Advertisment

ଇରାନର ଧମକ : ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ ନହେଲେ ଆଉ ଗୋଟେ ପଟୁ ଯୁଦ୍ଧ ହେବ

ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ ଧମକ ଦେଲା ଇରାନ। ଇରାନ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବ୍ଦୋଲାହିଆନ କହିଛନ୍ତି...

ଅଦ୍ୟତନ ହୋଇଛି
Iranian Minister of Foreign Affairs Hossein Amirabdollahian

Iranian Minister of Foreign Affairs Hossein Amirabdollahian

Advertisment

ଘନଉଛି ଇସ୍ରାଏଲ-ହମାସ ଯୁଦ୍ଧ। ଏହି ଯୁଦ୍ଧରେ କିଛି ରାଷ୍ଟ୍ର ହମାସକୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ରାଷ୍ଟ୍ର ଇସ୍ରାଏଲ ସପକ୍ଷରେ ଅଛନ୍ତି। ଏସବୁ ମଧ୍ୟରେ ଇସ୍ରାଏଲକୁ ଧମକ ଦେଇଛି ଇରାନ। ଇରାନ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବ୍ଦୋଲାହିଆନ କହିଛନ୍ତି, ଯଦି ଗାଜା ଉପରେ ଇସ୍ରାଏଲର ବୋମା ମାଡ଼ ବନ୍ଦ ନହୁଏ, ତେବେ ଅନ୍ୟ ପକ୍ଷରୁ ଯୁଦ୍ଧ ଆରମ୍ଭ ହୋଇପାରେ। 

Advertisment

ଗୁରୁବାର ବିଳମ୍ବିତ ରାତିରେ ବେରୁଟରେ ପହଞ୍ଚିଥିଲେ ଅମିର ଅବ୍ଦୋଲାହିଆନ। ସେଠାରେ ଲେବାନନର ଅଧିକାରୀଙ୍କ ସହ ହମାସ ଏବଂ ପାଲେଷ୍ଟାଇନ ଇସଲାମ ଜିହାଦର ପ୍ରତିନିଧିମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ସେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବାବଦେର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଇସ୍ରାଏଲର କ୍ରମାଗତ ଭାବେ ଆକ୍ରମଣ, ଯୁଦ୍ଧ ଅପରାଧ ଏବଂ ଗାଜାକୁ ଅବରୋଧ କରିବା ଅନ୍ୟ ପକ୍ଷରୁ ଯୁଦ୍ଧ ସମ୍ଭାବନାକୁ ଅଧିକ ଖୋରାଗ ଯୋଗାଉଛି।

ଗୁରୁବାର ଅମିର ଅବ୍ଦୋଲାହିଆନ ଇରାକ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ-ସୁଦାନୀଙ୍କ ସହ ସାକ୍ଷାତ କରିବା ପରେ ଏଭଳି ବିବୃତ୍ତି ଦେଇଛନ୍ତି। ତାଙ୍କ ବିବୃତ୍ତି ପରେ ହମାସର ଅତର୍କିତ ଆକ୍ରମଣ ଉପରେ ଇରାନର ହାତକୁ ନେଇ ଚର୍ଚ୍ଚା ହେଉଛି।

Advertisment

ଶନିବାର ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଯେପରି ଭାବେ ଅତର୍କିତ ଆକ୍ରମଣ କରିଛି ଏଥିରେ ଇରାନର ଭୂମିକା ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିନ୍ତୁ ହମାସ ସଦସ୍ୟମାନେ ଏହାକୁ ସିଧା ସିଧା ଖଣ୍ଡନ କରିଛନ୍ତି। ଆଜି ପର୍ଯ୍ୟନ୍ତ ବିଶ୍ୱ କୌଣସି ସରକାର ଏହି ଆକ୍ରମଣର ଆୟୋଜନ କରିଥିବା ନେଇ ସିଧାସଳଖ ପ୍ରମାଣ ମିଳିନାହିଁ। ତଥାପି କେତେକ ଦିଗକୁ ବିଚାରକୁ ନେଲେ ଇରାନ ହମାସମାନଙ୍କୁ ତାଲିମ, ଅର୍ଥ ଏବଂ ଅର୍ଥଶସ୍ତ୍ର ଯୋଗାଇ ଦେଇଥିବା କୁହାଯାଉଛି। 

Palestine Israel-Palestine Conflict Iran On War Iran Hamas Israel-Palestine War War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe