Advertisment

ଇମ୍ରାନ ଖାନଙ୍କ ପ୍ରାର୍ଥିପତ୍ର ନାକଚ, ଲଢ଼ିପାରିବେନି ସାଧାରଣ ନିର୍ବାଚନ

୭୧ ବର୍ଷୀୟ ଇମ୍ରାନ ଖାନ ୨୦୨୨ ଏପ୍ରିଲ ମାସରେ ଶାସନ ଗାଦିରୁ ହଟିଥିଲେ। ସେବେଠାରୁ ସେ ବିଭିନ୍ନ ପ୍ରକାରର ଆଇନଗତ ମାମଲାରେ ଫସିବାରେ ଲାଗିଛନ୍ତି।

author-image
Hemant Lenka
Imran Khan

Imran Khan

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶକ୍ତ ଝଟକା। ୨୦୨୪ ସାଧାରଣ ନିର୍ବାଚନ ଲଢ଼ିପାରିବେନି ଇମ୍ରାନ ଖାନ। ସେ ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ହେଁ ଏହାକୁ ପାକିସ୍ତାନ ନିର୍ବାଚନ କମିଶନ ରଦ୍ଦ କରି ଦେଇଛନ୍ତି। ଇମ୍ରାନ ଖାନଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଓ ତାଙ୍କ ଦଳ ପିଟିଆଇ ପକ୍ଷରୁ କୁହାଯାଇଛି।

Advertisment

୭୧ ବର୍ଷୀୟ ଇମ୍ରାନ ଖାନ ୨୦୨୨ ଏପ୍ରିଲ ମାସରେ ଶାସନ ଗାଦିରୁ ହଟିଥିଲେ। ସେବେଠାରୁ ସେ ବିଭିନ୍ନ ପ୍ରକାରର ଆଇନଗତ ମାମଲାରେ ଫସିବାରେ ଲାଗିଛନ୍ତି। ଅଗଷ୍ଟ ମାସରେ ତାଙ୍କୁ ସରକାରୀ ଉପହାର ବିକ୍ରି କରିବା ମାମଲାରେ ୩ ବର୍ଷର ଜେଲଦଣ୍ଡ ମିଳିଥିଲା। ସେବେଠାରୁ ସେ ଆଉ ସର୍ବସାଧାରଣରେ ବେଶୀ ନଜର ଆସୁ ନାହାନ୍ତି।

ଫେବୃଆରୀ ୮ରେ ପାକିସ୍ତାନର ସାଧାରଣ ନିର୍ବାଚନ ହେବ। ତେବେ ଦୁର୍ନୀତି ମାମଲାରେ ସେ ଜେଲଦଣ୍ଡ ପାଇଥିବାରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଇଥିଲା। ତଥାପି ଶୁକ୍ରବାର ସେ ଦୁଇଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଲାହୋର ନିର୍ବାଚନ ମଣ୍ଡଳୀ ପାଇଁ ଅନେକ ନେତା ନାମାଙ୍କନ ଦାଖଲ କରିଥିଲେ।

Advertisment

ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି। ଏହି ନାକଚ ତାଲିବାରେ ଇମ୍ରାନ ଖାନଙ୍କ ନାଁ ରହିଛି। ପାକିସ୍ତାନ ନିର୍ବାଚନ କମିଶନ କହିଛନ୍ତି, ଉକ୍ତ ନିର୍ବାଚନ ମଣ୍ଡଳୀରେ ଇମ୍ରାନ ଖାନ ଭୋଟର ଭାବେ ନିଜକୁ ପଞ୍ଜୀକରଣ କରିନାହାନ୍ତି। ଏଥିସହ ସେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଥିଲେ ଓ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ବିବେଚିତ ହୋଇଥିଲେ।

ଇମ୍ରାନ ଖାନଙ୍କ ମିଡିଆ ଟିମ କହିଛି ଯେ ଖାନ ତାଙ୍କ ହୋମ ଟାଉନ ମିଆନୱାଲି ଆସନରୁ ମଧ୍ୟ ନାମାଙ୍କନ ଭରିଥିଲେ। ହେଲେ ଏହାକୁ ମଧ୍ୟ କମିଶନ ନାକଚ କରିଦେଇଛନ୍ତି। ଦୁଇଟି ଯାକ ନାମାଙ୍କନ ନାକଚ ହୋଇଯାଇଥିବାରୁ ଇମ୍ରାନ ଖାନ ଆଉ ନିର୍ବାଚନ ଲଢ଼ିପାରିବେ ନାହିଁ।

Pakistan Imran Khan