Advertisment

ପୁଣି ଭାରତକୁ ଟ୍ରମ୍ପଙ୍କ ଧମକ, କହିଲେ- ଯିଏ ଯେମିତି କରିବ, ସେମିତି ଭୋଗିବ

ଭାରତ ଯଦି ଆମ ଉପରେ ଭାରତ ୧୦୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବ, ତେବେ ଆମେ ମଧ୍ୟ ତାକୁ ଛାଡ଼ିବୁ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

Donald Turmp

Donald Turmp

Advertisment

ଖୁବଶୀଘ୍ର ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ତେବେ ଶପଥ ପୂର୍ବରୁ ପୁଣି ଥରେ ସେ ଭାରତକୁ ଦେଖାଇଛନ୍ତି ନାଲି ଆଖି। ଭାରତ ଉପରେ ପାରସ୍ପରିକ ଟିକସ ଲାଗୁ କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି।

Advertisment

ଆମେରିକୀୟ ଉତ୍ପାଦ ଉପରେ ଭାରତ ଯେତିକି ଟିକସ ଲାଗୁ କରିବ, ଆମେ ମଧ୍ୟ ଭାରତୀୟ ଉତ୍ପାଦ ଉପରେ ସମାନ ଟିକସ ଲାଗୁ କରିବୁ ବୋଲି ସେ କହିଛନ୍ତି। ଦୀର୍ଘ ଦିନ ଧରି କିଛି ଆମେରିକୀୟ ଉତ୍ପାଦ ଆମଦାନୀ ଉପରେ ଭାରତର ଉଚ୍ଚ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ ବିରୋଧ କରିଆସୁଛନ୍ତି। ଏହାର ଉତ୍ତରରେ, ସେ ଏବେ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ଚିନ୍ତା କରୁଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ଯଦି ସେମାନେ ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଇବେ, ଆମେ ମଧ୍ୟ ସେମାନଙ୍କୁ ଉପରେ ଟ୍ୟାକ୍ସ ଲଗାଇବୁ। ଚାଇନା ସହିତ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତି ଉପରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି।

Advertisment

ପ୍ରାୟ ସମସ୍ତ କ୍ଷେତ୍ରରେ ସେମାନେ ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଉଛନ୍ତି। ଭାରତ ଯଦି ଆମ ଉପରେ ଭାରତ ୧୦୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବ, ତେବେ ଆମେ ମଧ୍ୟ ତାକୁ ଛାଡ଼ିବୁ ନାହିଁ। ଆମେ ମଧ୍ୟ ତାଙ୍କ ଉପରେ ଏଥର ସମାନ ଟ୍ୟାକ୍ସ ଲଗାଇବୁ। କେତେକ ଆମେରିକୀୟ ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ କରୁଥିବା ଦେଶ ମଧ୍ୟରେ ଭାରତ ଏବଂ ବ୍ରାଜିଲ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ କମର୍ସ ସକ୍ରେଟ୍ରି ହାଓ୍ୱର୍ଡ ଲୁଟନିକ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ସରକାରରେ ପ୍ରତିକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ। ଆପଣ ଆମ ସହ ଯେପରି ବ୍ୟବହାର କରିବେ, ଆମେ ମଧ୍ୟ ଆପଣଙ୍କ ସହ ସେଭଳି ବ୍ୟବହାର କରିବୁ ବୋଲି ସେ ଭାରତକୁ ଇଙ୍ଗିତ କରି କରିଛନ୍ତି।

ସେପଟେ ଭାରତକୁ ଏଭଳି ଧମକ ଦେବା ପରେ ଏହାକୁ ନେଇ ଜୋ ବାଇଡେନ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଆଭିମୁଖ୍ୟକୁ ଏକ ବଡ଼ ଭୁଲ ବୋଲି କହିଛନ୍ତି। ଟ୍ରମ୍ପ ଏହି ଦେଶରେ ଆମଦାନୀ ହୋଇଥିବା ସମସ୍ତ ସାମଗ୍ରୀ ଉପରେ ବ୍ୟାପକ ସର୍ବଭାରତୀୟ ଶୁଳ୍କ ଲାଗୁ କରିବାକୁ ସଂକଳ୍ପବଦ୍ଧ। ଏହି ଭୁଲ ଧାରଣା ସହିତ ଆମେରିକାର ଗ୍ରାହକ ଅପେକ୍ଷା ବିଦେଶୀ ଦେଶ ଶୁଳ୍କର ମୂଲ୍ୟ ବହନ କରିବେ ବୋଲି ସେ କହିଛନ୍ତି।

Donald Trump Trump Warns India Tariffs On US Goods
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe