Advertisment

କାହିଁକି ଫେଲ ମାରିଥିଲା ମୋସାଦର ସଦାମ ହତ୍ୟା ଯୋଜନା?

ଗୁରୁବାର ଭୋରରୁ ଇରାନ ପକ୍ଷରୁ ଏକାଧିକ ମିସାଇଲ ଇସ୍ରାଏଲ ଉପରେ ମାଡ଼ କରାଯାଇଛି। ଏହି ମିସାଇଲ ଗୋଟିଏ ହସ୍ପିଟାଲରେ ମାଡ଼ ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ତେଲ ଅଭିଭର ଏକାଧିକ ସ୍ଥାନରେ ନିଆଁ ମଧ୍ୟ ଲାଗି ଯାଇଛି।

sadam

sadam

Advertisment

ଇସ୍ରାଏଲ ଓ ଇରାନ ଲଢ଼େଇ ୭ମ ଦିନରେ ପହଞ୍ଚିଥିବା ବେଳେ ଉଭୟ ଦେଶ କେହି କାହାରିକୁ ଛାଡ଼ିବାକୁ ନାରାଜ। ଗୁରୁବାର ମଧ୍ୟ ଉଭୟ ପରସ୍ପରକୁ ଟାର୍ଗେଟ କରି ମିସାଇଲ ଓ ରକେଟ ମାଡ଼ କରିଛନ୍ତି। ଗୁରୁବାର ଭୋରରୁ ଇରାନ ପକ୍ଷରୁ ଏକାଧିକ ମିସାଇଲ ଇସ୍ରାଏଲ ଉପରେ ମାଡ଼ କରାଯାଇଛି। ଏହି ମିସାଇଲ ଗୋଟିଏ ହସ୍ପିଟାଲରେ ମାଡ଼ ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ତେଲ ଅଭିଭର ଏକାଧିକ ସ୍ଥାନରେ ନିଆଁ ମଧ୍ୟ ଲାଗି ଯାଇଛି।

Advertisment

ଏହାର ଜବାବରେ ଇସ୍ରାଏଲ ପକ୍ଷରୁ ଇରାନର ଅରାକ ହେଭୀ ୱାଟର ରିଆକ୍ଟରକୁ ଧ୍ୱଂସ କରି ଦିଆଯାଇଛି। ଇରାନର ଆଣବିକ ଠିକଣାରେ ଇସ୍ରାଏଲ କରୁଥିବା ହମଲାର ଏହା ଆଉ ଏକ ଝଲକ। ଖାଲି ସେତିକି ନୁହେଁ, ତେହରାନର ଆଉ କିଛି ସ୍ଥାନରେ ମଧ୍ୟ ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଇଛି।

ଏହାକୁ ନେଇ ପୁଣିଥରେ ଅଶାନ୍ତ ହୋଇ ଯାଇଛି ମଧ୍ୟପ୍ରାଚ୍ୟ। ଇସ୍ରାଏଲ ଓ ଆମେରିକା ସିଧାସଳଖ ଇରାନ ଓ ଏହାର ସୁପ୍ରିମ ଲିଡରଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି। ଏହି ଘଟଣା ୧୯୯୦ ଦଶକର ସ୍ମୃତିକୁ ତାଜା କରିଛି। ସେତେବେଳେ ଇସ୍ରାଏଲ ପକ୍ଷରୁ ଇରାକର ଶାସନ ସଦାମ ହୁସେନଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା। ହେଲେ ଇସ୍ରାଏଲ ଏଥିରେ ଫେଲ ମାରିଥିଲା। ଇସ୍ରାଏଲ ସୈନ୍ୟଙ୍କୁ କଫିନରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଏହି ଅପରେସନର ନାଁ ଥିଲା ବ୍ରାମ୍ବେଲ ବୁଶ।

Advertisment

ସଦାମ ହୁସେନଙ୍କୁ ହତ୍ୟା ଯୋଜନା

୧୯୯୧ ଗଲ୍ଫ ଯୁଦ୍ଧ ପରେ ଇସ୍ରାଏଲ ସଦାମ ହୁସେନଙ୍କୁ ଅତ୍ୟନ୍ତ ବିପଦଜନକ ଓ ଅକଳନୀୟ ବିପଦ ଭାବେ ବିବେଚନା କରିଥିଲା। ଯୁଦ୍ଧରେ ସାମିଲ ହୋଇ ନଥିଲେ ହେଁ ଇରାକ ପକ୍ଷରୁ ଇସ୍ରାଏଲ ଉପରେ ମିସାଇଲ ମାଡ଼ କରାଯାଇଥିଲା। ଗୁଇନ୍ଦା ବିଭାଗ ତଥ୍ୟ ଦେଇଥିଲା ଯେ ସଦାମ ସାମୂହିକ ଧ୍ୱଂସଲୀଳା ରଚିବାକୁ ଅସ୍ତ୍ରଶସ୍ତ୍ର ତିଆରିରେ ଲାଗି ପଡ଼ିଛନ୍ତି। ଏହି ଖବର ଇସ୍ରାଏଲର ଚିନ୍ତା ବଢ଼ାଇ ଦେଇଥିଲା। ଏହି ବିପଦର ମୁକାବିଲା କରିବା ପାଇଁ ଇସ୍ରାଏଲର ସାମରିକ ଓ ଗୁଇନ୍ଦା ବିଭାଗ ଗୋଟିଏ ସାଧାରଣ ସଭାରେ ସଦାମ ହୁସେନଙ୍କୁ ମାରିବାକୁ ଯୋଜନା କରିଥିଲା।

