Advertisment

Donald Trump: ନିର୍ଦ୍ଦୟ ଆମେରିକା! ୫ ବର୍ଷର ପିଲାକୁ ଅଟକ କେନ୍ଦ୍ରରେ ଭର୍ତ୍ତି କଲା

ଅଟକ କେନ୍ଦ୍ରରେ ୫ ବର୍ଷୀୟ ଲିଆମକୁ ସଶସ୍ତ୍ର ଅଧିକାରୀମାନେ ଧରି ରଖିଛନ୍ତି। ଲିଆମ ବ୍ଲୁ ଟୋପି ଓ ଗୋଟିଏ ସ୍ପାଇଡର ମ୍ୟାନ ବ୍ୟାଗ ପକାଇଛନ୍ତି। ସମସ୍ତଙ୍କୁ ଦେଖି ସେ ଭୟରେ କେବଳ ଥରୁଛନ୍ତି।

USA

ଅଟକ ଥିବା ପିଲା

Advertisment

ମାତ୍ର କିଛି ସମୟ ପୂର୍ବରୁ ପ୍ରିସ୍କୁଲରୁ ୫ ବର୍ଷର ପିଲାଟି ଘରକୁ ଆସିଥିଲା। ହେଲେ ତା’କୁ ଆଇସିଇ ଏଜେଣ୍ଟମାନେ ବୟସ୍କ ଓ ଯୁବକଙ୍କ ଭଳି ମିନ୍ନେସୋଟାରୁ ଟେକି ନେଇ ଅଟକ କେନ୍ଦ୍ରକୁ ନେଇ ଯାଇଛନ୍ତି। ଛୋଟ ପିଲାଟି ଠିକ ଭାବେ କଥା କହି ପାରୁ ନଥିଲେ ହେଁ ତା’ ଚାରିପାଖରେ ରହିଛନ୍ତି ମୁଖାପିନ୍ଧା ବନ୍ଧୁକଧାରୀ।

Advertisment

ପିଲାଟି ଇକ୍ୟୁଏଡରର ହୋଇଥିବାରୁ ଆମେରିକାରେ ତା’କୁ ଗୋଟିଏ ନିର୍ଦ୍ଦିୟ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ଇମିଗ୍ରେସନ ବିରୋଧୀ ଅଭିଯାନ ଆରମ୍ଭ କରିଥିବାରୁ ଏପରି ଘଟଣା ଦେଖିବାକୁ ମିଳିଛି। 

ଅଟକ ଥିବା ୪ ଜଣ ନାବାଳକଙ୍କ ମଧ୍ୟରେ ୫ ବର୍ଷୀୟ ଲିଆମ କୋନେଜୋ ରାମୋସ ବି ରହିଛନ୍ତି। ଏହାବାଦ ବାକି ୩ ଅଟକଙ୍କ ମଧ୍ୟରେ ୨ ଜଣଙ୍କ ବୟସ ୧୭ ଓ ଜଣଙ୍କ ବୟସ ୧୦। ରାମମୋସ ପରିବାର ପ୍ରତିନିଧିତ୍ୱ କରୁଥିବା ମାର୍କ ପ୍ରୋକୋସ୍କ କହିଛନ୍ତି ଯେ ଲିଆମ ଓ ତାଙ୍କ ବାପା ଆଇନଗତ ଆଶ୍ରୟ ଆବେଦନ ଜରିଆରେ ଆମେରିକାରେ ରହିଛନ୍ତି। ହେଲେ ସେମାନଙ୍କୁ ଟେକ୍ସାସର ଡିଲ୍ଲୀ ଅଟକ କେନ୍ଦ୍ରକୁ ଉଠାଇ ନିଆଯାଇଛି। 

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଜୁଆଲ ଦେଖିବାକୁ ମିଳୁଛି ଯେ ଅଟକ କେନ୍ଦ୍ରରେ ୫ ବର୍ଷୀୟ ଲିଆମକୁ ସଶସ୍ତ୍ର ଅଧିକାରୀମାନେ ଧରି ରଖିଛନ୍ତି। ଲିଆମ ବ୍ଲୁ ଟୋପି ଓ ଗୋଟିଏ ସ୍ପାଇଡର ମ୍ୟାନ ବ୍ୟାଗ ପକାଇଛନ୍ତି। ସମସ୍ତଙ୍କୁ ଦେଖି ସେ ଭୟରେ କେବଳ ଥରୁଛନ୍ତି। ମଙ୍ଗଳବାର ସେ ବାପାଙ୍କ ସହ ସ୍କୁଲରୁ ଘରକୁ ଫେରିବା ମାତ୍ରେ ମୁଖାଧାରୀ ଆଇସିଇ ଏଜେଣ୍ଟମାନେ ପ୍ରଥମେ ତାଙ୍କ ବାପାଙ୍କୁ ଉଠାଇ ନେଇଥିଲେ। ଏହାପରେ ତାଙ୍କୁ ଅଟକ ରଖାଯାଇଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି। 

ସେମାନଙ୍କ କହିବା କଥା ଯେ ଏଜେଣ୍ଟମାନେ ଜଣେ ୫ ବର୍ଷର ପିଲାକୁ ଅଟକ ରଖିବା ସହ ତା’କୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ପିଲା ଜରିଆରେ ଘର ଭିତରେ ଥିବା ତା’ ମା’ଙ୍କୁ ସେମାନେ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ। Columbia Heights school board ଅଧ୍ୟକ୍ଷ ମାରୀ ଗ୍ରାନଲୁଣ୍ଡ କହିଛନ୍ତି ଯେ ଅଟକରୁ ବର୍ତ୍ତିବା ପାଇଁ ଲିଆଙ୍କ ବାପା ତାଙ୍କ ପତ୍ନୀଙ୍କୁ ଘରୁ ନ ବାହାରିବାକୁ କହିଥିଲେ।

ସ୍କୁଲ କର୍ତ୍ତୃପକ୍ଷ, ରାମୋସ ପରିବାରର ଜଣେ ପ୍ରାପ୍ତ ବୟସ୍କ ଓ ସମସ୍ତ ପଡ଼ୋଶୀମାନେ ପିଲାଟିକୁ ନେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଆଇସିଇ ଅଧିକାରୀମାନେ କିଛି ବି ଶୁଣି ନଥିଲେ। 

ଅନ୍ୟପକ୍ଷରେ ଆଇସିଇ ଏଜେଣ୍ଟମାନେ ଛୋଟ ପିଲାଟିକୁ ଟାର୍ଗେଟ କରିଥିବା କଥାକୁ ଖଣ୍ଡନ କରିଛି ହୋମଲାଣ୍ଡ ସିକ୍ୟୁରିଟୀ ବିଭାଗ ବା ଡିଏଚ୍‌ଏସ୍‌। ବିଭାଗ କହିଛି ଯେ ଲିଆଙ୍କ ବାପା ଗାଡ଼ି ରଖି ଦୌଡ଼ିଥିଲେ। ସେ ତାଙ୍କ ପୁଅକୁ ସେଠାରେ ଏକାକୀ ଛାଡ଼ି ଦେଇଥିଲେ।

ପିଲାଟିର ସୁରକ୍ଷା ପାଇଁ ଜଣେ ଆଇସିଇ ଅଧିକାରୀ ସେଠାରେ ଉପସ୍ଥିତ ରହିଥିଲେ। ପରବର୍ତ୍ତୀ ସମୟରେ ଲିଆମଙ୍କ ବାପାଙ୍କୁ ଧରା ଯାଇଥିଲା। ସେ ନିଜର ପୁଅ ସହ ରହିବାକୁ ଚାହିଁଥିଲେ। ତେଣୁ ଉଭୟଙ୍କୁ ଟେକ୍ସାସ ଅଟକ କେନ୍ଦ୍ରରେ ରଖାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ “ସେମାନେ କାହିଁକି ୫ ବର୍ଷର ପିଲାକୁ ଅଟକ ରଖିଛନ୍ତି? ସେ ଜଣେ ହିଂସାସୃଷ୍ଟି କାରୀ ଅପରାଧୀ ବୋଲି ଆପଣ କହିପାରିବେ ନାହିଁ। ଏହି ଅଞ୍ଚଳରେ ଆଇସିଇ ଏଜେଣ୍ଟମାନେ ବୁଲୁଛନ୍ତି। ସ୍କୁଲଗୁଡ଼ିକୁ ଘେରାବନ୍ଦୀ କରୁଛନ୍ତି ଓ ଆମ ବସକୁ ଅନୁସରଣ କରୁଛନ୍ତି।

ଆମ ପାର୍କିଂ ସ୍ଥାନକୁ ବାରମ୍ବାର ଆସୁଛନ୍ତି ଓ ପିଲାମାନଙ୍କୁ ଉଠାଇ ନେଉଛନ୍ତି। ରାମୋସ ପରିବାର ୨୦୨୪ରେ ଆମେରିକାକୁ ଆସିଥିଲେ ଓ ସେମାନେ ସକ୍ରିୟ ଆଶ୍ରୟ ଦ୍ୱାରା ରହୁଛନ୍ତି। କିନ୍ତୁ ସେମାନଙ୍କୁ ଏବେ ଆମେରିକା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।” 

Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe