

author-image
Hemant Lenka
Iran12

ଆକ୍ରମଣ

Middle East War Updates: ଶନିବାର ଠାରୁ ଆରମ୍ଭ ହୋଇଥିବା ମଧ୍ୟପ୍ରାଚ୍ୟ ମହାଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଯାଇ ସାରିଲାଣି। ଶନିବାର ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ହମଲା କରିବାରୁ ରକ୍ତମୁଖା ହୋଇ ଉଠିଛି ତେହରାନ। ବିଶେଷ କରି ଆମେରିକା ଓ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ପରେ ପୂରା ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରି ଦେଇଛି ତେହରାନ।

Advertisment

ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଥିବା ଆମେରିକା ସୈନ୍ୟ ଠିକଣାକୁ ଇରାନ କ୍ରମାଗତ ଭାବେ ଟାର୍ଗେଟ କରି ଆସୁଛି। ବାହାରିନ ଠାରୁ ଅଜରବୈଜାନ ଓ ଇରାକ ଠାରୁ ସାଉଦି ଆରବ କେହି ବି ଇରାନ ଆକ୍ରୋଶରୁ ବର୍ତ୍ତି ନାହାନ୍ତି। ଇରାନ ସମର୍ଥନରେ ଲେବାନନ ଓ ସିରିୟାରେ ଥିବା ବିଦ୍ରୋହୀ ସଂଗଠନ ଗୁଡ଼ିକ ମଧ୍ୟ ଇସ୍ରାଏଲ ଉପରେ ହମଲା କରିବାରୁ ସ୍ଥିତି ଭୟଙ୍କର ରୂପ ଧାରଣ କରିଛି। 

ଏସବୁ ଭିତରେ ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ଯୁଦ୍ଧ ବିଭୀଷିକାରେ ଅନେକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ଲକ୍ଷାଧିକ କୋଟି ଟଙ୍କାର ସମ୍ପତ୍ତି ସ୍ୱହା ହୋଇ ଯାଇଛି। କେବଳ ଇରାନରେ ୧୨୬୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏହା ମଧ୍ୟରେ ଅଛନ୍ତି ୧୭୫ ଜଣ ସ୍କୁଲ ଛାତ୍ରୀ ଓ କର୍ମଚାରୀ।

Advertisment

ଶନିବାର ଆମେରିକା ଓ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ମିନାବ ଅଞ୍ଚଳର ଗୋଟିଏ ସ୍କୁଲ ଧ୍ୱଂସ ହୋଇଯାଇଛି। ଏଥିଯୋଗୁ ଏତେ ସଂଖ୍ୟକ ଛାତ୍ରୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହାସହ ଇରାନର ବିଭିନ୍ନ ସ୍ଥାନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ମୋଟ ୧୨୬୦ ଜଣଙ୍କ ଜୀବନ ଯାଇଛି। କିନ୍ତୁ ଏହି ମୃତକଙ୍କ ମଧ୍ୟରେ ଆଇଆରଜିସିର କେତେ ଜଣ ସଦସ୍ୟ ରହିଛନ୍ତି, ସେକଥା ଜଣାପଡ଼ିନି।

ଇସ୍ରାଏଲରେ ମଧ୍ୟ ୧୧ ଜଣଙ୍କ ମୃତ୍ୟୁ ଇରନୀୟ ମିସାଇଲ ମାଡ଼ରେ ହୋଇଛି। ମାର୍ଚ୍ଚ ୧ରେ ଜେରୁଜେଲମ ନିକଟ ବୈତ ଶେମେଶରେ ହୋଇଥିବା ମିସାଇଲ ଷ୍ଟ୍ରାଇକରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଇସ୍ରାଏଲ ପ୍ରତିରକ୍ଷା ବିଭାଗ କେତେ ଯବାନଙ୍କୁ ବର୍ତ୍ତମାନ ସୁଦ୍ଧା ହରାଇଛି, ସେକଥା କହିନି। 

ଇରାନ ସମର୍ଥିତ ହେଜବୋଲ୍ଲା ସଂଗଠନକୁ ଟାର୍ଗେଟ କରି ଇସ୍ରାଏଲ ପକ୍ଷରୁ ଲେବାନନରେ କରିଥିବା ଆକ୍ରମଣରେ ୭୭ ଜଣଙ୍କ ମୃତ୍ୟୁ ହୋଇଥିବା ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। 

ବାହାରିନର ସଲମାନ ଶିଳ୍ପାଞ୍ଚଳରେ ଗୋଟିଏ ମିସାଇଲକୁ ଏୟାର ଡିଫେନ୍ସ ସିଷ୍ଟମ ଚିହ୍ନଟ କରିଥିଲା। କିନ୍ତୁ ଏହାର ଧ୍ୱଂସାବଶେଷ ସ୍ଥଳ ଭାଗରେ ପଡ଼ିବାରୁ ଜନବସତିରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ଜଣଙ୍କ ମୃତ୍ୟୁ ହୋଇଛି। 

ଇରାନ ପକ୍ଷରୁ କୁଏତରେ କରାଯାଇଥିବା ଆକ୍ରମଣରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ କୁଏତ ସୈନ୍ୟ ବି ରହିଛନ୍ତି।

ମାର୍ଶଲ ଦ୍ୱୀପପୁଞ୍ଜର ପତାକା ଲାଗିଥିବା ଗୋଟିଏ ଜାହାଜକୁ ଓମାନରେ ଡ୍ରୋନ ବୋଟ୍‌ ଦ୍ୱାରା ଟାର୍ଗେଟ କରାଯାଇଥିଲା। ଏଥିରେ ଜଣେ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି।

ୟୁଏଇରେ ଥିବା ଆମେରିକା ବେସକୁ ଟାର୍ଗେଟ କରି ଇରାନ ମିସାଇଲ ଓ ଡ୍ରୋନ ମାଡ଼ କରିଥିଲା। ଅଧିକାଂଶ ମିସାଇଲ ଓ ଡ୍ରୋନକୁ ଆକାଶ ପଥରେ ନଷ୍ଟ କରାଯାଇଥିଲେ ହେଁ ହମଲାରେ ୩ ଜଣ ପ୍ରାଣ ହରାଇଥିବା ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। 

କୁଏତ ସ୍ଥିତ ଆମେରିକା ସେନା ଘାଟିରେ ଇରାନ ମାଡ଼ କରିଥିବା ମିସାଇଲରେ ଆମେରିକା ସେନାର ୬ ଜଣ ସଦସ୍ୟଙ୍କ ଜୀବନ ଯାଇଛି। 

ଗୋଟିଏ ଇରାନୀୟ ମିସାଇଲ ଦକ୍ଷିଣ ସିରିୟାର ଗୋଟିଏ ବିଲଡିଂରେ ମାଡ଼ ହେବାରୁ ୪ ଜଣ ସାଧାରଣ ଲୋକ ଆଖି ବୁଜିଛନ୍ତି। 

ଇରାନରେ ମିସାଇଲ ଆଟାକ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୧୧ ଜଣ ମିଲିସିଆ, ଜଣେ ସୈନ୍ୟ ଓ ଜଣେ ସାଧାରଣ ଲୋକ ରହିଛନ୍ତି। 

ଶ୍ରୀଲଙ୍କା ଉପକୂଳ ଠାରୁ ଦୂର ଭାରତ ମହାସାଗରରେ ଆମେରିକା ବୁଡ଼ାଜାହାଜ କରିଥିବା ହମଲାରେ ଇରାନର ଗୋଟିଏ ଯୁଦ୍ଧତୋପ ବୁଡ଼ି ଯାଇଛି। ଏଥିଯୋଗୁ ଯୁଦ୍ଧ ତୋପରେ ଥିବା ୮୭ ଜଣଙ୍କ ମୃତ୍ୟୁ ଘଟିଛି। 

Middle East war updates