ଏହି ପ୍ଲାନର କୋଡ ନାଁ ଥିଲା ଅପରେସନ ବ୍ରାମ୍ବେଲ ବୁଶ। ଇସ୍ରାଏଲର ସବୁଠାରୁ ଘାତ କମାଣ୍ଡୋ ୟୁନିଟ Sayeret Matkalକୁ ଅପରେସନ ପାଇଁ ଦାୟିତ୍ୱ ଦିଆଯାଇଥିଲା। ତିକରିତରେ ଆୟୋଜିତ ଗୋଟିଏ ଶବ ଶୋଭାଯାତ୍ରାରେ ସଦାମ ଯୋଗ ଦେବାକୁ ଥିବା ବେଳେ ଏହି ସମୟରେ ତାଙ୍କୁ ଟାର୍ଗେଟ କରାଯିବ ବୋଲି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ତତକରିତ ହେଉଛି ସଦାମଙ୍କ ହୋମଟାଉନ।

ଶବ ଶୋଭାଯାତ୍ରାରେ ସମୟରେ ସଦାମଙ୍କୁ ମାରିବା ପାଇଁ ଇସ୍ରାଏଲର କମାଣ୍ଡୋମାନେ ଆରବବାସୀଙ୍କ ଭଳି ବେଶଭୂଷା ଧାରଣ କରିବେ। ସେମାନଙ୍କୁ ଶବ ଶୋଭାଯାତ୍ରା ହେଉଥିବା ଅଞ୍ଚଳରେ ଅନୁପ୍ରବେଶ କରି ସଦାମଙ୍କ କନଭୟକୁ କାନ୍ଧରେ ରଖାଯାଇ ମାଡ଼ କରାଯାଉଥିବା ମିସାଇଲକୁ ଲଞ୍ଚ କରିବାର ଥିଲା। ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ସମସ୍ତ ଗୁପ୍ତ ତଥ୍ୟ ଦେବା ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଅପରେସନକୁ ଗ୍ରୀନ ସିଗ୍ନାଲ ଦେଇଥିଲା।

ବିପର୍ଯ୍ୟୟ

୧୯୯୨ ମସିହା ନଭେମ୍ବର ୫ ତାରିଖରେ Sayeret Matkal ଟିମ ନେଗେଭ ଠାରେ ଏକାଠି ହୋଇ ଆକ୍ରମଣର ରିହର୍ସଲ କରିଥିଲା। ସେମାନେ ଆକ୍ରମଣକୁ କେମିତି ଚୂଡ଼ାନ୍ତ ରୂପ ଦେବେ ସେନେଇ ସମାନ୍ତରଳ ଭାବେ ଡମି ସହ ଜୀବନ୍ତ ମିସାଇଲର ବ୍ୟବହାର ମଧ୍ୟ କରିଥିଲେ। ତ୍ରୁଟିର କୌଣସି ସୁଯୋଗ ସେମାନଙ୍କ ପାଖରେ ନଥିଲା। କିନ୍ତୁ ତ୍ରୁଟି ହୋଇଥିଲା। ସମାନ୍ତରଳ ଅଭ୍ୟାସ ବେଳେ ଜଣେ ଅପରେଟିଭ ଭୁଲବଶତଃ ନିଜ ଟିମ ଉପରକୁ ହିଁ ଜୀବନ୍ତ ମିସାଇଲକୁ ମାଡ଼ କରି ଦେଇଥିଲେ।

ଏଥିରେ ୫ ଜଣ ସୈନ୍ୟ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲା। ଏହି ବିପର୍ଯ୍ୟୟ ପରେ ଅପରେସନକୁ ତୁରନ୍ତ ବାତିଲ କରି ଦିଆଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା Tze'elim Bet ବିପର୍ଯ୍ୟୟ ଭାବେ ପରିଚିତ ହୋଇଥିଲା।

ଯୋଜନା, ଯୋଗାଯୋଗ ଓ ରିସ୍କ ଆକଳନରେ ସାଂଘାତିକ ତ୍ରୁଟି ରହିଥିବା ଆଭ୍ୟନ୍ତରୀଣ ତଦନ୍ତରୁ ଜଣାପଡ଼ିଥିଲା। ଦୁଇ ଦିନ ପରେ ଅପରେସନ ବ୍ରାମ୍ବେଲ ବୁଶକୁ ବିଧ୍ୟବଦ୍ଧ ଭାବେ ରଦ୍ଦ କରାଯାଇଥିଲା। ଘଟଣାକୁ କିଛି ବର୍ଷ ଧରି ସମସ୍ତଙ୍କ ଠାରୁ ଲୁଚାଇ ରଖାଯାଇଥିଲା। ସୈନ୍ୟଙ୍କ ମୃତ୍ୟୁ ସମ୍ପର୍କରେ ମଧ୍ୟ ଇସ୍ରାଏଲ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇଥିଲା।

Iran Iraq Saddam Hussein
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe