Advertisment

Blast in Delhi: ଦିଲ୍ଲୀ ବିସ୍ଫୋରଣକୁ କେମିତି ରିପୋର୍ଟ କରିଛି ପାକିସ୍ତାନ ଗଣମାଧ୍ୟମ?

ଲାଲକିଲ୍ଲା ନିକଟରେ ହୋଇଥିବା ଏହି ବିସ୍ଫୋରଣ ଖବରକୁ ପାକିସ୍ତାନୀ ଖବରକାଗଜ ଓ ଟେଲିଭିଜନ ଆଉଟଲେଟ କେମିତି ରିପୋର୍ଟ କରିଛନ୍ତି? ଡନ, ଜିଓ ନ୍ୟୁଜ, ଦ ଏକ୍ସପ୍ରେସ ଟ୍ରିବ୍ୟୁନ, ଦ ନ୍ୟୁଜ ଇଣ୍ଟରନ୍ୟାଶନାଲ ଓ ପାକିସ୍ତାନ ଟୁଡେ ଭଳି ପ୍ରମୁଖ ପାକିସ୍ତାନୀ ପବ୍ଲିକେସନ ବେଶ ଗୁରୁତ୍ୱର ସହ ଖବର ପ୍ରକାଶ କରିଛନ୍ତି।

Blast231

ବିସ୍ଫୋରଣ

Advertisment

ଦେଶକୁ ଦୋହଲାଇ ଦେଇଥିବା ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ(Blast In Delhi) ୧୩ ଜଣଙ୍କ ଜୀବନ ନେଇଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ହୋଇଥିବା ଏହି ବିସ୍ଫୋରଣ ଖବରକୁ ପାକିସ୍ତାନୀ ଖବରକାଗଜ ଓ ଟେଲିଭିଜନ ଆଉଟଲେଟ କେମିତି ରିପୋର୍ଟ କରିଛନ୍ତି, ତା’ ଉପରେ ନଜର ପକାନ୍ତୁ।

Advertisment

ଡନ, ଜିଓ ନ୍ୟୁଜ, ଦ ଏକ୍ସପ୍ରେସ ଟ୍ରିବ୍ୟୁନ, ଦ ନ୍ୟୁଜ ଇଣ୍ଟରନ୍ୟାଶନାଲ ଓ ପାକିସ୍ତାନ ଟୁଡେ ଭଳି ପ୍ରମୁଖ ପାକିସ୍ତାନୀ ପବ୍ଲିକେସନ ବେଶ ଗୁରୁତ୍ୱର ସହ ଖବର ପ୍ରକାଶ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ସେମାନଙ୍କ ଖବରକାଗଜର ପ୍ରଥମ ପୃଷ୍ଠା ଓ ୱେବସାଇଟ୍‌ରେ ଏହାକୁ ବଡ଼ କରି ଛାପିଛନ୍ତି। ଘଟଣାର ତଦନ୍ତ ଭାରତର ଆତଙ୍କବାଦ ନିରୋଧ ଆଇନ ଅନୁସାରେ ହେଉଥିବା ସେମାନେ ଉଲ୍ଲେଖ କରିଛନ୍ତି। 

ଦ ଡନ୍‌ 

ପାକିସ୍ତାନର ଦୈନିକ ଇଂରାଜୀ ଖବରକାଗଜ ଦ ଡନ୍‌ ଖବର ଶୀର୍ଷକ ରଖିଛି ‘କାର ବିସ୍ଫୋରଣର ତଦନ୍ତ ଆତଙ୍କବାଦ ନିରୋଧ ଆଇନରେ ଚାଲିଥିବା ଦିଲ୍ଲୀ ପୁଲିସ୍‌ କହିଛି।” ଭାରତୀୟ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରଣୟନ ହୋଇଥିବା ଆଇନ ଅଧୀନରେ ଘଟଣାର ତଦନ୍ତ ହେଉଛି। ଗୋଟିଏ ଦଶନ୍ଧି ପରେ ଦେଶରେ ଏପରି ବିସ୍ଫୋରଣ ହୋଇଥିବା ବେଳେ ଫରେନ୍ସିକ ଟିମ ପ୍ରମାଣ ସଂଗ୍ରହ କରୁଥିବା ଏହି ଖବରକାଗଜ ଲେଖିଛି। ଏହାପୂର୍ବରୁ ଦ ଡନ୍‌ ତା’ର ୱେବସାଇଟରେ ଲେଖିଥିଲା ଯେ ଦିଲ୍ଲୀର ରେଡ ଫୋର୍ଟ ନିକଟରେ ହୋଇଥିବା ବିସ୍ଫୋରଣରେ ୮ ମୃତ। 

Advertisment

ଜିଓ ନ୍ୟୁଜ

ଜିଓ ନ୍ୟୁଜ ମଧ୍ୟ ସମାନ ଶୀର୍ଷକ ରଖିଛି। ‘ଦିଲ୍ଲୀ କାର ବିସ୍ଫୋରଣର ତଦନ୍ତ ଆତଙ୍କବାଦ ନିରୋଧ ଆଇନ ଅଧୀନରେ ଚାଲିଛି।’ 

ଦ ଏକ୍ସପ୍ରେସ ଟ୍ରିବ୍ୟୁନ 

ଆଉ ଏକ ପ୍ରମୁଖ ପାକିସ୍ତାନୀ ଖବରକାଗଜ ହେଉଛି ଦ ଟ୍ରିବ୍ୟୁନ। ଦିଲ୍ଲୀର ରେଡ ଫୋର୍ଟ ନିକଟରେ ରହସ୍ୟଜନକ କାର ବିସ୍ଫୋରଣ ବୋଲି ଏହି ଖବର କାଗଜ ଉଲ୍ଲେଖ କରିଛି। ବିସ୍ଖୋରଣରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ମୁମ୍ବାଇ ଓ ଉତ୍ତର ପ୍ରଦେଶ ଭଳି ପ୍ରମୁଖ ସ୍ଥାନରେ ହାଲୈଲଟଆ ଜାରି କରାଯାଇଥିବା ଏହି ଖବରକାଜଗ ଲେଖିଛି। 

ଦ ନ୍ୟୁଜ ଇଣ୍ଟରନ୍ୟାଶନାଲ 

ଦିଲ୍ଲୀ କାର ବିସ୍ଫୋରଣର ତଦନ୍ତ ଭାରତ ଆଣ୍ଟି ଟେରର ଲ ଅନୁସାରେ କରୁଥିବା ଦ ନ୍ୟୁଜି ଇଣ୍ଟରନ୍ୟାଶଲ ଖବର ପ୍ରକାଶ କରିଛି। ଦିଲ୍ଲୀରେ ଏପରି ଆକ୍ରମଣ ବିରଳ ହୋଇଥିବାରୁ ଅଧିକାରୀମାନେ ବିଭିନ୍ନ ରାଜ୍ୟରେ ଆଲର୍ଟ ଜାରି କରିଥିବା ଏଥିରେ କୁହାଯାଇଛି। 

ପାକିସ୍ତାନ ଟୁଡେ 

ପାକିସ୍ତାନ ଟୁଡେ ମଧ୍ୟ ବେଶ ପ୍ରମୁଖ ଭାବେ ଏହି ଖବରକୁ ପ୍ରକାଶ କରିଛି। ରେଡ ଫୋର୍ଟ ନିକଟରେ ହୋଇଥିବା ବିସ୍ଫୋରଣରେ ୮ ମୃତ ଓ ୨୦ ଆହତ ବୋଲି ଏଥିରେ ଲେଖାଯାଉଛି। ଏହି ଆଉଟଲେଟ୍‌ ଦିଲ୍ଲୀ ପୁଲିସ୍‌ କମିଶନର ସତୀଶ ଗୋଲଚାଙ୍କ ବୟାନକୁ ରିପୋର୍ଟରେ ସାମିଲ କରିଛି। ବିସ୍ଫୋରଣ ପରେ ଏକାଧିକ କାରରେ ନିଆଁ ଲାଗି ଯାଇଥିଲା ଓ ବିସ୍ଫୋରଣ ହୋଇଥିବା କାରର ମାଲିକ ସଲମାନଙ୍କୁ ଗିରଫ କରାଯାଇଥିବା ପାକିସ୍ତାନ ଟୁଡେ କହିଛି। 

Delhi Blast Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe