Advertisment

ସୁଦାନ ହିଂସା: ଫସି ରହିଥିବା ଭାରତୀୟଙ୍କୁ ଆଣିବାକୁ ପହଞ୍ଚିଛି ବୟୁସେନା ବିମାନ ଓ ନାଭି ଯୁଦ୍ଧ ଜାହାଜ

ଅଭ୍ୟନ୍ତରୀଣ ହିଂସା ଓ ଯୁଦ୍ଧର ଘନଘଟା ଭିତରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

violence-hit Sudan

violence-hit Sudan

Advertisment

ଅଶାନ୍ତ ହୋଇ ପଡ଼ିଛି ସୁଦାନ। ଅଭ୍ୟନ୍ତରୀଣ ହିଂସା ଓ ଯୁଦ୍ଧର ଘନଘଟା ଭିତରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଭାରତୀୟଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସୁଦାନ ସମୁଦ୍ର ସୀମାରେ ସି-୧୩୦ଜେ ଯୁଦ୍ଧବିମାନ ସାଙ୍ଗକୁ ଜଳସେନା ଯୁଦ୍ଧ ଜାହାଜ ପ୍ରସ୍ତୁତ ରହିଛି। ବିକଳ୍ପ ଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ଭାରତ ପକ୍ଷରୁ ସୁଦାନର ଜେଡ୍ଡାରେ ସି-୧୩୦ଜେ ଯୁଦ୍ଧ ବିମାନ ଅପେକ୍ଷା କରିଥିବା ବେଳେ ଆଇଏନ୍‌ଏସ୍ ସୁମେଧା ସୁଦାନ ବନ୍ଦରରେ ପହଞ୍ଚିଛି।

Advertisment

ଉଦ୍ଧାରକାର୍ଯ୍ୟ ଠିକ୍ ଭାବେ କରିବା ପାଇଁ ସୁଦାନ ସରକାର ତଥା ବୈଦେଶୀକ ମନ୍ତ୍ରଣାଳୟ ସହ ନିୟମିତ ଯୋଗସୂତ୍ର ରଖାଯାଇଛି। ଏହାଛଡ଼ା ୟୁଏନ୍‌, ସାଉଦି ଆରବ, ୟୁଏଇ, ଇଜିପ୍ଟ,, ୟୁଏସ୍‌ ସହ ମଧ୍ୟ ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ ଏନେଇ ଯୋଗସୂତ୍ରରୁ ରଖିଛି।

ସୂଚନା ଥାଉକି, ଶାସନ କ୍ଷମତା ଅକ୍ତିଆର କରିବାକୁ ନେଇ ସୁଦାନରେ ମୁହାଁମୁହିଁ ହୋଇଛନ୍ତି ସେନା ଓ ଅର୍ଦ୍ଧ ସାମରିକ ବାହିନୀ। କ୍ଷମତାକୁ ଅକ୍ତିଆର କରିବାକୁ ଆର୍ମି ଚିଫ୍ ଅବଦେଲ ଫତେହ ଅଲ-ବୁରହାନ ଏବଂ ତାଙ୍କ ଡେପୁଟି ଚିଫ୍ ତଥା ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ର ପ୍ରମୁଖ ଜେନେରାଲ ମହମ୍ମଦ ହାମଦାନ ଦାଗଲୋଙ୍କ ମଧ୍ୟରେ ପ୍ରାୟ ସପ୍ତାହେ ହେଲା କ୍ଷମତା ଦଖଲ କରିବାକୁ ଏହି ହିଂସାକାଣ୍ଡ ଚାଲିଛି।

Advertisment

ଏହି ସଂଘର୍ଷରେ ପ୍ରାୟ ୨ଶହ ଲୋକଙ୍କ ମୃତ୍ୟୁ ହୋଇ ସାରିଲେଣି। ଯୁଦ୍ଧ ଲାଗି ରହିଥିବା ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକ ଖାଦ୍ୟ, ପାନୀୟ, ଔଷଧ ପ୍ରଭୃତି ଜରୁରୀ ସାମଗ୍ରୀ ପାଉନାହାନ୍ତି। ବିଦ୍ୟୁତ୍ ସେବା ବନ୍ଦ ହୋଇଯାଇଛି। ଯୋଗାଯୋଗାରେ ବ୍ୟାଘତ ସୃଷ୍ଟି ହୋଇଛି। ଲୋକେ ଘରେ ବନ୍ଦି ଭଳି ଜୀବନ କଟାଉଛନ୍ତି। ପରିସ୍ଥିତି ଅଣାୟତ ହୋଇଥିବାରୁ ସୁଦାନ ବିମାନବନ୍ଦରରୁ ବିଦେଶୀ ବିମାନ ଚଳାଚଳ ବନ୍ଦ ହୋଇଯାଇଛି। ଏହା ଭିତରେ ସୁଦାନର ରାଜଧାନୀରେ ରହୁଥିବା ପ୍ରାୟ ୪ ହଜାର ଭାରତୀୟଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଛି।

Sudan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe