Advertisment

ଆଇସଲ୍ୟାଣ୍ଡରେ ଜରୁରୀ ପରିସ୍ଥିତି ଘୋଷଣା, ୧୪ ଘଣ୍ଟାରେ ୮୦୦ ଭୂକମ୍ପ ଝଟକା

ଭୂକମ୍ପ ପରେ ମଧ୍ୟ ଦେଶରେ ଆଗ୍ନେୟଗିରି ଉଦଗୀରଣ ହେବାର ସମ୍ଭାବନା ରହିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Iceland

Iceland

ଏକାଧିକ ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମ ରେକଜାନେସ୍ ଉପଦ୍ୱୀପରେ ପାଖାପାଖି ୮୦୦ ଥର ଛୋଟ, ମଧ୍ୟମ ଏବଂ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଛି। ଫଳରେ ଆଗ୍ନେୟଗିରି ଉଦଗିରଣ ଆଶଙ୍କା କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର।

Advertisment

ଏକ ସରକାରୀ ବିବୃତ୍ତିରେ ଆଇସଲ୍ୟାଣ୍ଡ୍ କର୍ତ୍ତୃପକ୍ଷ ଚେତାବନୀ ଦେଇ କହିଛନ୍ତି, ଭୂକମ୍ପ ପରେ ମଧ୍ୟ ଦେଶରେ ଆଗ୍ନେୟଗିରି ଉଦଗୀରଣ ହେବାର ସମ୍ଭାବନା ରହିଛି। ଆଇସଲ୍ୟାଣ୍ଡର ସିଭିଲ୍ ପ୍ରୋଟେକସନ ଏବଂ ଜରୁରୀକାଳୀନ ପରିଚାଳନା ବିଭାଗ କହିଛି ଯେ, ଗ୍ରିଣ୍ଡଭିକର ଉତ୍ତରରେ ଥିବା ସୁନ୍ଧନଜୁକାଗିରରେ ପ୍ରବଳ ଭୂକମ୍ପ କାରଣରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ପ୍ରଶାସନ ଏକ ବିବୃତ୍ତିରେ କହିଛି, ଆଗକୁ ଯଦି ଭୂକମ୍ପ ହୁଏ ପୂର୍ବ ଭୂକମ୍ପ ତୁଳନାରେ ଖୁବ୍ ବଡ଼ ହୋଇପାରେ ଏବଂ ଏଥିରେ ସିରିଜ୍ ଉଦଗୀରଣ ଘଟିପାରେ। ସେହିପରି ଆଇସଲ୍ୟାଣ୍ଡର ପାଣିପାଗ ବିଭାଗ (ଆଇଏମଓ) ଆଗ୍ନେୟଗିରି ଉଦଗୀରଣ ନେଇ ଚେତାବନୀ ଦେଇଛି। ଆଗାମୀ କିଛି ଦିନ ମଧ୍ୟରେ ଏହା ଘଟିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Advertisment

ଆଇଏମଓ ରିପୋର୍ଟ ଅନୁସାରେ, ଶୁକ୍ରବାର ଦକ୍ଷିଣ-ପଶ୍ଚିମ ରେକଜାନେସ୍ ଉପଦ୍ୱୀପରେ ପ୍ରାୟ ୪,୦୦୦ ଥର ଛୋଟରୁ ମଧ୍ୟମ ଏବଂ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ରେକଜାନେସ୍ ଉପଦ୍ୱୀପରେ ଥିବା ଗ୍ରାଇଣ୍ଡଭିକ୍ ଉତ୍ତରରେ ସବୁଠାରୁ ବଡ ଧରଣର ୫.୨ ମ୍ୟାଗ୍ନିଚ୍ୟୁଡର ଝଟକା ଲାଗିଛି। ଏଠାରେ ଅକ୍ଟୋବର ୧୫ ତାରିଖ ପରଠାରୁ ପ୍ରାୟ ୨୪,୦୦୦ ଥର ଝଟକା ରେକର୍ଡ କରାଯାଇ ଥିବାବେଳେ ଚଳିତ ମାସ ଶୁକ୍ରବାର(ନଭେମ୍ବର ୧୦) ମଧ୍ୟରାତ୍ରିରୁ ୨ଟା ମଧ୍ୟରେ ପ୍ରାୟ ୮୦୦ ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ଆଇସଲ୍ୟାଣ୍ଡର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବ୍ଲୁ ଲାଗୁନରେ ଉଦଗୀରଣକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। 

Earthquake Iceland Iceland Earthquake Volcanic Eruptions