Advertisment

ସ୍ଥଳ ଭାଗ ଛୁଇଁ ତାଣ୍ଡବ ରଚିଲା ‘ମିଲଟନ’, ଗଲାଣି ୪ ଜୀବନ

ଟାମ୍ପା ବେ ମେଟ୍ରୋପଲିଟାଣ୍ଟ ଅଞ୍ଚଳରେ ଯଦିଓ ବନ୍ୟା ହୋଇ ନାହିଁ। ତଥାପି ସେଠାରେ ୩୦ ଲକ୍ଷରୁ ଅଧିକ ଲୋକ ବିଦ୍ୟୁତ କାଟ ଯୋଗୁ ଅନ୍ଧାରରେ ରହିଛନ୍ତି।

Milton

Milton

Advertisment

ଆମେରିକାର ପଶ୍ଚିମ ଉପକୂଳରେ ସ୍ଥଳ ଭାଗ ଛୁଇଁ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ମିଲଟନ। ଏଥିଯୋଗୁ ବଡ଼ଧରଣର ବିଦ୍ୟୁତ ବିଭ୍ରାଟ ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ମିଲଟନ ତାଣ୍ଡବ ଯୋଗୁ ୪ ଜଣଙ୍କ ଜୀବନ ଯାଇଛି।

Advertisment

ଟାମ୍ପା ବେ ମେଟ୍ରୋପଲିଟାଣ୍ଟ ଅଞ୍ଚଳରେ ଯଦିଓ ବନ୍ୟା ହୋଇ ନାହିଁ। ତଥାପି ସେଠାରେ ୩୦ ଲକ୍ଷରୁ ଅଧିକ ଲୋକ ବିଦ୍ୟୁତ କାଟ ଯୋଗୁ ଅନ୍ଧାରରେ ରହିଛନ୍ତି। କ୍ୟାଟାଗୋରୀ-୩ ସ୍ତରର ବାତ୍ୟା ସେଣ୍ଟ ଲୁସ କାଉଣ୍ଟୀରେ ୪ ଜଣଙ୍କ ଜୀବନ ନେଇଛି। ସେହିପରି ଅନେକ ଘରକୁ ଭାଙ୍ଗି ଦେଇଛି ମିଲଟନ।

ବୁଧବାର ରାତିରେ ବାତ୍ୟା ମିଲଟନ ଫ୍ଲୋରିଡାକୁ ହିଟ କରିଥିଲା। ଏଥିଯୋଗୁ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୨୦୫ କିମି ବେଗରେ ପବନ ବହିଥିଲା। ପୂର୍ବରୁ ଫ୍ଲୋରିଡାରେ ମିଲଟନ କ୍ୟାଟାଗୋରୀ ୫ ସ୍ତରର ରୂପ ନେଇ ହିଟ କରିବ ବୋଲି କୁହାଯାଉଥିଲା। କିନ୍ତୁ ସ୍ଥିତି ସେତେ ଭୟଙ୍କର ହୋଇନାହିଁ। ମିଲଟନ ଗଲ୍ଫ ଅଫ ମେକ୍ସିକୋ ଦେଇ ଚାଲି ଯାଇଛି।

Advertisment

ସିଏନଏନ ରିପୋର୍ଟ ଅନୁସାରେ, ବାତ୍ୟା ମିଲଟନ ସେଣ୍ଟ ଲୁସ କାଉଣ୍ଟରୀରେ ଥିବା ଗୋଟିଲ ଅବସରକାଳୀନ କମ୍ୟୁନିଟୀ ଘରକୁ ଛିନଛତ୍ର କରି ଦେଇଥିଲା। ଏଥିଯୋଗୁ ସେଠାରେ ଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସକାଳ ସୁଦ୍ଧା ବାତ୍ୟା ଫ୍ଲୋରିଡା ଆଣ୍ଟଲାଟିକ ଉପକୂଳରୁ ଦୂରକୁ ଚାଲି ଯାଇଛି। ଏହାଦ୍ୱାରା ଉପକୂଳର ପୂର୍ବ ପାଦଦେଶରେ ରହୁଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।

ଫ୍ଲୋରିଡା ଗଭର୍ଣ୍ଣର କହିଛନ୍ତି ଯେ ଟାମ୍ପା ବେରେ ବ୍ୟାପକ କ୍ଷୟକ୍ଷତି ହୋଇନାହିଁ। ବିପଦ ଘେରରେ ୩୦ ଲକ୍ଷ ଲୋକ ରହିଥିଲେ। କିନ୍ତୁ ସହରରେ ବେଶୀ କ୍ଷତି ହୋଇନାହିଁ। ତଥାପି ୩୦ ଲକ୍ଷ ଲୋକ ପାୱର କଟ ଯୋଗୁ ଅନ୍ଧାରରେ ରହିଛନ୍ତି।

ସରକାରୀ ସୂଚନା ଅନୁଯାୟୀ, ବାତ୍ୟା ମିଲଟନ ଅନେକ କାଉଣ୍ଟୀରେ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଛି। ୧୨୫ଟି ଘର ଭାଙ୍ଗି ଯାଇଛି। ୩୦ ଲକ୍ଷରୁ ଅଧିକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବିଜୁଳି ସେବା ବନ୍ଦ ହୋଇଯାଇଛି। ସେହିପରି ବିମାନ ସେବା ଗଭୀର ଭାବେ ପ୍ରଭାବିତ ହୋଇଛି। ୨ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି ।

USA Cyclone Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe