Advertisment

ହାଇଡ୍ରାମା ଭିତରେ କୋର୍ଟରେ ହାଜର ହେଲେ ଇମ୍ରାନ ଖାନ୍‌, ଏବେ ହେବେନି ଗିରଫ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହାଇଡ୍ରାମା ଭିତରେ ସୋମବାର ଲାହୋର ହାଇକୋର୍ଟରେ ହାଜର ହୋଇଛନ୍ତି।

Imran Khan

Imran Khan

Advertisment

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହାଇଡ୍ରାମା ଭିତରେ ସୋମବାର ଲାହୋର ହାଇକୋର୍ଟରେ ହାଜର ହୋଇଛନ୍ତି। ସେ କୋର୍ଟରେ ହାଜର ହେବାରୁ ତାଙ୍କୁ ଗିରଫଦାରୀରୁ ସୁରକ୍ଷା ମିଳିଛି। ଏବେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

Advertisment

କୋର୍ଟରେ ମାମଲାର ଶୁଣାଣି ବେଳେ ଇମ୍ରାନଙ୍କ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ। ସେମାନେ ଇମ୍ରାନ ସପକ୍ଷରେ ନାରାବାଜୀ କରିବାରୁ ହାଇଡ୍ରାମା ଦେଖିବାକୁ ମିଳିଛି। ଇମ୍ରାନ ଓ ତାଙ୍କ ସମର୍ଥକମାନେ ଦେଶର ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ କରିଥିଲେ। ଏହି ସମୟରେ ହିଂସାତ୍ମକ ଘଟଣା ଘଟିବାରୁ ମାମଲା ହୋଇଥିଲା। ଉକ୍ତ ମାମଲାରେ ଇମ୍ରାନ ଖାନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ସେ କୋର୍ଟରେ ହାଜର ହୋଇଥିଲେ।

ଗତବର୍ଷ ୭୦ ବର୍ଷୀୟ ଇମ୍ରାନ ଖାନଙ୍କୁ ପାକିସ୍ତାନର ନିର୍ବାଚନ କମିଶନ ଅଯୋଗ୍ୟ ଘୋଷଣା କରିବାରୁ ହିଂସାତ୍ମକ ପରିସ୍ଥିତି ଦେଖାଦେଇଥିଲା। ମାମଲା କୋର୍ଟରେ ପହଞ୍ଚିବାରୁ ଇମ୍ରାନ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି ଜଷ୍ଟିସ ତାରିକ ସଲିମ ଶେଖ କୋର୍ଟରେ ଇମ୍ରାନ ଖାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ସୋମବାର ସେ ହାଜର ହୋଇଥିଲେ। ଏହାପରେ ମାର୍ଚ୍ଚ ୩ ତାରିତ ଯାଏ ସେ ଗିରଫଦାରୀରୁ ସୁରକ୍ଷା ପାଇଛନ୍ତି।

Advertisment

ଜଣେ କୋର୍ଟ ଅଧିକାରୀ କହିଛନ୍ତି, “ଇମ୍ରାନ ଖାନ କୋର୍ଟରେ ହାଜର ହୋଇଥିଲେ ଓ ସେ ଗତ ସପ୍ତାହରେ ମଧ୍ୟ ହାଜର ହେବାକୁ ଚାହୁଁଥିଲେ। କିନ୍ତୁ ଡାକ୍ତର ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିଲେ। ଗୁଳିମାଡ଼ରେ ତାଙ୍କ ଘୋଡ଼ରେ କ୍ଷତଚିହ୍ନ ରହିଥିଲା। ତେଣୁ ସେ କୋର୍ଟରେ ହାଜର ହୋଇ ପାରି ନଥିଲେ। ଏଥିସହ ସେ କୋର୍ଟଙ୍କୁ ସବୁବେଳେ ସମ୍ମାନ କରନ୍ତି ଓ ନ୍ୟାୟ ନିଶ୍ଚିତ ପାଇବେ ବୋଲି କହିଛନ୍ତି। ତାଙ୍କ ଦଳ ନାଁରେ ମଧ୍ୟ ଇନସାଫ ବା ନ୍ୟାୟ ଶବ୍ଦ ରହିଥିବା ଇମ୍ରାନ କୋର୍ଟଙ୍କୁ ଜଣାଇଛନ୍ତି।”

ଇମ୍ରାନଙ୍କ ଏପରି କଥା ଶୁଣିବା ପରେ ବିଚାରପତି ତାଙ୍କୁ ସାଧୁବାଦ ଜଣାଇଥିଲେ ଓ ମାର୍ଚ୍ଚ ୩ ତାରିଖ ଯାଏ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ।

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe