Advertisment

ଦୋଷୀକୁ ରାଜକ୍ଷମା ଦେବାରୁ ବିରୋଧ; ପଦରୁ ଇସ୍ତଫା ଦେଲେ ହଙ୍ଗେରୀ ରାଷ୍ଟ୍ରପତି

ଶିଶୁ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡାଦେଶକୁ ରାଜକ୍ଷମା ଦେଇ ପଦ ହରାଇଛନ୍ତି ହଙ୍ଗେରୀ ରାଷ୍ଟ୍ରପତି କାଟାଲିନ ନୋଭାକ।

author-image
Debibandita Barick
Katalin Novak

Katalin Novak

ହଙ୍ଗେରୀର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ପଦ ଅଳଙ୍କୃତ କରିଥିବା କାଟାଲିନ ନୋଭାକ ଇସ୍ତଫା ଦେଇଛନ୍ତି। ଗତକାଲି ସେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ଶିଶୁ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡାଦେଶକୁ ରାଜକ୍ଷମା ଦେଇଥିଲେ ରାଷ୍ଟ୍ରପକି ନୋଭାକ। ତାଙ୍କର ଏହି ନିଷ୍ପତ୍ତି ପରେ ସମଗ୍ର ଦେଶରେ ତାଙ୍କୁ ବିରୋଧ କରାଯାଇଥିଲା। ଏହାପରେ ସେ ଇସ୍ତଫା ଘୋଷଣା କରିଛନ୍ତି। 

Advertisment

ଏନେଇ ସେ ଏକ ଭିଡିଓ ଜାରି କରି କହିଛନ୍ତି, 'ମୁଁ ଏକ ଭୁଲ କରିଛି। ଏହି କାରଣରୁ ମୁଁ ମୋର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମୋର ନିଷ୍ପତ୍ତି କାରଣରୁ ଆଘାତ ପାଇଥିବା ପ୍ରତିଟି ବ୍ୟକ୍ତିଙ୍କୁ ମୁଁ କ୍ଷମା ମାଗୁଛି। ମୁଁ ସର୍ବଦା ଶିଶୁ ଏବଂ ପରିବାରର ସୁରକ୍ଷା ସପକ୍ଷରେ ଅଛି ଏବଂ ରହିବି।' 

ସୂଚନା ଅନୁସାରେ, ଏକ ସରକାରୀ ଶିଶୁ ଗୃହର ପୂର୍ବତନ ଡେପୁଟି ଡାଇରେକ୍ଟରଙ୍କ ଦଣ୍ଡକୁ ରାଜକ୍ଷମା ଦେଇଥିଲେ କାଟାଲିନ। ପୂର୍ବତନ ଡେପୁଟି ଡାଇରେକ୍ଟର ତାଙ୍କ ମାଲିକ ପିଲାମାନଙ୍କୁ ଦେଇଥିବା ଯୌନ ନିର୍ଯାତନା ଘଟଣାର ପ୍ରମାଣ ଲୁଚାଇଥିବା ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ସେ ଅଭିଯୋଗ ପ୍ରତ୍ୟାହାର ପାଇଁ ପୀଡିତାଙ୍କ ଉପରେ ଚାପ ମଧ୍ୟ ପକାଇଥିଲେ। ଏହି ଅପରାଧରେ ଡେପୁଟି ଡାଇରେକ୍ଟରଙ୍କୁ 3 ବର୍ଷରୁ ଅଧିକ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Advertisment

ଏହାପରେ ସେ ରାଜକ୍ଷମା ପାଇଁ ଆବେଦନ କରିଥିଲେ। ଆଉ ରାଷ୍ଟ୍ରପତି ଥିବା କାଟାଲିନ ମଧ୍ୟ ତାଙ୍କୁ ରାଜକ୍ଷମା ଦେଇ ଦେଇଥିଲେ, ଯାହାକୁ ନେଇ ବିରୋଧୀ ଦଳଠୁ ଜନ ସାଧାରଣ କ୍ୟାଟଲିନଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ। ଶେଷରେ ତାଙ୍କୁ ରାଷ୍ଟପ୍ରତି ପଦରୁ ଇସ୍ତଫା ଦେବାକୁ ପଡିଛି।2022ରେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ କ୍ୟାଟଲିନ। ସେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଏହି ପଦ ଅଳଙ୍କୃତ କରିଥିଲେ।