Advertisment

ପାକିସ୍ତାନରେ ପୁଣି ଥରେ ବଡ଼ଧରଣର ବିସ୍ଫୋରଣ, ଏକାଧିକ ଆହତ

ଏଥିରେ ୫ ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି।

Blast Spot

Blast Spot

Advertisment

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର କ୍ୱେଟାରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନୀ ନ୍ୟୁଜ୍ ସାଇଟ୍ ଡନ୍ ଡଟ୍ କମ୍ ଅନୁଯାୟୀ, ରବିବାର ସକାଳେ ଏଫ୍ସି ମୁସା ଚେକପଏଣ୍ଟ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ୫ ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୱେଟା ପୁଲିସ ମୁଖ୍ୟାଳୟ ଏବଂ କ୍ୱେଟା କ୍ୟାଣ୍ଟନମେଣ୍ଟ ପ୍ରବେଶ ଦ୍ୱାର ନିକଟରେ ଏକ ସୁରକ୍ଷିତ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏହି ଘଟଣାର ଭିଡିଓ ଫୁଟେଜ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ତେବେ ପ୍ରକୃତ ଆହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ଉକ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଉଥିବା ଏଡି କର୍ମୀ ଜିଶାନ ଅହମ୍ମଦ କହିଛନ୍ତି ଯେ, ଆହତମାନଙ୍କୁ କ୍ୱେଟା ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେ କହିଛନ୍ତି ପୁଲିସ ଏବଂ ଜରୁରୀକାଳୀନ ଟିମ୍‌ ଉକ୍ତ ସ୍ଥାନରେ ପହଞ୍ଚି ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ପ୍ରଧାନମନ୍ତ୍ରୀ ଶେହବାଜ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଗତ ଜାନୁଆରୀ ୩୧ ତାରିଖରେ ପାକିସ୍ତାନର ପେଶାୱାର ସ୍ଥିତ ଏକ ମସଜିଦରେ ଆଜି ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଉକ୍ତ ଆକ୍ରମଣରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ପେଶାୱାର ସହରର ପୁଲିସ ଲାଇନ ଅଞ୍ଚଳରେ ଥିବା ମସଜିଦରେ ଏହି ଭୟଙ୍କର ଆକ୍ରମଣ ହୋଇଥିଲା । ଟିଟିପି (ତେହରିକ ଆଇ ତାଲିବାନ ପାକିସ୍ତାନ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ବିସ୍ଫୋରଣ ସମୟ‌ରେ ଅଞ୍ଚଳରେ ୩୦୦ରୁ ୪୦୦ ପୁଲିସ ଉପସ୍ଥିତ ଥିଲେ।

Advertisment
Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe