Advertisment

୧୨୦୦ ଡଲାର ଦିଅ, ନହେଲେ ପୁଅର କିଡନୀ କାଢ଼ି ଦେବୁ...

ଆମେରିକାରେ ପଢ଼ୁଥିବା ହାଇଦ୍ରାବାଦର ଜଣେ ୨୫ ବର୍ଷୀୟ ଛାତ୍ର ଗତ ଦୁଇ ସପ୍ତାହ ହେଲା ନିଖୋଜ ଅଛନ୍ତି।

author-image
Madhupriya Mistry
Indian Missing Student in US

Indian Missing Student in US

'୧୨୦୦ ଡଲାର ଦିଅ, ନହେଲେ ପୁଅର କିଡନୀ କାଢ଼ି ଦେବୁ। କିଡନୀ ବାହାର କରି ବିକ୍ରି କରି ଦେବୁ।' ଏଭଳି କିଛି ଫୋନ୍‌ କଲ୍ ଅସିଛି ଆମେରିକାରେ ପାଠ ପଢ଼ିବାକୁ ଯାଇଥିବା ହାଇଦ୍ରାବାର ଜଣେ ଛାତ୍ରଙ୍କ ବାପା-ମା'ଙ୍କୁ।

Advertisment

ଆମେରିକାରେ ପଢ଼ୁଥିବା ହାଇଦ୍ରାବାଦର ଜଣେ ୨୫ ବର୍ଷୀୟ ଛାତ୍ର ଗତ ଦୁଇ ସପ୍ତାହ ହେଲା ନିଖୋଜ ଅଛନ୍ତି। ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅପହରଣକାରୀଙ୍କ ତରଫରୁ ଟଙ୍କା ପାଇଁ ତାଙ୍କ ବାପା ମା'ଙ୍କ ପାଖକୁ ଫୋନ୍‌ କଲ୍‌ ମଧ୍ୟ ଅସିଛି। ପୁଅର ମୁଣ୍ଡ ଜାମିନ ବାବଦକୁ ଅପହରଣକର୍ତ୍ତାମାନେ ୧୨୦୦ ଡଲାର ତଥା ୯୯ ହଜାର ଟଙ୍କା ମାଗିଛନ୍ତି। କେବଳ ସେତିକି ନୁହେଁ ଟଙ୍କା ନଦେଲେ ପୁଅର କିଡନୀ କାଢ଼ି ବିକ୍ରି କରିଦେବୁ ବୋଲି ସେମାନେ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି।

ଗତ ବର୍ଷ ମେ' ମାସରେ ହାଇଦ୍ରାବାର ଅବଦୁଲ ମହମ୍ମଦ ଓହିଓର କ୍ଲିବଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରେ ଇନ୍‌ଫରମେସନ ଟେକ୍ନୋଲଜୀରେ ମାଷ୍ଟର ଡିଗ୍ରୀ ହାସଲ କରିବା ପାଇଁ ଆମେରିକା ଆସିଥିଲେ। ତେବେ ମାର୍ଚ୍ଚ ୭ ତାରିଖ ପରଠାରୁ ତାଙ୍କ ସହ ଆଉ କୌଣସି ଯୋଗଯୋଗ ହୋଇପାରି ନଥିବା ପରିବାର ଲୋକେ କହିଛନ୍ତି।

Advertisment

ଅବଦୁଲଙ୍କ ବାପା ମହମ୍ମଦ ସଲିମଙ୍କ ପାଖକୁ ଗତ ସପ୍ତାହରେ ଏକ ଅଜ୍ଞାତ ଫୋନ୍‌ କଲ୍‌ ଆସିଥିଲା। ପୁଅକୁ କ୍ଲିଭଲ୍ୟାଣ୍ଡରେ ଡ୍ରଗ୍ସ ବିକ୍ରେତାଙ୍କ ଦ୍ୱାରା ଅପହରଣ କରାଯାଇଥିବା ନେଇ ତାଙ୍କ ବାପାଙ୍କୁ ସୂଚନା ଦିଆଯାଇଥିଲା। ଏଥିସହ ଫୋନ୍‌ କରିଥିବା ଅଜ୍ଞାତ ବ୍ୟକ୍ତିମାନେ ପୁଅ ବଦଳରେ ତାଙ୍କୁ ୧୨୦୦ ଡଲାର ଦେବାକୁ ଦାବି କରିଥିଲେ। ତେବେ କେଉଁଠିକୁ ଓ କିଭଳି ଟଙ୍କା ପଠାଯିବ ତାହା ଜଣାଇ ନଥିଲେ। ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କ ପୁଅର କିଡନୀ କାଢ଼ି ବିକ୍ରି କରିଦେବାକୁ ଧମକ ଦେଇଥିଲେ।

ଅପହରଣକାରୀଙ୍କ ଫୋନ୍‌ ଆସିବା ପରେ ଅବଦୁଲଙ୍କ ବାପା-ମା' ଆମେରିକାରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଏନେଇ ସୂଚନା ଦେଇଥିଲେ। ଏହାପରେ ସେମାନେ କ୍ଲିବଲ୍ୟାଣ୍ଡ ପୁଲିସରେ ଅବଦୁଲ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଅବଦୁଲଙ୍କ ତଲାସୀ ଜାରି ରଖିଛି। ସେପଟେ ପରିବାର ଲୋକେ ପୁଅର ପତା ଲଗାଇବା ପାଇଁ ଚିକାଗୋରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଚିଠି ଲେଖି ଅନୁରୋଧ କରିଛନ୍ତି।

Hyderabad Indian Student In US Indian Student Missing In US