Pavan Davuluri To Head Microsoft Windows
ବିଶ୍ୱ ସ୍ତରରେ ଗୌରବ ଆଣିଲେ ଆଉ ଜଣେ ଭାରତୀୟ। ମାଇକ୍ରୋସଫ୍ଟ ୱିଣ୍ଡୋଜ୍ର ମୁଖ୍ୟ ହେଲେ ପବନ ଦାବୁଲୁରି। ଆଇଆଇଟି ମାଡ୍ରାସରୁ ଅଧ୍ୟୟନ କରିଥିବା ପବନ ଦାବୁଲୁରିଙ୍କୁ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ଏବଂ ସର୍ଫେସର ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ପାନୋସ ପାନେୟଙ୍କ ଇସ୍ତଫା ପରେ ପରେ ତାଙ୍କୁ ଏହି ପଦ ମିଳିଛି ।
ଗୁଗଲ ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ଭଳି ଆଉ ଜଣେ ଭାରତୀୟ ମଧ୍ୟ ଏଭଳି ଏକ ବିଶ୍ୱସ୍ତରୀୟ କମ୍ପାନୀରେ ନେତୃତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ମୁଖ୍ୟ ପାନୋସ ପାନେୟ ଗତ ବର୍ଷ ମାଇକ୍ରୋସଫ୍ଟ ଛାଡି ଆମାଜନରେ ଯୋଗ ଦେବାପରେ ମିଖାଇଲ ପାରାଖିନ ତାଙ୍କ ଦାୟିତ୍ୱରେ ଥିଲେ। ତେବେ ପାନୋସ ପାନେୟ ଏବଂ ମିଖାଇଲ ପାରାଖିନ ୱିଣ୍ଡୋଜ ଛାଡିବା ପରେ ଦୁଇଟି ବିଭାଗର ମୁଖ୍ୟ ହେଲେ ପବନ ଦାବୁଲୁରି।
ଦୀର୍ଘ ୨୩ ବର୍ଷରୁ ଅଧିକ ସମୟ ଧରି ମାଇକ୍ରୋସଫ୍ଟ ସହିତ ଯୋଡ଼ି ହୋଇ ରହିଛନ୍ତି ପବନ ଦାବୁଲୁରି। ମାଇକ୍ରୋସଫ୍ଟର ଏକ୍ସପେରିୟନ୍ସ ଆଣ୍ଡ ଡିଭାଇସେସର ମୁଖ୍ୟ ପଦ ସମ୍ଭାଳୁଥିବା ରାଜେଶ ଝା କହିଛନ୍ତି, ଦାବୁଲୁରିଙ୍କୁ ମାଇକ୍ରୋସଫ୍ଟ ୱିଣ୍ଡୋଜ ଦାୟିତ୍ୱ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେ ତାଙ୍କ ଟିମ୍ଙ୍କ ଟିମ ସହ ମିଶି କାର୍ଯ୍ୟ ସମ୍ଭାଳିବା ସହ ମୋତେ ରିପୋର୍ଟ କରିବେ। ଏହି ନିଷ୍ପତ୍ତି AI ଯୁଗରେ ଏହାର ଉପକରଣ ଏବଂ ଅଭିଜ୍ଞତା ଗଠନ ପାଇଁ ଏକ "ସାମଗ୍ରିକ ଆଭିମୁଖ୍ୟ" ଗ୍ରହଣ କରିବାରେ ସାହାଯ୍ୟ କରିବ। ଶିଳ୍ପା ରଙ୍ଗନାଥନ୍ ଏବଂ ଜେଫ୍ ଜନସନ ଏବଂ ସେମାନଙ୍କ ଟିମ୍ ସିଧାସଳଖ ପବନ ଦାବୁଲୁରିଙ୍କୁ ରିପୋର୍ଟ କରିବେ। ୱିଣ୍ଡୋଜ୍ ଟିମ୍ ମାଇକ୍ରୋସଫ୍ଟ AI ସହିତ ମିଶି କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1711537634.jpg)