Advertisment

Saif Gaddafi: କେମିତି ଘର ଭିତରେ ପଶି ଗଦ୍ଦାଫିଙ୍କ ପୁଅଙ୍କୁ କରାଗଲା ହତ୍ୟା?

ଫେସବୁକ ପୋଷ୍ଟରେ ସୈଫ ଗଦ୍ଦାଫିଙ୍କ ରାଜନୀତିକ ପରାମର୍ଶଦାତା ଭାବେ ୨୦୨୦-୨୦୨୧ ଯାଏ କାର୍ଯ୍ୟ କରିଥିବା ଅବଦୁଲ୍ଲା ଓଥମାନ ହତ୍ୟାକାଣ୍ଡକୁ ନିଶ୍ଚିତ କରିଛନ୍ତି। ୨୦୧୧ରେ ନାଟୋର କାର୍ଯ୍ୟାନୁଷ୍ଠାନ ଯୋଗୁ ତାଙ୍କ ବାପାଙ୍କ ଶାସନ ଧରାଶାୟୀ ହୋଇଥିଲା।

author-image
Hemant Lenka
saif

ସୈଫ ଗଦ୍ଦାଫି

ଲିବିୟା(Libya)ର ଦିବଂଗତ ଏକଛତ୍ରବାଦୀ ଶାସକ ମୋମ୍ମାର ଗଦ୍ଦାଫିଙ୍କ ପୁଅ ସୈଫ ଅଲ ଇସଲାମ ଗଦ୍ଦାଫିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ କରାଯାଇଛି ହତ୍ୟା। ୪ ଜଣ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ୫୩ ବର୍ଷୀୟ ସୈଫ ଲିବିୟାର ରାଜଧାନୀ ଟ୍ରିପୋଲି ଠାରୁ ଜିନ୍ତାନ ସହରର ଘରେ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। 

Advertisment

ମଙ୍ଗଳବାର ରାତିରେ ୪ ଦୁର୍ବୃତ୍ତ ଜିନ୍ତାନ ସ୍ଥିତ ସୈଫଙ୍କ ଘରେ ପ୍ରବେଶ କରିଥିଲେ। ଏହାପରେ ତାଙ୍କୁ ବଗିଚାରେ ଗୁଳି କରି ‍ଫେରାର ହୋଇଯାଇଥିଲେ। ବନ୍ଧୁକଧାରୀମାନେ ପ୍ରଥମେ ଗଦ୍ଦାଫିଙ୍କ ଘରେ ଲାଗିଥିବା ସୁରକ୍ଷା କ୍ୟାମେରାକୁ ନିଷ୍କ୍ରିୟ କରିଥିଲେ। ଏହାପରେ ଗଦ୍ଦାଫିଙ୍କ ସହ ମାରପିଟ କରିବା ପରେ ଗୁଳି ମାରିଥିଲେ। ସ୍ଥାନୀୟ ସମୟ ରାତି ୨.୩୦ରେ ପୂରା ଘଟଣା ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି। 

କେଉଁ ପରିସ୍ଥିତିରେ ଜୁନିୟର ଗଦ୍ଦାଫିଙ୍କ ଜୀବନ ଗଲା, ସେବିଷୟରେ କୌଣସି ସୂଚନା ମିଳିନି। କିନ୍ତୁ ତାଙ୍କ ଘନିଷ୍ଠ ଥିବା ଲୋକମାନେ ଏହାକୁ ଗୋଟିଏ ହତ୍ୟାକାଣ୍ଡ ବୋଲି କହିଛନ୍ତି। ତେବେ ଘଟଣା ବେଳେ ଗଦ୍ଦାଫିଙ୍କ ଘରେ କେଉଁମାନେ ଉପସ୍ଥିତ ଥିଲେ, ସେକଥା ସ୍ପଷ୍ଟ ହୋଇନାହିଁ। ସେହିପରି ପରିବାର ଲୋକମାନେ ମଧ୍ୟ ଘଟଣା ସମ୍ପର୍କରେ କୌଣସି ପ୍ରକାରର ପ୍ରତିୟକ୍ରିୟା ଦେଇ ନାହାନ୍ତି। 

Advertisment

ଫେସବୁକ ପୋଷ୍ଟରେ ସୈଫ ଗଦ୍ଦାଫିଙ୍କ ରାଜନୀତିକ ପରାମର୍ଶଦାତା ଭାବେ ୨୦୨୦-୨୦୨୧ ଯାଏ କାର୍ଯ୍ୟ କରିଥିବା ଅବଦୁଲ୍ଲା ଓଥମାନ ହତ୍ୟାକାଣ୍ଡକୁ ନିଶ୍ଚିତ କରିଛନ୍ତି। ୨୦୧୧ରେ ନାଟୋର କାର୍ଯ୍ୟାନୁଷ୍ଠାନ ଯୋଗୁ ତାଙ୍କ ବାପାଙ୍କ ଶାସନ ଧରାଶାୟୀ ହୋଇଥିଲା।

ସେ ଯାଏ ସୈଫ ଅଲ ଇସଲାମ ଦେଶର ଜଣେ ଚର୍ଚ୍ଚିତ ରାଜନେତା ଭାବେ କାର୍ଯ୍ୟ କରୁଥିଲେ। ବାପାଙ୍କ ମୃତ୍ୟୁ ପରେ ବି ସେ ନିଜର ରାଜନୀତିକ ଦଳକୁ ଆଗକୁ ନେଇଥିଲେ।

ହେଲେ ୨୦୨୧ ପରେ ତାଙ୍କ ରାଜନୀତିକ ଦଳ ଏକପ୍ରକାରର ପରିଚୟ ହରାଇଥିଲା। ଏବେ ୫୩ ବର୍ଷୀୟ ସୈଫ ଗଦ୍ଦାଫିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଏହା ରାଜନୀତିକ ଶତ୍ରୁତା ନା ବ୍ୟକ୍ତିଗତ କାରଣରୁ ହୋଇଛି, ସେକଥା ମଧ୍ୟ ସ୍ପଷ୍ଟ ହୋଇନାହିଁ। 

Libya