Advertisment

୧୨ଟି ମାମଲାରେ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ

ଗତବର୍ଷ ମେ’ ମାସରେ ସେନାର ବିଭିନ୍ନ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଥିଲା। ଏହା ସହ ଜଡ଼ିତ ୧୨ଟି ମାମଲାରେ ଇମ୍ରାନ ଓ କ୍ୟୁରେଶୀଙ୍କୁ ଜାମିନ ମିଳିଛି।

author-image
Hemant Lenka
Imran Khan

Imran Khan

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀଙ୍କୁ ଆଜି ଆତଙ୍କବାଦ ନିରୋଧ କୋର୍ଟ ଜାମିନ ଦେଇଛନ୍ତି। ଗତବର୍ଷ ମେ’ ମାସରେ ସେନାର ବିଭିନ୍ନ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଥିଲା। ଏହା ସହ ଜଡ଼ିତ ୧୨ଟି ମାମଲାରେ ଇମ୍ରାନ ଓ କ୍ୟୁରେଶୀଙ୍କୁ ଜାମିନ ମିଳିଛି।

Advertisment

ପାକିସ୍ତାନ ନିର୍ବାଚନରେ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିବା ସହ ଜିତୁଥିବା ବେଳେ ଏପରି ଖବର ସାମ୍ନାକୁ ଆସିଛି। ଜାମିନ ମିଳିଥିଲେ ହେଁ ଇମ୍ରାନ ଖାନ ଏବେ ଜେଲରୁ ବାହାରି ପାରିବେ ନାହିଁ। କାରଣ ଅନ୍ୟ ଦୁଇ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗୋଟିଏ ମାମଲାରେ ୧୦ ବର୍ଷ ଓ ଆଉ ଗୋଟିଏ ମାମଲାରେ ତାଙ୍କୁ ୧୪ ବର୍ଷର ଜେଲଦଣ୍ଡ ମିଳିଛି।

ମେ’ ୯ରେ ପାକିସ୍ତାନରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା। ଦେଶର ବିଭିନ୍ନ ସ୍ଥାନରେ ପିଟିଆଇ କର୍ମୀମାନେ ଭଙ୍ଗାରୁଜା କରିଥିଲେ। ଏଥିପାଇଁ ଇମ୍ରାନ ଖାନ ଓ ପିଟିଆଇ ଅନେକ ନେତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଥିଲା।

Advertisment

ଇସଲାବାଦରେ ପ୍ରଥମେ ରେଞ୍ଜର୍ସମାନେ ଇମ୍ରାନ ଖାନଙ୍କୁ ଗିରଫ କରିଥିଲେ। ଏହା ବିରୋଧରେ ପିଟିଆଇ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ମାରପିଟ ହୋଇଥିଲା।

ଏହି ସମୟରେ ୨୦ଟି ମିଲିଟାରୀ ପ୍ରତିଷ୍ଠାନ ଓ ସରକାରୀ ବଙ୍ଗଳାରେ ବିକ୍ଷୋଭକାରୀମାନେ ପଶି ପୋଡ଼ାଜଳା କରିଥିଲେ। ଏଥିପାଇଁ ସେନା ପକ୍ଷରୁ ପିଟିଆଇର ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

Pakistan Imran Khan